ନୂଆପଡ଼ା ଉପନିର୍ବାଚନ: ଆରମ୍ଭ ହେଲା ହୋମ ଭୋଟିଂ ପ୍ରକ୍ରିୟା, ୨ତାରିଖ ଯାଏଁ ଘରେ ବସି ଭୋଟ ଦେବେ ବରିଷ୍ଠ ଭୋଟର
ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ହୋମ ଭୋଟିଂ ପ୍ରକ୍ରିୟା । ଭୋଟ୍ ଦେବେ ଘରେ ଥିବା ବୟସ୍କ ଭୋଟର । ୨୫୧ ଜଣ ବୟସ୍କ ଭୋଟର ଘରେ ଦେବେ ଭୋଟ୍ । ୨ ତାରିଖ ଯାଏଁ ଚାଲିବ ହୋମ୍ ଭୋଟିଂ । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି l ପ୍ରତି ଦଳରେ ୨ଜଣ ପୋଲିଂ ଅଫିସର୍, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି l ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ୨୫୧ଜଣ ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଏହି ଭୋଟ୍ ଦେବେ l ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ ପ୍ରକାଶ କରିଛନ୍ତି l ଏହି ସୁବିଧାରୁ କେହି ଜଣେବି ଯୋଗ୍ୟ ମତଦାତା ଯେପରି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l






