ନବୀନଙ୍କୁ ଭେଟିଲେ ନୂଆପଡ଼ା ବିଜେଡି ନେତା: ସଂଗଠନକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ, 'ବିଜେପିକୁ ଡରନି, ବୁଥ୍‌ ରିଗିଂର ଜବାବ ଦିଆଯିବ'

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପରେ ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସ୍ଥିତି ଏବଂ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ମତାମତ ଶୁଣିବା ପରେ ସଂଗଠନକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁ ବାବୁ ନୂଆପଡ଼ାକୁ ଜିଲ୍ଲା କରିଥିଲେ ଏବଂ ବିଜେଡି ସର୍ବଦା ନୂଆପଡ଼ାବାସୀଙ୍କ ସୁଖଦୁଃଖରେ ସାଥିରେ ରହିଛି ଓ ରହିବ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

Untitled-1

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ବୈଠକ ପରେ ପ୍ରତିକ୍ରିୟା ରଖି ନୂଆପଡ଼ା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ସଭାପତି ଅବନୀ ଯୋଶୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନେତାମାନେ କହିଛନ୍ତି ଯେ, ବିଜେପି ନୀତି ଆଦର୍ଶରେ ନୁହେଁ ବରଂ କଳ, ବଳ ଓ କୌଶଳ ଲଗାଇ ଏହି ନିର୍ବାଚନ ଜିତିଛି। ଶେଷ ତିନି ଦିନରେ ପ୍ରଶାସନିକ କଳର ଅପବ୍ୟବହାର କରାଯାଇଥିଲା। ଦାଦନ ଖଟିବାକୁ ଲୋକ ବାହାରକୁ ଯାଇଥିବା ସତ୍ତ୍ୱେ ୪୧ଟି ବୁଥରେ ୯୦ ପ୍ରତିଶତରୁ ଅଧିକ ମତଦାନ ହେବା ରିଗିଂର ସ୍ପଷ୍ଟ ପ୍ରମାଣ ବୋଲି ବିଜେଡି ଅଭିଯୋଗ କରିଛି। ଅଧିକାରୀଙ୍କୁ ଧମକ ଦେବା ସହ ପୋଲିସ ନିଜେ ବିଜେପିର ଏଜେଣ୍ଟ ସାଜି କାମ କରିଥିବା ନେଇ ଦଳ ଅସନ୍ତୋଷ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

23

ବିଜେଡି ନେତା ମନୋଜ ମିଶ୍ର ଓ ହରିଶ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବା ନିୟମ ଥିଲେ ମଧ୍ୟ ବିଜେପି ନେତାମାନେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିଲେ। ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଏପରିକି ବିଜେଡି କର୍ମୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ଯେଉଁଠାରେ ବନ୍ଧୁକର ନାଁ ଗନ୍ଧ ନାହିଁ, ସେଠାରେ 'ଆର୍ମସ୍ ଆକ୍ଟ' ଲଗାଇ କର୍ମୀଙ୍କୁ ହଇରାଣ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଜଣେ ଦାଦନ ଶ୍ରମିକଙ୍କ ହତ୍ୟା ମାମଲାରେ ମଧ୍ୟ ପୋଲିସର ନିଷ୍କ୍ରିୟତା ଦେଖିବାକୁ ମିଳିଛି ବୋଲି ଦଳ ଅଭିଯୋଗ କରିଛି।

ନିର୍ବାଚନ ସରିବା ପରେ ଚାଷୀଙ୍କ ସମସ୍ୟା ବଢିଥିବା ନେଇ ପ୍ୟାକ୍ସ ସଭାପତି ରାଜେଶ ନିଗମ କହିଛନ୍ତି। ମଣ୍ଡିରେ କଟନୀ ଛଟନୀ ଚାଲିଛି, ମିଲରମାନେ ହ୍ୟାଣ୍ଡଲିଂ ଚାର୍ଜ ପାଉନାହାନ୍ତି ଏବଂ ଚାଷୀଙ୍କୁ ଟୋକନ ମିଳୁନାହିଁ। ତେବେ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆଗାମୀ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେଡି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି।

17 Dec 2025 By Deviprasad Mohanty

ନବୀନଙ୍କୁ ଭେଟିଲେ ନୂଆପଡ଼ା ବିଜେଡି ନେତା: ସଂଗଠନକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ, 'ବିଜେପିକୁ ଡରନି, ବୁଥ୍‌ ରିଗିଂର ଜବାବ ଦିଆଯିବ'

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପରେ ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସ୍ଥିତି ଏବଂ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ମତାମତ ଶୁଣିବା ପରେ ସଂଗଠନକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁ ବାବୁ ନୂଆପଡ଼ାକୁ ଜିଲ୍ଲା କରିଥିଲେ ଏବଂ ବିଜେଡି ସର୍ବଦା ନୂଆପଡ଼ାବାସୀଙ୍କ ସୁଖଦୁଃଖରେ ସାଥିରେ ରହିଛି ଓ ରହିବ।

Untitled-1

ବୈଠକ ପରେ ପ୍ରତିକ୍ରିୟା ରଖି ନୂଆପଡ଼ା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ସଭାପତି ଅବନୀ ଯୋଶୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନେତାମାନେ କହିଛନ୍ତି ଯେ, ବିଜେପି ନୀତି ଆଦର୍ଶରେ ନୁହେଁ ବରଂ କଳ, ବଳ ଓ କୌଶଳ ଲଗାଇ ଏହି ନିର୍ବାଚନ ଜିତିଛି। ଶେଷ ତିନି ଦିନରେ ପ୍ରଶାସନିକ କଳର ଅପବ୍ୟବହାର କରାଯାଇଥିଲା। ଦାଦନ ଖଟିବାକୁ ଲୋକ ବାହାରକୁ ଯାଇଥିବା ସତ୍ତ୍ୱେ ୪୧ଟି ବୁଥରେ ୯୦ ପ୍ରତିଶତରୁ ଅଧିକ ମତଦାନ ହେବା ରିଗିଂର ସ୍ପଷ୍ଟ ପ୍ରମାଣ ବୋଲି ବିଜେଡି ଅଭିଯୋଗ କରିଛି। ଅଧିକାରୀଙ୍କୁ ଧମକ ଦେବା ସହ ପୋଲିସ ନିଜେ ବିଜେପିର ଏଜେଣ୍ଟ ସାଜି କାମ କରିଥିବା ନେଇ ଦଳ ଅସନ୍ତୋଷ ପ୍ରକାଶ କରିଛି।

23

ବିଜେଡି ନେତା ମନୋଜ ମିଶ୍ର ଓ ହରିଶ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବା ନିୟମ ଥିଲେ ମଧ୍ୟ ବିଜେପି ନେତାମାନେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିଲେ। ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଏପରିକି ବିଜେଡି କର୍ମୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ଯେଉଁଠାରେ ବନ୍ଧୁକର ନାଁ ଗନ୍ଧ ନାହିଁ, ସେଠାରେ 'ଆର୍ମସ୍ ଆକ୍ଟ' ଲଗାଇ କର୍ମୀଙ୍କୁ ହଇରାଣ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଜଣେ ଦାଦନ ଶ୍ରମିକଙ୍କ ହତ୍ୟା ମାମଲାରେ ମଧ୍ୟ ପୋଲିସର ନିଷ୍କ୍ରିୟତା ଦେଖିବାକୁ ମିଳିଛି ବୋଲି ଦଳ ଅଭିଯୋଗ କରିଛି।

ନିର୍ବାଚନ ସରିବା ପରେ ଚାଷୀଙ୍କ ସମସ୍ୟା ବଢିଥିବା ନେଇ ପ୍ୟାକ୍ସ ସଭାପତି ରାଜେଶ ନିଗମ କହିଛନ୍ତି। ମଣ୍ଡିରେ କଟନୀ ଛଟନୀ ଚାଲିଛି, ମିଲରମାନେ ହ୍ୟାଣ୍ଡଲିଂ ଚାର୍ଜ ପାଉନାହାନ୍ତି ଏବଂ ଚାଷୀଙ୍କୁ ଟୋକନ ମିଳୁନାହିଁ। ତେବେ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆଗାମୀ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେଡି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର