ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦେବାକୁ ଡବ୍ଲ୍ୟୁଟିଓରେ ନିର୍ମଳାଙ୍କ ପ୍ରସ୍ତାବ

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ ଦେଖାଯାଇଥିବା ଖାଦ୍ୟ ସଙ୍କଟକୁ ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଖାଦ୍ୟ ସଙ୍କଟ କାରଣରୁ ଏବେ ଗୃହ ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ଦେଶ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଦେଇଛି। ତେଣୁ ଅତି ଜରୁରୀ ଭାବେ ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦିଆଯାଉ ବୋଲି ବିଶ୍ୱ ବାଣିଜ୍ୟିକ ସଂଗଠନ(ଡବ୍ଲ୍ୟୁଟିଓ)କୁ କହିଛି ଭାରତ। ବିଶ୍ୱର […]

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ ଦେଖାଯାଇଥିବା ଖାଦ୍ୟ ସଙ୍କଟକୁ ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଖାଦ୍ୟ ସଙ୍କଟ କାରଣରୁ ଏବେ ଗୃହ ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ଦେଶ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଦେଇଛି। ତେଣୁ ଅତି ଜରୁରୀ ଭାବେ ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦିଆଯାଉ ବୋଲି ବିଶ୍ୱ ବାଣିଜ୍ୟିକ ସଂଗଠନ(ଡବ୍ଲ୍ୟୁଟିଓ)କୁ କହିଛି ଭାରତ। ବିଶ୍ୱର ଏହି ବୃହତ୍‌ ସଂଗଠନର ବୈଠକରେ ଏହିଭଳି ପ୍ରସ୍ତାବ ଉଠାଇଛନ୍ତି ଭାରତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ବିଶ୍ୱ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବାଧକ ସାଜୁଥିବା ସମସ୍ୟାର ମୁକାବିଲା ପାଇଁ ବୈଶ୍ୱିକ ସହଯୋଗକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଜି-୨୦ ପ୍ରତିନିଧିମାନଙ୍କ ସମ୍ମୁଖରେ ଭାରତ ଏହି ପ୍ରସ୍ତାବ ରଖିଛି । ଡବ୍ଲ୍ୟୁଟିଓ ନିୟମ ଅନୁସାରେ, ରାଷ୍ଟ୍ରଗୁଡ଼ିକରେ ଲୋକମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟକୁ ରପ୍ତାନୀ କରିବାକୁ ଦିଆଯାଏନାହିଁ। କାରଣ ସେଗୁଡ଼ିକ ସବ୍‌ସିଡି ମୂଳ୍ୟରେ କିଣାଯାଇଥାଏ। ଏ ନେଇ ସୀତାରମଣ କହିଛନ୍ତି ଯେ, ଏଭଳି କିଣାଯାଇଥିବା ଖାଦ୍ୟଶସ୍ୟଗୁଡ଼ିକୁ ରପ୍ତାନୀ କରିବାରେ ଡବ୍ଲ୍ୟୁଟିଓ ପ୍ରତିବନ୍ଧକ ରହିଛି। ଭାରତ ବାରମ୍ବାର ଏହା କହିସାରିଛି ଯେ ଆମ ପାଖରେ ଖାଦ୍ୟଶସ୍ୟ ଅଧିକ ରହିଛି। ତେବେ ଭାରତର ଛୋଟ ଛୋଟ କୃଷକଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି। ଆମେ ବ୍ୟବସାୟ କାରବାର କରିବାକୁ ଇଚ୍ଛୁକ। ବିଶ୍ୱରେ କ୍ଷୁଧା ଦୂର କରିବା ଓ ଖାଦ୍ୟ ସୁରକ୍ଷା ଜନିତ ସମସ୍ୟାକୁ ଦୂର କରିବାରେ ଭାରତ ସହଯୋଗ କରିପାରିବ,କିନ୍ତୁ ଡବ୍ଲ୍ୟୁଟିଓରେ କିଛି ଦେଶ ଏ ନେଇ ଏଥିରେ ଅରାଜି ଥିବା ସୀତାରମଣ କହିଛନ୍ତି । ରୁଷ-ୟୁକ୍ରେନ୍ ଯୁଦ୍ଧରେ ପରିବହନ ବଡ ପ୍ରତିବନ୍ଧକ ସାଜି ଥିବାରୁ ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଦେଇଛି। ତେଣୁ ସିଙ୍ଗାପୁର ନେତୃତ୍ୱରେ ୭୦-୮୦ଟି ଦେଶର ଏକ ଗୋଷ୍ଠୀ ଡବ୍ଲ୍ୟୁଟିଓର ସଦସ୍ୟ ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ଲଗାଇବାକୁ ଦାବି କରିଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଇଏଫ୍‌) ମାଧ୍ୟମରେ କିଣାଯାଉଥିବା ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ବଢ଼ାଇବା ପାଇଁ ବୈଠକେର ଅନୁରୋଧ କରାଯାଉଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

16 Jul 2022 By The Sakala

ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦେବାକୁ ଡବ୍ଲ୍ୟୁଟିଓରେ ନିର୍ମଳାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ ଦେଖାଯାଇଥିବା ଖାଦ୍ୟ ସଙ୍କଟକୁ ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଖାଦ୍ୟ ସଙ୍କଟ କାରଣରୁ ଏବେ ଗୃହ ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ଦେଶ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରେ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଦେଇଛି। ତେଣୁ ଅତି ଜରୁରୀ ଭାବେ ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ କରିବାକୁ ଭାରତକୁ ଅନୁମତି ଦିଆଯାଉ ବୋଲି ବିଶ୍ୱ ବାଣିଜ୍ୟିକ ସଂଗଠନ(ଡବ୍ଲ୍ୟୁଟିଓ)କୁ କହିଛି ଭାରତ। ବିଶ୍ୱର ଏହି ବୃହତ୍‌ ସଂଗଠନର ବୈଠକରେ ଏହିଭଳି ପ୍ରସ୍ତାବ ଉଠାଇଛନ୍ତି ଭାରତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବିଶ୍ୱ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବାଧକ ସାଜୁଥିବା ସମସ୍ୟାର ମୁକାବିଲା ପାଇଁ ବୈଶ୍ୱିକ ସହଯୋଗକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଜି-୨୦ ପ୍ରତିନିଧିମାନଙ୍କ ସମ୍ମୁଖରେ ଭାରତ ଏହି ପ୍ରସ୍ତାବ ରଖିଛି । ଡବ୍ଲ୍ୟୁଟିଓ ନିୟମ ଅନୁସାରେ, ରାଷ୍ଟ୍ରଗୁଡ଼ିକରେ ଲୋକମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟକୁ ରପ୍ତାନୀ କରିବାକୁ ଦିଆଯାଏନାହିଁ। କାରଣ ସେଗୁଡ଼ିକ ସବ୍‌ସିଡି ମୂଳ୍ୟରେ କିଣାଯାଇଥାଏ। ଏ ନେଇ ସୀତାରମଣ କହିଛନ୍ତି ଯେ, ଏଭଳି କିଣାଯାଇଥିବା ଖାଦ୍ୟଶସ୍ୟଗୁଡ଼ିକୁ ରପ୍ତାନୀ କରିବାରେ ଡବ୍ଲ୍ୟୁଟିଓ ପ୍ରତିବନ୍ଧକ ରହିଛି। ଭାରତ ବାରମ୍ବାର ଏହା କହିସାରିଛି ଯେ ଆମ ପାଖରେ ଖାଦ୍ୟଶସ୍ୟ ଅଧିକ ରହିଛି। ତେବେ ଭାରତର ଛୋଟ ଛୋଟ କୃଷକଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି। ଆମେ ବ୍ୟବସାୟ କାରବାର କରିବାକୁ ଇଚ୍ଛୁକ। ବିଶ୍ୱରେ କ୍ଷୁଧା ଦୂର କରିବା ଓ ଖାଦ୍ୟ ସୁରକ୍ଷା ଜନିତ ସମସ୍ୟାକୁ ଦୂର କରିବାରେ ଭାରତ ସହଯୋଗ କରିପାରିବ,କିନ୍ତୁ ଡବ୍ଲ୍ୟୁଟିଓରେ କିଛି ଦେଶ ଏ ନେଇ ଏଥିରେ ଅରାଜି ଥିବା ସୀତାରମଣ କହିଛନ୍ତି । ରୁଷ-ୟୁକ୍ରେନ୍ ଯୁଦ୍ଧରେ ପରିବହନ ବଡ ପ୍ରତିବନ୍ଧକ ସାଜି ଥିବାରୁ ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଦେଇଛି। ତେଣୁ ସିଙ୍ଗାପୁର ନେତୃତ୍ୱରେ ୭୦-୮୦ଟି ଦେଶର ଏକ ଗୋଷ୍ଠୀ ଡବ୍ଲ୍ୟୁଟିଓର ସଦସ୍ୟ ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ଲଗାଇବାକୁ ଦାବି କରିଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଇଏଫ୍‌) ମାଧ୍ୟମରେ କିଣାଯାଉଥିବା ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରତିବନ୍ଧକ ନ ବଢ଼ାଇବା ପାଇଁ ବୈଠକେର ଅନୁରୋଧ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର