ପାକିସ୍ତାନକୁ ତୃଷାର୍ତ୍ତ କରି ମାରିବ ଭାରତ, ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବାତିଲ କଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି କାପୁରୁଷୋଚିତ ଆକ୍ରମଣରେ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଆକ୍ରମଣର ଶିକାର ହୋଇଥିବା ଅଧିକାଂଶ ପର୍ଯ୍ୟଟକ ଥିଲେ ଯେଉଁମାନେ ନିଜ ପରିବାର ସହିତ ‘ମିନି ସ୍ୱିଜରଲ୍ୟାଣ୍ଡ’ ନାମରେ ଜଣାଶୁଣା ଜମ୍ମୁ-କାଶ୍ମୀରର ବୈସରନ ଉପତ୍ୟକା ପରିଦର୍ଶନ କରିବାକୁ ଆସିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ପହଲଗାମର ବୈସରନ ଘାଟିରେ ଆତଙ୍କବାଦୀମାନେପ୍ରଥମେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ […]

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି କାପୁରୁଷୋଚିତ ଆକ୍ରମଣରେ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଆକ୍ରମଣର ଶିକାର ହୋଇଥିବା ଅଧିକାଂଶ ପର୍ଯ୍ୟଟକ ଥିଲେ ଯେଉଁମାନେ ନିଜ ପରିବାର ସହିତ ‘ମିନି ସ୍ୱିଜରଲ୍ୟାଣ୍ଡ’ ନାମରେ ଜଣାଶୁଣା ଜମ୍ମୁ-କାଶ୍ମୀରର ବୈସରନ ଉପତ୍ୟକା ପରିଦର୍ଶନ କରିବାକୁ ଆସିଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ପହଲଗାମର ବୈସରନ ଘାଟିରେ ଆତଙ୍କବାଦୀମାନେପ୍ରଥମେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଲେ, ସେମାନଙ୍କର ପରିଚୟପତ୍ର ଯାଞ୍ଚ କଲେ ଏବଂ ପରେ ସେମାନେ ହିନ୍ଦୁ ବୋଲି କହିବା ପରେ ଗୁଳି ଚଳାଇଲେ। ୨୬ ଜଣ ମୃତକଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ, ୨ ଜଣ ବିଦେଶୀ ଏବଂ ୨ ଜଣ ସ୍ଥାନୀୟ ନାଗରିକ। ଫେବୃଆରୀ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ଜମ୍ମୁ ଏବଂ କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଆତଙ୍କବାଦୀମାନେ ବୈସାରନ ଉପତ୍ୟକାର ଘାସଭୂମିରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀମାନେ ଖାଦ୍ୟ ଦୋକାନ ପାଖରେ ବୁଲୁଥିବା ଏବଂ ଘୋଡ଼ା ଚଢ଼ି ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଲେ।

ଆହୁରି ପଢ଼ନ୍ତୁ: ବିସଲେରୀ ପାଣି ନମୁନା ଅସୁରକ୍ଷିତ ! କ୍ୟାନ୍ସର କାରକ ଉପାଦାନ ମିଳିବା ପରେ FSSAI ପକ୍ଷରୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

ସେପଟେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୁଣି ଥରେ ପାକିସ୍ତାନୀ ଷଡ଼ଯନ୍ତ୍ରର ଗନ୍ଧ ଆସୁଛି। ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ପାକିସ୍ତାନରୁ ହିଁ  ହୋଇଥିଲା। କୁହାଯାଉଛି ଯେ ଏହି ଆକ୍ରମଣ ପଛରେ ହାଫିଜ୍ ସଇଦର ଘନିଷ୍ଠ ସହଯୋଗୀ ସୈଫୁଲ୍ଲା ଖାଲିଦର ହାତ ଅଛି। ଏପରି ପରିସ୍ଥିତିରେ, ଦେଶରେ ପୁଣି ଥରେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିବା ବେଳେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଇନ ନ ଜାଣି 'ବାହୁବଳୀ' ପରି ବ୍ୟବହାର କରନ୍ତୁ ନାହିଁ: ବିହାରର ଜଣେ ଜଜ୍‌ଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ସିସିଏସ୍ ବୈଠକରେ ପାକିସ୍ତାନକୁ ନେଇ ୫ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତ ଅଟାରୀ-ୱାଘା ସୀମା ବନ୍ଦ କରିବାକୁ ଘୋଷଣା ହୋଇଛି। ଯେଉଁମାନେ ବୈଧ ଅନୁମୋଦନ ସହିତ ସୀମା ପାର କରିଛନ୍ତି ସେମାନେ ୧ମେ ୨୦୨୫ ପୂର୍ବରୁ ସେହି ରାସ୍ତା ଦେଇ ଫେରିପାରିବେ। ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ହୋଇଛି । ବର୍ତ୍ତମାନ ଭାରତରେ ଥିବା ଯେକୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବା ପାଇଁ ୪୮ ଘଣ୍ଟା ସମୟ ଅଛି।

ଏଥି ସହିତ ପାକ୍‌ରେ ଥିବା ହାଇକମିଶନରଙ୍କୁ ଫେରାଇ ଅଣାଯିବ । ଭାରତ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗରୁ ଏହାର ପ୍ରତିରକ୍ଷା, ନୌସେନା ଏବଂ ବାୟୁ ପରାମର୍ଶଦାତାଙ୍କୁ ଫେରାଇ ଅଣାଯିବ। ସମ୍ପୃକ୍ତ ହାଇକମିଶନରେ ଏହି ପଦବୀଗୁଡ଼ିକୁ ରଦ୍ଦ ବୋଲି ବିବେଚନା କରାଯିବ। ଭାରତରେ ଥିବା ପାକ୍‌ ହାଇକମିଶନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ । ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ପ୍ରତିରକ୍ଷା, ସାମରିକ, ନୌସେନା ଏବଂ ବାୟୁ ପରାମର୍ଶଦାତାମାନଙ୍କୁ ବ୍ୟକ୍ତିଗତ ଭାବରେ ଅଣ-ଅନୁଗ୍ରହୀ ଘୋଷଣା କରାଯାଇଛି। ଭାରତ ଛାଡିବା ପାଇଁ ତାଙ୍କ ପାଖରେ ଗୋଟିଏ ସପ୍ତାହ ସମୟ ଅଛି ଏବଂ ସିନ୍ଧୁ ଜଳ ସମ୍ପର୍କିତ ବୁଝାମଣାକୁ ରଦ୍ଧ କରାଯାଇଛି।

ଆଜି ଭାରତ ପାକିସ୍ତାନ ଉପରେ ନେଇଥିବା ୫ ବଡ଼ ପଦକ୍ଷେପ ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସିନ୍ଧୁ ଜଳ ଚୁକ୍ତି ରଦ୍ଧ। କାରଣ  ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ହେବା ଫଳରେ, ଭାରତ ଗୋଟିଏ ଝଟକାରେ ସମଗ୍ର ପାକିସ୍ତାନକୁ ତୃଷାର୍ତ୍ତ କରିପାରେ। ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଭାରତରେ ଅନେକ ଥର ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବାର ଦାବି ଉଠିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପୁଣି ଥରେ ଏହି ଜଳ ଚୁକ୍ତିନାମାକୁ ସମାପ୍ତ କରିବାକୁ ଦାବି ହେଉଥିଲା। ଆଉ ଯାହା ନେଇ ଆଜି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ସୂରୂପ ଏହା କରିଛନ୍ତି।

ସିନ୍ଧୁ ଜଳ ଚୁକ୍ତି କ’ଣ?

ଭାରତ-ପାକିସ୍ତାନ ବିଭାଜନ ପରେ ଉଭୟ ଦେଶର ଜଳ ଆବଶ୍ୟକତା ପୂରଣ କରିବା ପାଇଁ ଏହି ଚୁକ୍ତି ହୋଇଥିଲା। ଏହି ଚୁକ୍ତିନାମା ୧୯ ସେପ୍ଟେମ୍ବର ୧୯୬୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ, ବ୍ୟାସ, ରବି, ସତଲେଜ, ସିନ୍ଧୁ, ଚେନାବ ଏବଂ ଝେଲମ ଛଅ ନଦୀର ଜଳ ବ୍ୟବହାର ପାଇଁ ନିୟମ ପ୍ରଣୟନ କରାଯାଇଥିଲା। ଏହି ଚୁକ୍ତି ଅନୁଯାୟୀ, ପାକିସ୍ତାନକୁ ତିନୋଟି ପଶ୍ଚିମ ନଦୀ ଚେନାବ, ଝେଲମ ଏବଂ ସିନ୍ଧୁରୁ ସମସ୍ତ ପାଣି ପାଏ। ଭାରତ ସତଲେଜ୍, ବ୍ୟାସ ଏବଂ ରବି ନଦୀରୁ ପାଣି ପାଏ।

ଯୁଦ୍ଧ ସତ୍ତ୍ୱେ, ଭାରତ ପାଣି ବନ୍ଦ କରିନଥିଲା

ଆପଣଙ୍କୁ କହିରଖୁଛୁ ଯେ ସ୍ୱାଧୀନତା ପରେ ପାକିସ୍ତାନ ସହିତ ଅନେକ ଯୁଦ୍ଧ କରିଥିବା ଭାରତ କେବେ ଏହି ଚୁକ୍ତି ଭାଙ୍ଗିନାହିଁ କିମ୍ବା ପାକିସ୍ତାନର ପାଣି ବନ୍ଦ କରିନାହିଁ। ଏହି ଚୁକ୍ତିନାମା ଅନୁଯାୟୀ, କୌଣସି ଦେଶ ଏକପାଖିଆ ଭାବରେ ଏହି ଚୁକ୍ତିନାମାକୁ ଭାଙ୍ଗି ପାରିବେ ନାହିଁ କିମ୍ବା ନିୟମ ପରିବର୍ତ୍ତନ କରିପାରିବେ ନାହିଁ। ଭାରତ ଏବଂ ପାକିସ୍ତାନକୁ ମିଳିତ ଭାବରେ ଏହି ଚୁକ୍ତିରେ ପରିବର୍ତ୍ତନ କରିବାକୁ ପଡିବ ଏବଂ ଏକ ନୂତନ ଚୁକ୍ତି କରିବାକୁ ପଡିବ। ଆତଙ୍କବାଦୀ ଷଡ଼ଯନ୍ତ୍ର ଜାରି ରହିଥିବା ସତ୍ତ୍ୱେ ଭାରତ ଏହି ଚୁକ୍ତିକୁ ବଜାୟ ରଖିଥିଲା। କିନ୍ତୁ ପହଲଗାମରେ ପର୍ଯ୍ୟଟକ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଧ କରିଛି।

ଭାରତ ଚୁକ୍ତି ଭଙ୍ଗ କଲେ କଣ ହେବ?

ବିଶ୍ୱ ବ୍ୟାଙ୍କର ଦୀର୍ଘ ମଧ୍ୟସ୍ଥତା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ, ୧ ଏପ୍ରିଲ ୧୯୪୮ରେ ଭାରତ ଦୁଇଟି ପ୍ରମୁଖ କେନାଲର ଜଳ ଯୋଗାଣ ବନ୍ଦ କରିଦେଇଥିଲା, ଯାହା ଫଳରେ ପାକିସ୍ତାନୀ ପଞ୍ଜାବର ୧୭ ଲକ୍ଷ ଏକର ଜମି ପାଣି ବିନା ମରୁଡି ହୋଇଯାଇଥିଲା। ଏପରି ପରିସ୍ଥିତିରେ, ଆଜିର ନିଷ୍ପତ୍ତି ଅନୁସାରେ ଭାରତ ଏହି ନଦୀଗୁଡ଼ିକର ପାଣି ବନ୍ଦ କରିଦଲେ ପାକିସ୍ତାନରେ ଅରାଜକତା ସୃଷ୍ଟି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର