ନୂଆପଡ଼ା ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ; ୩ରେ ସାଧାରଣ ସଭା, ୭ରେ ବିଶାଳ ରୋଡ ଶୋ'

Madhusudan Das Picture
Published On

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ନୂଆପଡ଼ାରେ ପ୍ରଚାର ସରଗରମ ହୋଇଛି । ତିନି ଦଳ ନିର୍ବାଚନ ପାଇଁ ଘମାଘୋଟ ପ୍ରଚାର ଚଳାଇଥିବା ବେଳେ ବିଜେଡି ନିଜର ସ୍ଥିତି ଦିନକୁ ଦିନ ସୁଦୃଢ଼ କରିବାରେ ଲାଗିଛି। ଏହି କ୍ରମରେ ଆସନ୍ତା ୩ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନବୀନ ୩ ତାରିଖରେ କୋମନାରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନବୀନ ଆସନ୍ତା ୩ ତାରିଖରେ ନୂଆପଡା ଯିବେ। ସେହିପରି ୭ ତାରିଖରେ ନବୀନ ଦ୍ୱିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ଖରିଆର ରୋଡଠାରୁ ନୂଆପଡା ଯାଏଁ ବିଶାଳ ରୋଡ ଶୋ କରିବେ। ନବୀନଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା ପରେ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ  ଲୋକେ ବେଶ୍‌ ଉତ୍ସାହିତ ଅଛନ୍ତି। ଏପଟେ ନବୀନଙ୍କ ଗସ୍ତ ଏବଂ ନିର୍ବାଚନ ପ୍ରଚାରକୁ ନେଇ ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ। ସାଧାରଣ ଲୋକଙ୍କ ମଧ୍ୟରେ ନବୀନ ବାବୁଙ୍କର ଯାଦୁ, ପ୍ରଭାବ ଏବେବି ଅପରିବର୍ତ୍ତିତ ରହିଛି। ନବୀନ ପଟ୍ଟନାୟକଙ୍କ ପ୍ରଚାର ନିଶ୍ଚିତ ଭାବେ ସ୍ନେହାଙ୍ଗିନୀଙ୍କ ପାଇଁ ବେଶ୍‌ ସହାୟକ ହେବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ