ପାକିସ୍ତାନରେ ବ୍ୟାପୁଛି ଅଶାନ୍ତି : ସିନ୍ଧ ପ୍ରଦେଶ , ପିଓକେରେ ପାକ୍‌ ସେନା ବିରୋଧରେ ବିକ୍ଷୋଭ

The Sakala Picture
Published On

ଇସଲାମାବାଦ : ପହଲଗାମ୍‌ ଆତଙ୍କୀ ହମଲା ପ୍ରତିଶୋଧରେ ଭାରତ ପାକିସ୍ତାନ ବିରୋଧରେ କୌଣସି ମୁହୂର୍ତ୍ତରେ ବଡ଼ ପଦକ୍ଷେପ ନେବାକୁ ରହିଥିଲା ବେଳେ ପାକିସ୍ତାନରେ ବିଭିନ୍ନ ମହଲରେ ଛନକା ପଶିଛି। କେବଳ ଚୀନ୍‌ ଏବଂ ତୁର୍କୀ ବ୍ୟତୀତ ପାକିସ୍ତାନକୁ ଅନ୍ୟ କୌଣସି ରାଷ୍ଟ୍ର ସାଂପ୍ରତିକ ସ୍ଥିତିରେ ସମର୍ଥନ ଜଣାଇ ନଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଏଭଳି ହୋଇଛି ଯେ, ସେଠାକାର ବହୁ ନେତା ଏବଂ ସେନା ଅଧିକାରୀ ସେମାନଙ୍କ ପରିବାର ସଦସ୍ୟଙ୍କୁ ବିଦେଶ ପଠାଇବାରେ ଲାଗିଛନ୍ତି। […]

ଇସଲାମାବାଦ : ପହଲଗାମ୍‌ ଆତଙ୍କୀ ହମଲା ପ୍ରତିଶୋଧରେ ଭାରତ ପାକିସ୍ତାନ ବିରୋଧରେ କୌଣସି ମୁହୂର୍ତ୍ତରେ ବଡ଼ ପଦକ୍ଷେପ ନେବାକୁ ରହିଥିଲା ବେଳେ ପାକିସ୍ତାନରେ ବିଭିନ୍ନ ମହଲରେ ଛନକା ପଶିଛି। କେବଳ ଚୀନ୍‌ ଏବଂ ତୁର୍କୀ ବ୍ୟତୀତ ପାକିସ୍ତାନକୁ ଅନ୍ୟ କୌଣସି ରାଷ୍ଟ୍ର ସାଂପ୍ରତିକ ସ୍ଥିତିରେ ସମର୍ଥନ ଜଣାଇ ନଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଏଭଳି ହୋଇଛି ଯେ, ସେଠାକାର ବହୁ ନେତା ଏବଂ ସେନା ଅଧିକାରୀ ସେମାନଙ୍କ ପରିବାର ସଦସ୍ୟଙ୍କୁ ବିଦେଶ ପଠାଇବାରେ ଲାଗିଛନ୍ତି। କିନ୍ତୁ ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତି ମଧ୍ୟ ଆହୁରି ଜଟିଳ ହୋଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ପାକିସ୍ତାନ ସେନା ଭାରତର କୌଣସି ପଦକ୍ଷେପକୁ ମୁକାବିଲା କରିବାକୁ ଉଦ୍ୟମ ଚଳାଇଥିଲା ବେଳେ ପାକିସ୍ତାନର ସିନ୍ଧ ପ୍ରଦେଶ ଏବଂ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ମଙ୍ଗଳବାର ସେନା ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଛି। ଏକ ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ ପାଇଁ ପୂର୍ବରୁ ଦାବି କରାଯାଇଆସିଛି। କିନ୍ତୁ ସାଂପ୍ରତିକ ସ୍ଥିତିରେ ପାକିସ୍ତାନ ବିରୋଧରେ ଭାରତ କଡ଼ା ପଦକ୍ଷେପ ଗ୍ରହଣ କରିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଲୋକମାନେ ବିପର୍ଯ୍ୟୟରେ ମଧ୍ୟ ସୁଯୋଗ ଖୋଜିବାକୁ ଉଦ୍ୟମ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲ୍ଟିସ୍ତାନରେ ମଧ୍ୟ ଲୋକମାନେ ରାସ୍ତାକୁ ଓହ୍ଲାଇ ସେନା ବିରୋଧରେ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି। ଏହି ଇଲାକାବାସୀଙ୍କୁ ପାକିସ୍ତାନ ସରକାର ଏବଂ ସେନା ନାନା ପ୍ରକାରରେ ନିର୍ଯାତନା ଦେବା ସହିତ ସେମାନଙ୍କ ଜମି ଏବଂ ସମ୍ପତ୍ତି ଲୁଟ୍‌ କରି ଚାଲିଥିବାରୁ ସେନା ବିରୋଧରେ ବର୍ଷ ବର୍ଷ ଧରି ପିଓକେବାସୀ ଅସନ୍ତୋଷ ଜାହିର କରିଆସୁଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ଭାରତର ଆଭିମୁଖ୍ୟକୁ ନେଇ ପିଓକେବାସୀ ମଧ୍ୟ ସେନା ବିରୋଧରେ ଅଧିକ ଶାଣିତ କରିବାକୁ ପଛାଇ ନାହାନ୍ତି ବୋଲି କୁହାଯାଉଛି। କେବଳ ସିନ୍ଧ କିମ୍ବା ପିଓକେ ନୁହେଁ, ସେପଟେ ବେଲୁଚିସ୍ତାନ ସ୍ଥିତି ମଧ୍ୟ ଆହୁରି ଗମ୍ଭୀର ହେବାରେ ଲାଗିଛି। ବେଲୁଚିସ୍ତାନକୁ ସ୍ବତନ୍ତ୍ର କରିବା ଦାବିରେ ଏଠାରେ ଟିଟିପି ଏବଂ ବିଏଲଏ ପକ୍ଷରୁ ପାକ୍‌ ସେନାକୁ ନିଶାଣ କରି ଆକ୍ରମଣ ଜାରି ରହିଛି। ହେଲେ ବର୍ତ୍ତମାନ ଭାରତକୁ ମୁକାବିଲା କରିବାକୁ ପାକିସ୍ତାନ ସେନା ନିଜର ସମସ୍ତ ଶକ୍ତି ଜୁଟାଇବାକୁ ଯାଉଥିବାରୁ ଏହି ସମୟରେ ବିଏଲଏ ନିଜର ଲକ୍ଷ୍ୟସାଧନ ପାଇଁ ଅଧÒକ ସକ୍ରିୟ ହୋଇପଡ଼ିଥÒବା ଜଣାପଡ଼ିଛି। ତେଣୁ ଭାରତ ଅପେକ୍ଷା ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତିକୁ ମୁକାବିଲ କରିବା ଏବଂ ଦୁଇ ଦୁଇଟି ସ୍ତରରେ ଲଢେଇ କରିବା ପାକ୍‌ ସେନା ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

30 Apr 2025 By The Sakala

ପାକିସ୍ତାନରେ ବ୍ୟାପୁଛି ଅଶାନ୍ତି : ସିନ୍ଧ ପ୍ରଦେଶ , ପିଓକେରେ ପାକ୍‌ ସେନା ବିରୋଧରେ ବିକ୍ଷୋଭ

ଇସଲାମାବାଦ : ପହଲଗାମ୍‌ ଆତଙ୍କୀ ହମଲା ପ୍ରତିଶୋଧରେ ଭାରତ ପାକିସ୍ତାନ ବିରୋଧରେ କୌଣସି ମୁହୂର୍ତ୍ତରେ ବଡ଼ ପଦକ୍ଷେପ ନେବାକୁ ରହିଥିଲା ବେଳେ ପାକିସ୍ତାନରେ ବିଭିନ୍ନ ମହଲରେ ଛନକା ପଶିଛି। କେବଳ ଚୀନ୍‌ ଏବଂ ତୁର୍କୀ ବ୍ୟତୀତ ପାକିସ୍ତାନକୁ ଅନ୍ୟ କୌଣସି ରାଷ୍ଟ୍ର ସାଂପ୍ରତିକ ସ୍ଥିତିରେ ସମର୍ଥନ ଜଣାଇ ନଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଏଭଳି ହୋଇଛି ଯେ, ସେଠାକାର ବହୁ ନେତା ଏବଂ ସେନା ଅଧିକାରୀ ସେମାନଙ୍କ ପରିବାର ସଦସ୍ୟଙ୍କୁ ବିଦେଶ ପଠାଇବାରେ ଲାଗିଛନ୍ତି। କିନ୍ତୁ ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତି ମଧ୍ୟ ଆହୁରି ଜଟିଳ ହୋଇଛି।

ପାକିସ୍ତାନ ସେନା ଭାରତର କୌଣସି ପଦକ୍ଷେପକୁ ମୁକାବିଲା କରିବାକୁ ଉଦ୍ୟମ ଚଳାଇଥିଲା ବେଳେ ପାକିସ୍ତାନର ସିନ୍ଧ ପ୍ରଦେଶ ଏବଂ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ମଙ୍ଗଳବାର ସେନା ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଛି। ଏକ ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ ପାଇଁ ପୂର୍ବରୁ ଦାବି କରାଯାଇଆସିଛି। କିନ୍ତୁ ସାଂପ୍ରତିକ ସ୍ଥିତିରେ ପାକିସ୍ତାନ ବିରୋଧରେ ଭାରତ କଡ଼ା ପଦକ୍ଷେପ ଗ୍ରହଣ କରିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଲୋକମାନେ ବିପର୍ଯ୍ୟୟରେ ମଧ୍ୟ ସୁଯୋଗ ଖୋଜିବାକୁ ଉଦ୍ୟମ କରୁଛନ୍ତି ।

ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲ୍ଟିସ୍ତାନରେ ମଧ୍ୟ ଲୋକମାନେ ରାସ୍ତାକୁ ଓହ୍ଲାଇ ସେନା ବିରୋଧରେ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି। ଏହି ଇଲାକାବାସୀଙ୍କୁ ପାକିସ୍ତାନ ସରକାର ଏବଂ ସେନା ନାନା ପ୍ରକାରରେ ନିର୍ଯାତନା ଦେବା ସହିତ ସେମାନଙ୍କ ଜମି ଏବଂ ସମ୍ପତ୍ତି ଲୁଟ୍‌ କରି ଚାଲିଥିବାରୁ ସେନା ବିରୋଧରେ ବର୍ଷ ବର୍ଷ ଧରି ପିଓକେବାସୀ ଅସନ୍ତୋଷ ଜାହିର କରିଆସୁଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ଭାରତର ଆଭିମୁଖ୍ୟକୁ ନେଇ ପିଓକେବାସୀ ମଧ୍ୟ ସେନା ବିରୋଧରେ ଅଧିକ ଶାଣିତ କରିବାକୁ ପଛାଇ ନାହାନ୍ତି ବୋଲି କୁହାଯାଉଛି। କେବଳ ସିନ୍ଧ କିମ୍ବା ପିଓକେ ନୁହେଁ, ସେପଟେ ବେଲୁଚିସ୍ତାନ ସ୍ଥିତି ମଧ୍ୟ ଆହୁରି ଗମ୍ଭୀର ହେବାରେ ଲାଗିଛି। ବେଲୁଚିସ୍ତାନକୁ ସ୍ବତନ୍ତ୍ର କରିବା ଦାବିରେ ଏଠାରେ ଟିଟିପି ଏବଂ ବିଏଲଏ ପକ୍ଷରୁ ପାକ୍‌ ସେନାକୁ ନିଶାଣ କରି ଆକ୍ରମଣ ଜାରି ରହିଛି। ହେଲେ ବର୍ତ୍ତମାନ ଭାରତକୁ ମୁକାବିଲା କରିବାକୁ ପାକିସ୍ତାନ ସେନା ନିଜର ସମସ୍ତ ଶକ୍ତି ଜୁଟାଇବାକୁ ଯାଉଥିବାରୁ ଏହି ସମୟରେ ବିଏଲଏ ନିଜର ଲକ୍ଷ୍ୟସାଧନ ପାଇଁ ଅଧÒକ ସକ୍ରିୟ ହୋଇପଡ଼ିଥÒବା ଜଣାପଡ଼ିଛି। ତେଣୁ ଭାରତ ଅପେକ୍ଷା ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତିକୁ ମୁକାବିଲ କରିବା ଏବଂ ଦୁଇ ଦୁଇଟି ସ୍ତରରେ ଲଢେଇ କରିବା ପାକ୍‌ ସେନା ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର