ମନୋରଞ୍ଜନ
ଗୁରୁବାର ରାଶିଫଳ ( ୩୦-୧୦-୨୦୨୫ )
ମେଷ: ଦିନଟି ଚିନ୍ତାଜନକ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଅଫିସ୍ କାର୍ଯ୍ୟ ପ୍ରଭାବିତ ହେଲେ ବି ନୂତନ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିବେଶ ଲାଗି ଅନୁକୂଳ ସମୟ।
ବୃଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଧାର୍ମିକ ସ୍ଥାନକୁ ଯାତ୍ରା ଯୋଗ ଅଛି। ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ମିଳିବ। ଭାବିଚିନ୍ତି କାମ କରିବେ।
ମିଥୁନ: ଦୂର ସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରେ ନୂଆ ନିବେଶ କରିବେ। ଜମିବାଡ଼ି କାର୍ଯ୍ୟରେ ସମସ୍ୟା ଆସିବ। ପ୍ରେମ ଜୀବନରେ ବାଧା ଆସିପାରେ।
କର୍କଟ: ଘରେ ମାଙ୍ଗଳିକ କାର୍ଯ୍ୟ କରିବେ। ନୂତନ ଚାକିରି ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପରିବାର ସହିତ ସମୟ ଅତିବାହିତ କରିବେ।
ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବେ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦେଶ ଭ୍ରମଣର ସୁଯୋଗ ମିଳିବ। ବନ୍ଧୁଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଆଇଟି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ।
କନ୍ୟା: ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ପାରିବାରିକ ସମସ୍ୟା ଦୂର ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଦୂର ହେବ। ଅଫିସ୍ରେ ପଦୋନ୍ନତି ମିଳିବ।
ତୁଳା: ପୈତୃକ ସମ୍ପତ୍ତିରେ ବିବାଦ ତୁଟିବ। ପ୍ରେମ ଜୀବନରେ ତିକ୍ତତା ଆସିବ। ବ୍ୟବସାୟ ଲାଗି ନୂଆ ଯୋଜନା କରିବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ।
ବିଛା: କୌଣସି ଖୁସି ଖବର ମିଳିବ। ପରିବାର ସହ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଭାବିଚିନ୍ତି ନିବେଶ କରିବେ।
ଧନୁ: ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବେ।
ମକର: ଜମି କିଣାବିକାକୁ ନେଇ ସମସ୍ୟା ଦେଖା ଦେବ। ବନ୍ଧୁ ସମସ୍ୟାରେ ପକାଇ ପାରନ୍ତି। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ।
କୁମ୍ଭ: ଦିନଟି ଶୁଭଫଳ ପ୍ରଦାନ କରିବ। ପାରିବାରିକ ଜୀବନ ସୁଖମୟ ହେବ। ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ। ଚାକିରି ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ।
ମୀନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରିରୁ ନେଇ ଚିନ୍ତାରେ ରହିବେ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।






