IPL ଫାଇନାଲ ମ୍ୟାଚ୍ ପାଇଁ BCCIର ସ୍ୱତନ୍ତ୍ର ପ୍ରସ୍ତୁତି : ସିଡିଏସ୍ଙ୍କ ସମେତ ଆସିବେ ୩ ସେନାର ମୁଖ୍ୟ
ମୁମ୍ବାଇ : IPL ୨୦୨୫ ସିଜିନ୍ ଏବେ ଶେଷ ଆଡକୁ ଅଗ୍ରସର ହେଉଛି। ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଏହି ସିଜନର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ହେବ। ଏହା ପରେ, ଗୁରୁବାରଠାରୁ ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ ଏବଂ ତା’ପରେ ଜୁନ୍ ୩ ତାରିଖରେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ IPLର ୧୮ତମ ସିଜିନର ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଇପିଏଲର ସମାପନୀ […]
ମୁମ୍ବାଇ : IPL ୨୦୨୫ ସିଜିନ୍ ଏବେ ଶେଷ ଆଡକୁ ଅଗ୍ରସର ହେଉଛି। ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଏହି ସିଜନର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ହେବ। ଏହା ପରେ, ଗୁରୁବାରଠାରୁ ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ ଏବଂ ତା’ପରେ ଜୁନ୍ ୩ ତାରିଖରେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ IPLର ୧୮ତମ ସିଜିନର ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଇପିଏଲର ସମାପନୀ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି।
ସିଡିଏସ୍ ସମେତ ତିନି ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ
ବିସିସିଆଇ ଅପରେସନ ସିନ୍ଦୂରର ସଫଳତାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏହା ଅଧୀନରେ ବୋର୍ଡ ସିଡିଏସ୍, ସେନା ମୁଖ୍ୟଙ୍କ ସହିତ ବାୟୁସେନା ଏବଂ ନୌସେନା ମୁଖ୍ୟଙ୍କୁ ସମାପନୀ ସମାରୋହ ପାଇଁ ନିମନ୍ତ୍ରଣ କରିଛି। ଉଦଯାପନୀ ଉତ୍ସବକୁ ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ, ଅପରେସନ ସିନ୍ଦୂରରେ ନେଇଛି ଭାରତ । ପାକିସ୍ତାନର ଛାତି ଉପରେ ଆକ୍ରମଣ କରି କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ପୂରା ଦେଶବାସୀ ସେନାବାହିନୀକୁ ପ୍ରଶଂସା କରୁଥିବାବେଳେ ବିସିସିଆଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି।
ସାମରିକ ବ୍ୟାଣ୍ଡ ସଙ୍ଗୀତ ପରିବେଷଣ କରିବେ
ଦେଶପ୍ରେମର ଭାବନାକୁ ଆହୁରି ବୃଦ୍ଧି କରିବା ପାଇଁ, ଫାଇନାଲ ମ୍ୟାଚରେ ସାମରିକ ବ୍ୟାଣ୍ଡ ଦ୍ୱାରା ସଙ୍ଗୀତ ପରିବେଷଣ ହେବାର ସମ୍ଭାବନା ରହିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ଆଶା କରାଯାଉଥିବାରୁ, ବିସିସିଆଇ ଆଶାବାଦୀ ଯେ ସମାପନୀ ଉତ୍ସବ ଏକ ସଫଳ କାର୍ଯ୍ୟକ୍ରମ ହେବ।
୨୦୧୯ରେ ମଧ୍ୟ ଏକ ସମାରୋହ ସଶସ୍ତ୍ର ବାହିନୀ ପାଇଁ ଉତ୍ସର୍ଗ କରାଯାଇଥିଲା
ଏହା ପ୍ରଥମ ଥର ନୁହେଁ ଯେ ଆଇପିଏଲ ସମୟରେ ସଶସ୍ତ୍ର ବାହିନୀ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୨୦୧୯ ମସିହାରେ, ବିସିସିଆଇ ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହ ପାଇଁ ସାମରିକ ବ୍ୟାଣ୍ଡକୁ ନିମନ୍ତ୍ରଣ କରିଥିଲା ଏବଂ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସଶସ୍ତ୍ର ବାହିନୀକୁ ୨୦ କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ପୁଲୱାମା ଆକ୍ରମଣରେ ୪୪ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।






