ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି, ଏଜିଏମ ବୈଠକରେ ବିନ୍ନିଙ୍କ ନାମରେ ଲାଗିଲା ମୋହର

The Sakala Picture
Published On

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଆଜି ମୁମ୍ବାଇରେ ଅନୁଷ୍ଠିତ ହୋଇଛି। […]

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଆଜି ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବୋର୍ଡର ସଭାପତି ଭାବେ ପୂର୍ବତନ କ୍ରିକେଟର୍‌ ରୋଜର ବିନ୍ନିଙ୍କ ନାମରେ ମୋହର ବାଜିଛି। ନୂ୍ଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲି ସ୍ଥାନ ନେଇଛନ୍ତି। ବିନ୍ନିଙ୍କ ସହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ସମ୍ପାଦକ ଜୟ ଶାହ, ଆଶିଷ ଶେଲର (କୋଷାଧ୍ୟକ୍ଷ), ରାଜୀବ ଶୁକ୍ଲା (ଉପସଭାପତି) ଓ ଦେବଜିତ ସାଇକିଆ (ଯୁଗ୍ମସମ୍ପାଦକ) ଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।  ଏଥିସହ କୋଷାଧ୍ୟକ୍ଷ ପଦ ଛାଡ଼ିଥିବା ଅରୁଣ ଧୂମାଲଙ୍କ ନାମ ମଧ୍ୟ ଆଇପିଏଲ୍‌ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ରୋଜର ବିନ୍ନିଙ୍କ ନାମରେ ମୋହର ବାଜିବା ପରେ ବିନ୍ନି ବିସିସିଆଇଙ୍କ ୩୬ ତମ ଅଧ୍ୟକ୍ଷ ହୋଇଛନ୍ତି। ଏହା ପୂର୍ବରୁ ସୌରଭ ଗାଙ୍ଗୁଲୀ ୨୦୧୯ରୁ ଏହି ପଦବୀ ସମ୍ଭାଳି ଆସୁଥିଲେ। ତେବେ କିଛି ଦିନ ପୂର୍ବରୁ ଗାଙ୍ଗୁଲୀଙ୍କ କାର୍ଯ୍ୟକାଳ ବଢାଯିବ ବୋଲି ଅନୁମାନ କରାଯାଉଥିଲା। ତେବେ ମାତ୍ର କିଛି ଦିନରେ ସମିକରଣ ବଦଳି ଯାଇଥିଲା ଓ ଗାଙ୍ଗୁଲୀଙ୍କୁ ବିଦାୟ ନେବାକୁ ପଡିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଉଲ୍ଲେଖଯୋଗ୍ୟ ଯେ ୬୭ ବର୍ଷ ବୟସ୍କ ବିନ୍ନି ବିସିସିଆଇ ଅଧ୍ୟକ୍ଷ ପଦ ନିମନ୍ତେ ଏକାକୀ ପ୍ରାର୍ଥୀ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ହୋଇ ନଥିଲେ। ଏଣୁ ବିନ୍ନିଙ୍କୁ ନିର୍ଦ୍ୱନ୍ଦ୍ୱରେ ବିସିସିଆଇ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ପଦାଧିକାରୀମାନଙ୍କ ଏହି ନିର୍ବାଚନ କେବଳ ଏକ ଔପଚାରିକତା ଥିଲା। କାରଣ ତାଙ୍କର ନିର୍ବିରୋଧ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ଥିଲା। ରୋଜର ବିନ୍ନି କର୍ଣ୍ଣାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲେ। ତେବେ ସେ ବିସିସିଆଇ ଅଧ୍ୟକ୍ଷ ହୋଇସାରିଥିବାରୁ ସେ ପୂର୍ବ ପଦବୀ ଛାଡିଦେବେ। ବିନ୍ନି ତାଙ୍କ ସମୟର ଜଣେ ମିଡିୟମ ପେସ୍ ବୋଲର ଥିଲେ। ସେ ୧୯୮୩ ୱାର୍ଲଡ କପରେ ୮ଟି ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ସର୍ବାଧିକ ୧୮ଟି ୱିକେଟ୍ ପାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର