ବେଦାନ୍ତ ଆଲୁମିନିୟମର ଦକ୍ଷତା ପଦକ୍ଷେପ ମାଧ୍ୟମରେ ଆଧୁନିକ କାର୍ଯ୍ୟକ୍ଷେତ୍ରକୁ ପଦାର୍ପଣ କରୁଛନ୍ତି କଳାହାଣ୍ଡିର ଯୁବପିଢ଼ି
ସମୃଦ୍ଧ ପରମ୍ପରା ଏବଂ ଅବ୍ୟବହୃତ ସମ୍ଭାବନାର ଭୂମି କଳାହାଣ୍ଡି ଏବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସାକ୍ଷୀ ହେଉଛି। ଏହାର ଶାନ୍ତ ଭୂମିରେ, ମହତ୍ତ୍ୱାକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ କାହାଣୀ ରୂପ ନେଉଛି - ଯାହାର ନେତୃତ୍ୱ ନେଉଛି ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ, ଯାହା ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ଏବଂ ଲାଞ୍ଜିଗଡ଼ର ୮୦୦ରୁ ଅଧିକ ଯୁବକଙ୍କୁ ତାଲିମ ଦେଇସାରିଛି। ୫୫% ମହିଳା ଅଂଶଗ୍ରହଣ ସହିତ, କଳାହାଣ୍ଡିରେ ଏହି କାର୍ଯ୍ୟକ୍ରମ ଏହାର ଲୋକଙ୍କ ପାଇଁ ସୁଯୋଗର ଏକ ଦ୍ୱାର ଖୋଲିବା ସହିତ ଲିଙ୍ଗ-ସାମଗ୍ରିକ ନିଯୁକ୍ତିକୁ ବୃଦ୍ଧି କରୁଛି ଏବଂ ଏହି ଅଞ୍ଚଳରେ ନୂତନ ଜୀବନ ଫୁଙ୍କୁଛି। କାହିଁ କେଉଁ ଦଶକ ଧରି କଳାହାଣ୍ଡି ଥିଲା ସୀମିତ ସୁଯୋଗ ଓ ଅପୂର୍ଣ୍ଣ ସ୍ଵପ୍ନର ଅଞ୍ଚଳ। କିନ୍ତୁ ଏବେ ଭାଗ୍ୟ ବଦଳିଛି। ବେଦାନ୍ତର ଭବାନୀପାଟଣା ଓ ଲାଞ୍ଜିଗଡ଼ ଦକ୍ଷତା ତାଲିମ କେନ୍ଦ୍ରଗୁଡ଼ିକରେ ଯୁବକ-ଯୁବତୀମାନେ ଆଚରଣିକ ଓ ନିଯୁକ୍ତି-ଯୋଗ୍ୟ କୌଶଳ ଶିଖୁଛନ୍ତି, ଯାହା ତାଙ୍କୁ ନୂତନ ଓ ଆଧୁନିକ ବୃତ୍ତିକ୍ଷେତ୍ରରେ ସୁଯୋଗ ଦେଉଛି।
ଏହି କେନ୍ଦ୍ରଗୁଡ଼ିକ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ (OSDA) ଓ ନାବାର୍ଡ (NABARD) ସହଯୋଗରେ ଚାଲୁଛି। ଏଠାରେ ଅତିଥି ସେବା, ବିକ୍ରୟ, ଖାଦ୍ୟ ଓ ପାନୀୟ ସେବା ଭଳି ବିଭିନ୍ନ ଶିଳ୍ପ-ସଂପର୍କିତ ପଢ଼ାଶୁଣା ହେଉଛି। ଏପର୍ଯ୍ୟନ୍ତ ଯେଉଁ ୮୦୦ରୁ ଅଧିକ ଯୁବା ଶିକ୍ଷା ପାଇଛନ୍ତି, ସେଥିରୁ ୭୫% କାମରେ ନିଯୁକ୍ତ, ଯାହା ଏହି ପ୍ରକଳ୍ପର ସଫଳତା ଦର୍ଶାଉଛି। କିନ୍ତୁ ଏହା କେବଳ କାହାଣୀର ଏକ ଅଂଶ। ପ୍ରତ୍ୟେକ ସଂଖ୍ୟା ପଛରେ ଅଛି ଜୀବନର ଏକ ନୂଆ ପରିବର୍ତ୍ତନ। ଉଦାହରଣ ସ୍ୱରୂପ, ଭଟଗୁଡ଼ା ଗାଁର ୨୧ ବର୍ଷୀୟ ବିଘ୍ନନାଶିନୀ ବିଶି, ବେଦାନ୍ତ ଆଲୁମିନିୟମ ଦ୍ୱାରା ଦିଆଯାଇଥିବା ପ୍ରଶିକ୍ଷଣ ପରେ ପୁନେର ଫିଏସ୍ଟା ବାରବିକ୍ୟୁ ନେସନରେ କାମ କରୁଛନ୍ତି। ସେ କହିଛନ୍ତି, “ମୁଁ ପୂର୍ବରୁ ମୋ ଗାଁ ଛାଡ଼ି କୁଆଡେ ଯାଇନଥିଲି। ଏହି ପ୍ରଶିକ୍ଷଣ ମୋତେ କେବଳ କୌଶଳ ନୁହେଁ, ଆତ୍ମବିଶ୍ୱାସ ମଧ୍ୟ ଦେଇଛି।”
ଶତ ପ୍ରତିଶତ ନିଯୁକ୍ତି - ଏକ ସଫଳତା
ସମ୍ପ୍ରତି ଖାଦ୍ୟ ଓ ପାନୀୟ ବିଭାଗର ୨୨ତମ ବ୍ୟାଚ୍ ୧୦୦% ପ୍ଲେସମେଣ୍ଟ ହାସଲ କରିଛି। ସେହି ୨୪ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ରମାନେ ମଦୁରାଇର AVN Group, ବାଙ୍ଗାଲୋରର Sodexo, ପୁନେର Club Mahindra ଓ ଭୁବନେଶ୍ୱରର Asmita Holidays ଭଳି ପ୍ରସିଦ୍ଧ ସଂସ୍ଥାରେ କାମ ପାଇଛନ୍ତି। ଏବେ ସେମାନେ ସମସ୍ତେ ନ୍ୟୁନତମ ଦରମାଠାରୁ ଅଧିକ ଆୟ କରୁଛନ୍ତି। ଯେଉଁ ପରିବାର ପୂର୍ବରୁ ଅନିଶ୍ଚିତ ଆୟ ଉପରେ ନିର୍ଭର ଥିଲେ, ସେଠାରେ ଏହି ନିୟମିତ ଆୟ ଏକ ସମ୍ମାନ ଓ ସୁରକ୍ଷାର ପ୍ରତୀକ ହୋଇଉଠିଛି ଏବଂ ଏହା ଅଞ୍ଚଳର ଅନ୍ୟ ଯୁବମାନଙ୍କୁ ମଧ୍ୟ ପ୍ରେରିତ କରୁଛି।
ବେଦାନ୍ତ ଆଲୁମିନା ବିଜନେସର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଯୁବପିଢ଼ିକୁ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ସଶକ୍ତ କରିବା ଆମ ବିକାଶ ଦୃଷ୍ଟିକୋଣର କେନ୍ଦ୍ରସ୍ଥଳ। ୮୦୦ ଜଣ ଶିକ୍ଷିତ ଯୁବାମାନଙ୍କ ମଧ୍ୟରୁ ଅଧିକାଂଶ ଝିଅ ହେବା, ଲିଙ୍ଗ ସମାନତା ଓ ସ୍ଵାବଳମ୍ବନ ପ୍ରତିଶ୍ରୁତିକୁ ପ୍ରମାଣିତ କରେ। ଆମର ସମ୍ପ୍ରତି ୧୦୦% ନିଯୁକ୍ତି ସଫଳତା ଦର୍ଶାଉଛି ଯେ, ଗୁଣବତ୍ତାପୂର୍ଣ୍ଣ ପ୍ରଶିକ୍ଷଣ ଓ ସହଯୋଗ ଏକ ସମ୍ପୂର୍ଣ୍ଣ ଅଞ୍ଚଳକୁ ପରିବର୍ତ୍ତନ କରିପାରେ।”
ପ୍ରଶିକ୍ଷଣରୁ ସ୍ଵାବଲମ୍ବନ ଯାଏ -
ଏହି ପ୍ରକଳ୍ପର ମୂଳ ସଫଳତା କେବଳ ନିଯୁକ୍ତି ନୁହେଁ, ବରଂ ଦୀର୍ଘକାଳୀନ ଜୀବିକା ନିର୍ମାଣ। ଗୁଣସମ୍ପନ୍ନ ପ୍ରଶିକ୍ଷଣ ସହିତ ନିଶ୍ଚିତ ନିଯୁକ୍ତି ଓ ଉଦ୍ୟମୀ ସୁଯୋଗ ମିଶି ଗ୍ରାମୀଣ ଯୁବମାନଙ୍କୁ ସ୍ଵାଧୀନ ଓ ଆର୍ଥିକ ଭାବେ ଦୃଢ଼ କରୁଛି। ଏହି ପ୍ରୟାସ ଜାତିସଂଘର ସୁସ୍ଥିତ ଉନ୍ନୟନ ଲକ୍ଷ୍ୟ (SDG) ନାରୀ ସଶକ୍ତିକରଣ, ଦରିଦ୍ରତା ହ୍ରାସ ଓ ଉଚିତ ରୋଜଗାର ସହ ସମନ୍ୱୟ ରଖିଛି। ବେଦାନ୍ତ ଆଲୁମିନିୟମ ଏବେ ଏହି ପ୍ରକଳ୍ପକୁ ଆହୁରି ବିସ୍ତାର କରିବା, ଅଧିକ ଶିଳ୍ପ ସହ ଯୋଗାଯୋଗ ବଢ଼ାଇବା ଓ ନୂତନ ବୃତ୍ତିମୂଳକ ପଢ଼ାଶୁଣା ଆରମ୍ଭ କରିବା ଉଦ୍ୟମରେ ଅଛି।
କଳାହାଣ୍ଡିର ଯୁବମାନଙ୍କ ପାଇଁ ଏହା କେବଳ ଚାକିରି ନୁହେଁ, ଏକ ଆଶା ଓ ନୂତନ ଭବିଷ୍ୟତ। ଏକ ସାଧାରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବେ ଏକ ଆନ୍ଦୋଳନର ରୂପ ନେଇଛି; ଯାହା ଗ୍ରାମୀଣ ଭାରତର ସଶକ୍ତ ମୁହଁ ଦର୍ଶାଉଛି। ଲାଞ୍ଜିଗଡ଼ର କ୍ଲାସରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ସହରର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ, ଏହି ୮୦୦ ଯୁବମାନଙ୍କ ଗଳ୍ପ ପ୍ରମାଣ କରୁଛି, ସୁଯୋଗ ଓ ସଙ୍କଳ୍ପ ଏକାଠି ହେଲେ, ପରିବର୍ତ୍ତନ ସୁନିଶ୍ଚିତ।






