ପୁତିନଙ୍କ ଚେଚେନ୍‌ ସହଯୋଗୀଙ୍କ ଧମକ: ୟୁକ୍ରେନ ଅଭିଯାନ ଶେଷ, ଟାର୍ଗେଟରେ ପୋଲାଣ୍ଡ

The Sakala Picture
Published On

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ୯୨ ଦିନ ଅତିକ୍ରମ କରିଛି। ତିନି ମାସରୁ ଅଧିକ ଏହି ଯୁଦ୍ଧ ଅବଧି ମଧ୍ୟରେ ୟୁକ୍ରେନର ସର୍ବାଧିକ ଅଞ୍ଚଳ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି। ଏହାବ୍ୟତୀତ ପୂର୍ବ ୟୁକ୍ରେନର ଅନେକ ଭାଗ ରୁଷ ସେନା ହାତକୁ ଚାଲିଯାଇଥିବା ବେଳେ ସେଠାରେ ଲୋକଙ୍କୁ ରୁଷ ନାଗରିକତା ଦେବାକୁ ରୁଷିଆ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୂର୍ବ ୟୁକ୍ରେନର ଡୋନବାସ ଅଞ୍ଚଳର ଆଉ କିଛି ଅଂଶ ଦଖଲ କରିବା ଉଦ୍ଦେଶ୍ୟରେ ରୁଷ ସେନା ପକ୍ଷରୁ ଗତ […]

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ୯୨ ଦିନ ଅତିକ୍ରମ କରିଛି। ତିନି ମାସରୁ ଅଧିକ ଏହି ଯୁଦ୍ଧ ଅବଧି ମଧ୍ୟରେ ୟୁକ୍ରେନର ସର୍ବାଧିକ ଅଞ୍ଚଳ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି। ଏହାବ୍ୟତୀତ ପୂର୍ବ ୟୁକ୍ରେନର ଅନେକ ଭାଗ ରୁଷ ସେନା ହାତକୁ ଚାଲିଯାଇଥିବା ବେଳେ ସେଠାରେ ଲୋକଙ୍କୁ ରୁଷ ନାଗରିକତା ଦେବାକୁ ରୁଷିଆ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୂର୍ବ ୟୁକ୍ରେନର ଡୋନବାସ ଅଞ୍ଚଳର ଆଉ କିଛି ଅଂଶ ଦଖଲ କରିବା ଉଦ୍ଦେଶ୍ୟରେ ରୁଷ ସେନା ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ଜୋରଦାର ଆକ୍ରମଣ କରାଯାଇଛି। ଏଠାକାର ୪୦ଟି ସହର ଉପରେ ରୁଷ ସେନା ଘନ ଘନ ବୋମା ମାଡ଼ କରି ୪୭ଟି ବଡ଼ ବଡ଼ ଅଟ୍ଟାଳିକା ସମେତ ୩୮ ସ୍କୁଲକୁ ଧ୍ବଂସ କରିଦେଇଛି। ଫଳରେ ଏହି ଅଞ୍ଚଳରେ ବହୁ ସଂଖ୍ୟକ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ଡୋନେସ୍କ ଗଭର୍ଣ୍ଣର କହିଛନ୍ତି। ଅନେକ ସ୍ଥାନରେ ଧ୍ବଂସାବଶେଷ ତଳୁ ବର୍ତ୍ତମାନ ସୁଦ୍ଧା ୪୩୨ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ଏହି ଅଞ୍ଚଳରେ ୧୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ତେବେ ଏହାମଧ୍ୟରେ ଚେଚେନ୍‌ ଷ୍ଟ୍ରଙ୍ଗମ୍ୟାନ ଭାବେ ପରିଚିତ ଏବଂ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହଯୋଗୀ ରମଜାନ କାଦିରୋଭ୍‌ ପୋଲାଣ୍ଡକୁ ଧମକ ଦେବା ଆରମ୍ଭ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷ ପକ୍ଷରୁ ରଣନୀତି ପ୍ରସ୍ତୁତ କରୁଥିବା ରମଜାନ କହିଛନ୍ତି ଯେ , ଏବେ ୟୁକ୍ରେନରେ ଆମର ଅଭିଯାନ ଶେଷ ହୋଇଛି। ବର୍ତ୍ତମାନ ପୋଲାଣ୍ଡ ପରେ ଆକ୍ରମଣ କରିବା ପାଇଁ ସମୟ ଆସିଛି। ଏହାପୂର୍ବରୁ ପୋଲାଣ୍ଡ ୟୁକ୍ରେନରୁ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରି ନେଉ। ନଚେତ୍‌ ୟୁକ୍ରେନ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ରମଜାନ କହିଛନ୍ତି। ଏପରିକି କିଛି ଦିନ ତଳେ ପୋଲାଣ୍ଡ ସରକାର ରୁଷ କୂଟନୀତିଜ୍ଞମାନଙ୍କୁ ନିଜ ଦେଶରୁ ବିଦା କରିଦେଇଥିଲା ବେଳେ ଏଥିପାଇଁ ପୋଲାଣ୍ଡ ତୁରନ୍ତ କ୍ଷମା ମାଗୁ ବୋଲି ରମଜାନ କହିଛନ୍ତି। କେବଳ ପୋଲାଣ୍ଡ ନୁହେଁ, ଆମେ ଏବେ ପୂର୍ବ ୟୁରୋପୀୟ ରାଷ୍ଟ୍ରମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ରମଜାନ ଏକ ଭିଡିଓ ଜାରି କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

27 May 2022 By The Sakala

ପୁତିନଙ୍କ ଚେଚେନ୍‌ ସହଯୋଗୀଙ୍କ ଧମକ: ୟୁକ୍ରେନ ଅଭିଯାନ ଶେଷ, ଟାର୍ଗେଟରେ ପୋଲାଣ୍ଡ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ୯୨ ଦିନ ଅତିକ୍ରମ କରିଛି। ତିନି ମାସରୁ ଅଧିକ ଏହି ଯୁଦ୍ଧ ଅବଧି ମଧ୍ୟରେ ୟୁକ୍ରେନର ସର୍ବାଧିକ ଅଞ୍ଚଳ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି। ଏହାବ୍ୟତୀତ ପୂର୍ବ ୟୁକ୍ରେନର ଅନେକ ଭାଗ ରୁଷ ସେନା ହାତକୁ ଚାଲିଯାଇଥିବା ବେଳେ ସେଠାରେ ଲୋକଙ୍କୁ ରୁଷ ନାଗରିକତା ଦେବାକୁ ରୁଷିଆ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୂର୍ବ ୟୁକ୍ରେନର ଡୋନବାସ ଅଞ୍ଚଳର ଆଉ କିଛି ଅଂଶ ଦଖଲ କରିବା ଉଦ୍ଦେଶ୍ୟରେ ରୁଷ ସେନା ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ଜୋରଦାର ଆକ୍ରମଣ କରାଯାଇଛି। ଏଠାକାର ୪୦ଟି ସହର ଉପରେ ରୁଷ ସେନା ଘନ ଘନ ବୋମା ମାଡ଼ କରି ୪୭ଟି ବଡ଼ ବଡ଼ ଅଟ୍ଟାଳିକା ସମେତ ୩୮ ସ୍କୁଲକୁ ଧ୍ବଂସ କରିଦେଇଛି। ଫଳରେ ଏହି ଅଞ୍ଚଳରେ ବହୁ ସଂଖ୍ୟକ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ଡୋନେସ୍କ ଗଭର୍ଣ୍ଣର କହିଛନ୍ତି। ଅନେକ ସ୍ଥାନରେ ଧ୍ବଂସାବଶେଷ ତଳୁ ବର୍ତ୍ତମାନ ସୁଦ୍ଧା ୪୩୨ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ଏହି ଅଞ୍ଚଳରେ ୧୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତେବେ ଏହାମଧ୍ୟରେ ଚେଚେନ୍‌ ଷ୍ଟ୍ରଙ୍ଗମ୍ୟାନ ଭାବେ ପରିଚିତ ଏବଂ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହଯୋଗୀ ରମଜାନ କାଦିରୋଭ୍‌ ପୋଲାଣ୍ଡକୁ ଧମକ ଦେବା ଆରମ୍ଭ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷ ପକ୍ଷରୁ ରଣନୀତି ପ୍ରସ୍ତୁତ କରୁଥିବା ରମଜାନ କହିଛନ୍ତି ଯେ , ଏବେ ୟୁକ୍ରେନରେ ଆମର ଅଭିଯାନ ଶେଷ ହୋଇଛି। ବର୍ତ୍ତମାନ ପୋଲାଣ୍ଡ ପରେ ଆକ୍ରମଣ କରିବା ପାଇଁ ସମୟ ଆସିଛି। ଏହାପୂର୍ବରୁ ପୋଲାଣ୍ଡ ୟୁକ୍ରେନରୁ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରି ନେଉ। ନଚେତ୍‌ ୟୁକ୍ରେନ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ରମଜାନ କହିଛନ୍ତି। ଏପରିକି କିଛି ଦିନ ତଳେ ପୋଲାଣ୍ଡ ସରକାର ରୁଷ କୂଟନୀତିଜ୍ଞମାନଙ୍କୁ ନିଜ ଦେଶରୁ ବିଦା କରିଦେଇଥିଲା ବେଳେ ଏଥିପାଇଁ ପୋଲାଣ୍ଡ ତୁରନ୍ତ କ୍ଷମା ମାଗୁ ବୋଲି ରମଜାନ କହିଛନ୍ତି। କେବଳ ପୋଲାଣ୍ଡ ନୁହେଁ, ଆମେ ଏବେ ପୂର୍ବ ୟୁରୋପୀୟ ରାଷ୍ଟ୍ରମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ରମଜାନ ଏକ ଭିଡିଓ ଜାରି କରି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର