ବଦଳିଲା ସ୍ୱାସ୍ଥ୍ୟ ବୀମା ନିୟମ: ୨୪ ଘଣ୍ଟା ନୁହେଁ, ୨ ଘଣ୍ଟା ଆଡମିଟ୍ ହେଲେ ବି ମିଳିବ ବୀମା କଭରେଜ…

The Sakala Picture
Published On

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବୀମା କ୍ଲେମ୍‌କୁ ନେଇ ଏକ ଆଶ୍ୱସ୍ତିଭରା ଖବର ଆସିଛି। ଏବେ ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡିବନି। ଏବେ ଅନେକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ଆଡମିସନରେ ବି ମେଡିକ୍ଲେମ ଦେଲେଣି। ଏହି ପରିବର୍ତ୍ତନ ଏଥି ପାଇଁ ହୋଇଛି ଯେ ଚିକିତ୍ସା ଦ୍ରୁତ ଓ ଆଧୁନିକ ହୋଇଯାଇଛି। ମୋତିଆବିନ୍ଦୁ, କେମୋଥେରାପି ଓ ଏନଜିଓଗ୍ରାଫି ପାଇଁ ପୂର୍ବରୁ ସାରା ରାତି ହସ୍ପିଟାଲରେ କଟାଇବାକୁ […]

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବୀମା କ୍ଲେମ୍‌କୁ ନେଇ ଏକ ଆଶ୍ୱସ୍ତିଭରା ଖବର ଆସିଛି। ଏବେ ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡିବନି। ଏବେ ଅନେକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ଆଡମିସନରେ ବି ମେଡିକ୍ଲେମ ଦେଲେଣି। ଏହି ପରିବର୍ତ୍ତନ ଏଥି ପାଇଁ ହୋଇଛି ଯେ ଚିକିତ୍ସା ଦ୍ରୁତ ଓ ଆଧୁନିକ ହୋଇଯାଇଛି। ମୋତିଆବିନ୍ଦୁ, କେମୋଥେରାପି ଓ ଏନଜିଓଗ୍ରାଫି ପାଇଁ ପୂର୍ବରୁ ସାରା ରାତି ହସ୍ପିଟାଲରେ କଟାଇବାକୁ ପଡୁଥିଲା। ଏବେ ଏହି ସବୁ ଚିକିତ୍ସା ମାତ୍ର କିଛି ଘଣ୍ଟାରେ ହୋଇଯାଉଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏବେ ଏପରି ଚିକିତ୍ସାକୁ ଡେ-କେୟାର ପ୍ରୋସିଜିୟର କୁହାଯାଉଛି। ଯେପରି ମୋତିଆବିନ୍ଦୁ ଅପରେସନ, ଡାୟଲିସିସ୍, କେମୋଥେରାପି ଆଦି ଲାଗି ମଧ୍ୟ ମେଡିକ୍ଲେମ ମିଳି ପାରିବ। ପୂର୍ବରୁ ଏହି ସବୁ ମାମଲାରେ ଏଥି ପାଇଁ କ୍ଲେମ ମିଳୁନଥିଲା ଯେହେତୁ ରୋଗୀ ହସ୍ପିଟାଲରେ ୨୪ ଘଣ୍ଟା ବିତାଉ ନଥିଲେ। ଏବେ କମ ସମୟରେ ଚିକିତ୍ସା କରାଇବା ପାଇଁ ପକେଟରୁ ପଇସା ଟେ ବି ଖର୍ଚ୍ଚ କରିବାକୁ ପଡିବନି। ଏହା ଦ୍ୱାରା ଲୋକେ ସଠିକ ସମୟରେ ନିଜର ଚିକିତ୍ସା କରାଇ ପାରିବେ ଓ ଆର୍ଥିକ ବୋଝରୁ ମଧ୍ୟ ବର୍ତ୍ତି ପାରିବେ।  ବୀମା କମ୍ପାନୀ ଏବେ ଚିକିତ୍ସାର ଅତ୍ୟାଧୁନିକ ଟେକନିକ୍ କୁ ବୁଝିଲେଣି ଓ ନିଜ ପଲିସିକୁ ସେହି ଅନୁସାରେ ଅପଡେଟ କରୁଛନ୍ତି। ଏହାର ଅର୍ଥ ଏବେ ବୀମା କଭର ଅଧିକ ସ୍ମାର୍ଟ, ଦ୍ରୁତ ଓ ଆବଶ୍ୟକତା ଅନୁସାରେ ହୋଇଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ପରିବର୍ତ୍ତନ ଗ୍ରାହକଙ୍କ ନିମନ୍ତେ ଆଶ୍ୱସ୍ତିଭରା ଓ ହେଲଥ୍ ଇନସ୍ୟୁରାନ୍ସ କୁ ପୂର୍ବାପେକ୍ଷା ଅଧିକ ସୁବିଧାଜନକ କରିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର