ପିନ୍‌ କଣ୍ଟା ଗିଳି ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ପରିବାର

Madhusudan Das Picture
Published On

ବାଲିଗୁଡ଼ା: ପିନ୍‌ କଣ୍ଟା ନେଇଗଲା ଜଣେ ଛାତ୍ରର ଜୀବନ । ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଛାତ୍ରଙ୍କ ଜୀବନ ଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ପରିବାର ଲୋକେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦାୟୀ କରି ଦାରିଙ୍ଗିବାଡ଼ି ଥାନାରେ ଏ ନେଇ ଏତଲା ଦେଇଛନ୍ତି ପିଲାର ପରିବାର । ଛାତ୍ର ଜଣକ ପିନ୍‌ କଣ୍ଟା ଗିଳିଦେଇଥିବା ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଜାଣି କାହିଁକି ଅବିଭାବକଙ୍କୁ ଜଣାଇ ନ ଥିଲେ ବୋଲି ଏତଲାରେ ଲେଖିଛନ୍ତି ପିଲାର ବାପା । ତୁରନ୍ତ ପଦକ୍ଷେପ ନେଇଥିଲେ ପୁଅ ବଞ୍ଚିଯାଇଥାନ୍ତା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅବହେଳା କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । 

ଆହୁରି ପଢ଼ନ୍ତୁ: ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ସ୍କୁଲ ନୋଟିସ ବୋର୍ଡରେ ଲାଗିଥିବା ପିନ୍ କଣ୍ଟା ଗିଳି ଜଣେ ୭ମ ଶ୍ରେଣୀ ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ତୁଷାର ମିଶ୍ର ।  ଫୁଲବାଣୀରେ ନିଜ ମାମୁ ମାଇଁଙ୍କ ଘରେ ରହି ଧୋବାତୋଟା ସ୍ଥିତ ଆଦର୍ଶ ସ୍କୁଲରେ ପାଠ ପଢୁଥିଲେ ।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ଗତ ୧୫ ତାରିଖ ଦିନ ତୁଷାର ସ୍କୁଲରେ ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୁଲବଶତଃ ଗିଳି ଦେଇଥିଲେ ।  ଏ ନେଇ ସେ ଶିକ୍ଷକଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ।  ସ୍କୁଲ ଛୁଟି ହେବା ପରେ ଛାତ୍ର ଜଣକ ଘରକୁ ଫେରି ନିଜ ମାଇଁଙ୍କୁ ପିନ୍ କଣ୍ଟା ଗିଳି ଦେଇଥିବା ଜଣାଇଥିଲେ  ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

ପରିବାର ଲୋକେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତୁଷାରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।  ହେଲେ ସେଠାରେ କୌଣସି ସୁଫଳ ନ ମିଳିବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ରେଫର କରିଥିଲେ । ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଛାତ୍ରଙ୍କ ଫୁସଫୁସରେ ଅଟକି ଥିବା ପିନ୍ କଣ୍ଟାକୁ ବାହାର କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୦ ଦିନ ଆଇସିୟୁରେ ରଖାଯାଇଥିଲା । ଗତ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । 

30 Oct 2025 By Madhusudan Das

ପିନ୍‌ କଣ୍ଟା ଗିଳି ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ଏତଲା ଦେଲେ ପରିବାର

ବାଲିଗୁଡ଼ା: ପିନ୍‌ କଣ୍ଟା ନେଇଗଲା ଜଣେ ଛାତ୍ରର ଜୀବନ । ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଛାତ୍ରଙ୍କ ଜୀବନ ଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ପରିବାର ଲୋକେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦାୟୀ କରି ଦାରିଙ୍ଗିବାଡ଼ି ଥାନାରେ ଏ ନେଇ ଏତଲା ଦେଇଛନ୍ତି ପିଲାର ପରିବାର । ଛାତ୍ର ଜଣକ ପିନ୍‌ କଣ୍ଟା ଗିଳିଦେଇଥିବା ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଜାଣି କାହିଁକି ଅବିଭାବକଙ୍କୁ ଜଣାଇ ନ ଥିଲେ ବୋଲି ଏତଲାରେ ଲେଖିଛନ୍ତି ପିଲାର ବାପା । ତୁରନ୍ତ ପଦକ୍ଷେପ ନେଇଥିଲେ ପୁଅ ବଞ୍ଚିଯାଇଥାନ୍ତା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅବହେଳା କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । 

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ସ୍କୁଲ ନୋଟିସ ବୋର୍ଡରେ ଲାଗିଥିବା ପିନ୍ କଣ୍ଟା ଗିଳି ଜଣେ ୭ମ ଶ୍ରେଣୀ ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ତୁଷାର ମିଶ୍ର ।  ଫୁଲବାଣୀରେ ନିଜ ମାମୁ ମାଇଁଙ୍କ ଘରେ ରହି ଧୋବାତୋଟା ସ୍ଥିତ ଆଦର୍ଶ ସ୍କୁଲରେ ପାଠ ପଢୁଥିଲେ ।

ଗତ ୧୫ ତାରିଖ ଦିନ ତୁଷାର ସ୍କୁଲରେ ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୁଲବଶତଃ ଗିଳି ଦେଇଥିଲେ ।  ଏ ନେଇ ସେ ଶିକ୍ଷକଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ।  ସ୍କୁଲ ଛୁଟି ହେବା ପରେ ଛାତ୍ର ଜଣକ ଘରକୁ ଫେରି ନିଜ ମାଇଁଙ୍କୁ ପିନ୍ କଣ୍ଟା ଗିଳି ଦେଇଥିବା ଜଣାଇଥିଲେ  ।

ପରିବାର ଲୋକେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତୁଷାରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।  ହେଲେ ସେଠାରେ କୌଣସି ସୁଫଳ ନ ମିଳିବା ପରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନକୁ ରେଫର କରିଥିଲେ । ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଛାତ୍ରଙ୍କ ଫୁସଫୁସରେ ଅଟକି ଥିବା ପିନ୍ କଣ୍ଟାକୁ ବାହାର କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୦ ଦିନ ଆଇସିୟୁରେ ରଖାଯାଇଥିଲା । ଗତ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର