ଆଇପିଏଲ୍‌-୧୪ ପାଇଁ ଆଜି ଖେଳାଳି ନିଲାମ, ଅକ୍ସନରେ ସାମିଲ ଅଛନ୍ତି ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌ଙ୍କ ଭଳି ଖେଳାଳି

The Sakala Picture
Published On

ନୂଆଦିଲ୍ଲୀ : ଆଇପିଏଲ୍‌-୧୪ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହବେ ଖେଳାଳି ନିଲାମ । ଏହି ଖେଳାଳି ନିଲାମ ପ୍ରକ୍ରିୟାରେ ଖେଳାଳି ବିକ୍ରି ହେବେ । ବିଭିନ୍ନ ଫ୍ରାଞ୍ଚିାଇଜମାନେ ନିଜ ମନମୁତାବକ ଖେଳାଳି ନିଜ ନିଜ ଦଳ ପାଇଁ କିଣିବେ। ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ଅକ୍ସନରେ ସାମିଲ ହେବେ। ଅପରାହ୍ନ ୩ ଟାରେ ଚେନ୍ନାଇରେ ଏହି ନିଲାମୀ […]

ନୂଆଦିଲ୍ଲୀ : ଆଇପିଏଲ୍‌-୧୪ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହବେ ଖେଳାଳି ନିଲାମ । ଏହି ଖେଳାଳି ନିଲାମ ପ୍ରକ୍ରିୟାରେ ଖେଳାଳି ବିକ୍ରି ହେବେ । ବିଭିନ୍ନ ଫ୍ରାଞ୍ଚିାଇଜମାନେ ନିଜ ମନମୁତାବକ ଖେଳାଳି ନିଜ ନିଜ ଦଳ ପାଇଁ କିଣିବେ। ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ଅକ୍ସନରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି

ଅପରାହ୍ନ ୩ ଟାରେ ଚେନ୍ନାଇରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ।ନିଲାମ ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ୧୦ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌, ସାକିବ ଅଲ ହାସନ, ଜାସନ ରୟ ଏବଂ ମାର୍କ ଉଡଙ୍କ ଭଳି ଖେଳାଳି । ସେମିତି ୧.୫ କୋଟି ବେସ୍ ପ୍ରାଇସ ତାଲିକାରେ କୌଣସି ଭାରତୀୟ ନାହାନ୍ତି । ଏହି ତାଲିକାରେ ୧୨ ଜଣ ରହିଛନ୍ତି । ବଡ଼ ଖେଳାଳି ଏଥର ନଜରରେ ରହିବେ ।

ଆହୁରି ପଢ଼ନ୍ତୁ: ଫୁଟବଲ୍ ଜଗତରୁ ମେସିଙ୍କ ବିଦାୟ: ଅନ୍ତର୍ଜାତୀୟ କ୍ୟାରିୟରର ୨୧ ବର୍ଷର ସ୍ୱର୍ଣ୍ଣିମ ଯାତ୍ରାରେ ପଡିଲା ପୂର୍ଣ୍ଣଛେଦ

୧ କୋଟି ତାଲିକାରେ ହନୁମା ବିହାରୀ ଓ ଉମେଶ ଯାଦବଙ୍କ ସହ ୯ ଜଣ ବିଦେଶୀ ଅଛନ୍ତି । ୭୫ ଲକ୍ଷ ବେସ୍ ପ୍ରାଇସ୍ ତାଲିକାରେ କେବଳ ୧୫ ଜଣ ବିଦେଶୀ ଏବଂ ୫୦ ଲକ୍ଷ ତାଲିକାରେ ମୋଟ୍‌ ୬୫ ଜଣ (୧୩ ଭାରତୀୟ, ୫୨ ବିଦେଶୀ) ଖେଳାଳିଙ୍କୁ ସାମିଲ କରାଯାଇଛି । ଅବଶିଷ୍ଟ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଏହି ନିଲାମି ପାଇଁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଖରେ ହିଁ ସର୍ବାଧିକ ୫୩.୨୦ କୋଟି ଟଙ୍କା ରହିଛି।ନିଲାମୀରେ ଏଥର ଓଡ଼ିଶାରୁ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ୩୬ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ଭୁବନେଶ୍ୱର କୁମାରଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ଆଇପିଏଲରେ କରିଥିଲେ ଚମତ୍କାର ପ୍ରଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର