ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା: କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ, ୩ ଦ୍ୱାର ଦେଇ ପ୍ରସ୍ଥାନ

Madhusudan Das Picture
Published On

ପୁରୀ: ପଞ୍ଚୁକ ତଥା କାର୍ତ୍ତିକ ପୂର୍ଣ୍ଣମୀ ଓ ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ପଞ୍ଚୁକରେ ଭକ୍ତମାନେ କେବଳ ସିଂହଦ୍ୱାର ପଟେ ପ୍ରବେଶ ରହିଥିବାବେଳେ ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ତାନର ବ୍ୟବସ୍ଥା କରାଯାଇଛି l ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ ହେବେ। ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ଵ୍ୟଵସ୍ଥା ହୋଇଛି। ଶ୍ରୀମନ୍ଦିର ନୀତିକାନ୍ତି ସମୟ ଉପରେ ଭକ୍ତଙ୍କୁ ଅବଗତ କରାଯିବ। 

ଚଳିତବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ଅସମ୍ଭବ ଭିଡ ହେବାର ସମ୍ଭାବନା ରହିଛି । ଆସନ୍ତା ୨ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପଞ୍ଚୁକ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଵ୍ୟଵସ୍ଥା ଓ ପଦକ୍ଷେପ ଗ୍ରଗଣ କରାଯାଇଛି। ଚଳିତଥର ତିଥି କ୍ଷୟ ଯୋଗୁଁ ଅର୍ଥାତ୍‌ ପଞ୍ଚୁକ ୫ଦିନ  ପଡ଼ୁନଥିବାରୁ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ । ସେପଟେ ଆସନ୍ତାକାଲି ରାଧାପାଦ ଦର୍ଶନ ପାଇଁ ମଧ୍ୟ କରାଯାଇଛି ବ୍ୟାପକ ପ୍ରସ୍ତୁର୍ତ୍ତି l ଆସନ୍ତାକାଲି ଭୋର ୫ଟାରୁ ରାଧାପାଦ ଦର୍ଶନ ଆରମ୍ଭ ହେବ । ନୀତିକାନ୍ତିକୁ ଦେଖି ଦର୍ଶନ ବ୍ୟବସ୍ଥା କରାଯିବାକୁ ସ୍ଥିରୀକୃତ କରାଯାଇଛି । ବିଳମ୍ବିତ ରାତ୍ରି ଯାଏଁ ଚାଲିବ ରାଧାପାଦ ଦର୍ଶନ ଚଳିବ। ଦର୍ଶନ ପାଇଁ ୧୧ ଲେନ୍ ବିଶିଷ୍ଟ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ