ଧୋନୀ ୧୫୦ କୋଟି ନେଲେ ଆମ ଫ୍ଲାଟ୍‌ ମିଳିବ ନାହିଁ, ସୁପ୍ରିମକୋର୍ଟର ଦ୍ବାରସ୍ତ ହେଲେ ଆମ୍ରପାଲି ଗ୍ରୁପ ଗ୍ରାହକ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମ କୋର୍ଟ ତରଫରୁ ନୋଟିସ କରାଯାଇଛି । ଆମ୍ରପାଲି ଗ୍ରୁପ ଓ ଧୋନୀଙ୍କ ମଧ୍ୟରେ ହୋଇଥିବା ୧୫୦ କୋଟି ଟଙ୍କା ନେଣଦେଣ ମାମଲାରେ ଏହି ନୋଟିସ ପଠାଯାଇଛି । ଆମ୍ରପାଲି ଗ୍ରୁପ ତରଫରୁ ଧୋନୀଙ୍କୁ ୧୫୦ କୋଟି ଟଙ୍କା ଦେବାକୁ ଅଛି କିନ୍ତୁ ଆମ୍ରପାଲି ଗ୍ରୁପ ତାର ଗ୍ରାହକଙ୍କୁ ଏଯାଏଁ ଫ୍ଲାଟ୍‌ ଦେଇନାହିଁ। ଯେଉଁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ମହେନ୍ଦ୍ର ସିଂ […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମ କୋର୍ଟ ତରଫରୁ ନୋଟିସ କରାଯାଇଛି । ଆମ୍ରପାଲି ଗ୍ରୁପ ଓ ଧୋନୀଙ୍କ ମଧ୍ୟରେ ହୋଇଥିବା ୧୫୦ କୋଟି ଟଙ୍କା ନେଣଦେଣ ମାମଲାରେ ଏହି ନୋଟିସ ପଠାଯାଇଛି । ଆମ୍ରପାଲି ଗ୍ରୁପ ତରଫରୁ ଧୋନୀଙ୍କୁ ୧୫୦ କୋଟି ଟଙ୍କା ଦେବାକୁ ଅଛି କିନ୍ତୁ ଆମ୍ରପାଲି ଗ୍ରୁପ ତାର ଗ୍ରାହକଙ୍କୁ ଏଯାଏଁ ଫ୍ଲାଟ୍‌ ଦେଇନାହିଁ। ଯେଉଁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ମହେନ୍ଦ୍ର ସିଂ ଧୋନୀ ଆମ୍ରପାଲି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ଏହି ବାବଦରେ ତାଙ୍କୁ ଗ୍ରୁପ ତରଫରୁ ୧୫୦ କୋଟି ଟଙ୍କା ପ୍ରଦାନ କରାଯିବାର ଥିଲା । କିନ୍ତୁ ଆମ୍ରପାଲି ଧୋନୀଙ୍କୁ ଟଙ୍କା ଦେଇନାହିଁ। ଯାହାକୁ ନେଇ ଆମ୍ରପଲୀ ଗ୍ରୁପ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି କେସ୍ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଚାଲିଥିଲା। ବିବାଦର ସମାଧାନ ପାଇଁ ଦିଲ୍ଲୀ ହାଇକୋର୍ଟ ଦ୍ଵାରା ଏକ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ବୀଣା ବୀରବଲଙ୍କ ନେତୃତ୍ଵରେ ଗଠିତ ଏହି କମିଟିକୁ ବିବାଦର ସମାଧାନ କରିବାକୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଆମ୍ରପାଲି ଗ୍ରୁପ ଓ ଧୋନୀଙ୍କ ମଧ୍ୟରେ ଟଙ୍କା ମାମଲାକୁ ସମାଧାନ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ କମିଟି ଗଠନ କରାଯିବା ପରେ ଆମ୍ରପାଲି ଗ୍ରୁପ ନିକଟରୁ ଫ୍ଲାଟ୍‌ ପାଇନଥିବା ଗ୍ରାହକ ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି। ପୀଡିତାଙ୍କ କହିବା କଥା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରା ଯେଉଁ କମିଟି ଗଠନ କରାଯାଇଛି, ମହେନ୍ଦ୍ର ସିଂହ ଧୋନୀ ନିଜର ମାମଲା ଧରି କମିଟିର ଦ୍ଵାରସ୍ଥ ହୋଇଛନ୍ତି। ଧୋନୀ ଆମ୍ରପଲୀ ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ। ତାଙ୍କୁ ଆମ୍ରପାଲୀ ଗ୍ରୁପଠୁ ୧୫୦ କୋଟି ଟଙ୍କା ପାଇବାର ଅଛି। ଏବେ ପୀଡିତଙ୍କ ପକ୍ଷରୁ ଏହି ତର୍କ ଦିଆଯାଇଛି ଯେ, ଯଦି ଆମ୍ରପାଲୀ ଗ୍ରୁପ ଧୋନୀଙ୍କୁ ୧୫୦ କୋଟି ଟଙ୍କା ବକେୟା ପୈଠ କରିବ ତେବେ ସେମାନଙ୍କୁ ନିଜର ଫ୍ଲାଟ୍ ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଟି-୨୦ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ଯଶପ୍ରୀତ ବୁମରା ଫିଟ୍ ଘୋଷିତ

ପୀଡିତଙ୍କ କହିବା କଥା ହେଲା ଆମ୍ରପାଲି ଗ୍ରୁପ ପାଖରେ ଅର୍ଥର ଅଭାବ ଥିବାରୁ ସେମାନଙ୍କ ଦ୍ୱାରା ବୁକ୍ କରାଯାଇଥିବା ଫ୍ଲାଟ ଏପର୍ଯ୍ୟନ୍ତ ପାଇପାରି ନାହାଁନ୍ତି । ଏବେ ଧୋନୀଙ୍କୁ ଯଦି ୧୫୦ କୋଟି ଟଙ୍କା ଆମ୍ରପାଲୀ ଗ୍ରୁପ ଦେବ ତେବେ ସେମାନଙ୍କୁ ଫ୍ଲାଟ ଯୋଗାଇଦେବାକୁ ଅକ୍ଷମ ହେବ ଆମ୍ରପାଲି ଗ୍ରୁପ। ଏହି ବାବଦରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଧୋନୀ ଏବଂ ଆମ୍ରପାଲୀ ଗ୍ରୁପକୁ ନୋଟିସ୍ ଜାରି କରିଛନ୍ତି ଏବଂ ନିଜ ପକ୍ଷ ରଖିବାକୁ କହିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ଆମ୍ରପାଲୀ ଗ୍ରୁପ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ୧୫୦ କୋଟି ବକେୟା ନେଇ ମଧ୍ୟସ୍ଥତା କମିଟିର ଶୁଣାଣି ଏବଂ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇ ନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର