ଏପ୍ରିଲ ୧ରୁ ତୃତୀୟ ପର୍ଯ୍ଯାୟ କରୋନା ଟିକାକରଣ, ୪୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା

The Sakala Picture
Published On

ନୂଆଦିଲ୍ଲୀ: ଟିକାକରଣ ନେଇ କେନ୍ଦ୍ରସରକାର ବଡ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୧ରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ଯାୟ ଟିକାକରଣ। ଏଥିରେ ୪୫ କିମ୍ବା ତା’ଠାରୁ ଅଧିକ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏ ନେଇ ଆଜି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ଉପରେ ମୋହର ମାରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୬ରୁ ଦେଶରେ ପ୍ରଥମେ ଟିକାକରଣ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ଯାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା […]

ନୂଆଦିଲ୍ଲୀ: ଟିକାକରଣ ନେଇ କେନ୍ଦ୍ରସରକାର ବଡ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୧ରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ଯାୟ ଟିକାକରଣ। ଏଥିରେ ୪୫ କିମ୍ବା ତା’ଠାରୁ ଅଧିକ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏ ନେଇ ଆଜି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ଉପରେ ମୋହର ମାରିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୬ରୁ ଦେଶରେ ପ୍ରଥମେ ଟିକାକରଣ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ଯାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏହାପରେ ୬୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦଆଯାଉଛି।  ଏପ୍ରିଲ ୧ରୁ ଦେଶରେ ରହୁଥିବା ସମସ୍ତ ୪୫ କିମ୍ବା ତା’ଠାରୁ ଅଧିକ ବୟସ୍କ ଲୋକଙ୍କର ଟିକାକରଣ କାର୍ଯ୍ଯକ୍ରମ ହେବ। ତେଣୁ ସେ ଏହି ବର୍ଗରେ ଥିବା ଲୋକଙ୍କୁ ପଞ୍ଜୀକରଣ କରି ଟିକା ନେବାକୁ ଅନୁରୋଧ କରିଛନ୍ତି। ୪୫ ବର୍ଷ କିମ୍ବା ତା’ରୁ ଅଧିକ ବୟସ୍କଙ୍କ ଟିକାକରଣ କରିବାକୁ କରୋନା ଭାଇରସ ଟ୍ୟାକ୍ସ ଫୋର୍ସ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଥିଲେ। ଏହା ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

ଭାରତରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଗୋଟିଏ ହେଲା କୋଭାକ୍ସିନ ଓ ଆଉ ଗୋଟିଏ ହେଲା କୋଭିସିଲ୍ଡ। କୋଭାକ୍ସିନର ଟିକାର ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ପଡ଼ିବ। ହେଲେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ ପରେ ହୁଥି ବିଦ୍ରୋହୀଙ୍କ ବିରୋଧରେ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସାଉଦି ଆରବ

କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁଯାୟୀ, ବର୍ତ୍ତମାନ ପର୍ୟ୍ୟନ୍ତ ୭୮, ୫୯, ୫୭୬ ଜଣ ସ୍ୱାସ୍ଥ୍ୟକର୍ମୀ ଟୀକାର ପ୍ରଥମ ଡୋଜ ନେଇଥିବା ବେଳେ ୪୯, ୫୯, ୯୬୪ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି। ଏଥି ସହିତ ୮୨,୪୨, ୧୨୭ ଜଣ ଫ୍ରଣ୍ଟଲାଇନ କର୍ମଚାରୀମାନେ ପ୍ରଥମ ଡୋଜ ନେଇଛନ୍ତି ଏବଂ ୨୯, ୦୩, ୪୭୭ ଫ୍ରଣ୍ଟଲାଇନ କର୍ମଚାରୀମାନେ ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ଯେଉଁମାନେ ୪୫ ବର୍ଷରୁ ଅଧିକ ଏବଂ କିଛି ଗୁରୁତର ରୋଗରେ ପୀଡିତଥିବା ୪୨, ୯୮, ୩୧୦ ଜଣ ଟିକା ନେଇଛନ୍ତି । ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ ୨ କୋଟିରୁ ଅଧିକ ( ୨,୦୨, ୩୧, ୧୩୭ ) ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp