ରାଜ୍ୟରେ ୯ ହଜାରରୁୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବେ ସରକାର

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ୯ ହଜାରରୁୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବେ ରାଜ୍ୟ ସରକାର । ପ୍ରାୟ ୯୯୬୫ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଉନ୍ନୀତ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୨୦୧୩-୧୪ ଶିକ୍ଷାବର୍ଷରୁ ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର […]

ଭୁବନେଶ୍ବର : ରାଜ୍ୟରେ ୯ ହଜାରରୁୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବେ ରାଜ୍ୟ ସରକାର । ପ୍ରାୟ ୯୯୬୫ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଉନ୍ନୀତ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୨୦୧୩-୧୪ ଶିକ୍ଷାବର୍ଷରୁ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ପାର୍ବଣ ଋତୁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଅପରାଧୀଙ୍କ ଉପରେ ରହିବ କଡ଼ା ନଜର: କଟକ ଡିସିପି

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୯ରେ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)କୁ ୨୦୧୩-୧୪ ଶିକ୍ଷା ବର୍ଷ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତାଲିକା ମାଗିଥିଲେ। ତେବେ ଫେବୃଆରୀ ୧୫ ସୁଦ୍ଧା ସେମାନଙ୍କର ତାଲିକା ଦାଖଲ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଏଯାବତ ୧୦ଟି ଜିଲ୍ଲାର ଡିଇଓ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି। ଏହାବ୍ୟତୀତ ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ବରଗଡ, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, ଖୋର୍ଦ୍ଧା, କୋରାପୁଟ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡା, ରାୟଗଡା ଓ ସୋନପୁର ଜିଲ୍ଲାର ଡିଇଓ ଏହି ତାଲିକା ଦାଖଲ କରିନାହାଁନ୍ତି। ତେବେ ଫେବୃଆରୀ ୨୫ ସୁଦ୍ଧା ସେମାନଙ୍କର ତାଲିକା ଦାଖଲ କରିବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର