ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତା କାଲି ନେବେ ଶପଥ

Suryakanta Picture
Published On

ପଶ୍ଚିମବଙ୍ଗରେ ଏକ ଐତିହାସିକ ରାଜନୈତିକ ପରିବର୍ତ୍ତନର ସମୟ ଆସିଯାଇଛି। କୋଲକାତାରେ ଜାରି ରହିଥିବା ବିଜେପି (BJP) ବିଧାୟକ ଦଳ ବୈଠକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ନିଜର ନେତା ଭାବେ ନିର୍ବାଚିତ କରିଛି ଏବଂ ସେ ବେଙ୍ଗଲର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଜନ୍ତର-ମନ୍ତରରେ ବିଶାଳ ବିକ୍ଷୋଭ, ଅକ୍ଟୋବର ୧୦କୁ ନେଇ ଚେତାବନୀ

ଅମିତ ଶାହ ଓ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମୋହର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ତାଙ୍କ ନାମରେ ମୋହର ବାଜିଛି। ଆସନ୍ତାକାଲି ଅର୍ଥାତ୍ ମେ' ୯ ତାରିଖ ସକାଳ ୧୧ଟା ସମୟରେ କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ।

ଆହୁରି ପଢ଼ନ୍ତୁ: ମେଡିସିନ୍‌ରେ ନୋବେଲ ପୁରସ୍କାର-୨୦୨୬ ଘୋଷଣା: ଅପ୍ଟୋଜେନେଟିକ୍ସରେ ଗବେଷଣା ପାଇଁ ୩ ବୈଜ୍ଞାନିକଙ୍କୁ ସମ୍ମାନ

ରବୀନ୍ଦ୍ର ଜୟନ୍ତୀରେ ଶପଥ ଗ୍ରହଣ ଉତ୍ସବ

ମେ' ୯ ତାରିଖ ଦିନଟି ପଶ୍ଚିମବଙ୍ଗ ପାଇଁ ବେଶ୍ ସ୍ୱତନ୍ତ୍ର, କାରଣ ଏହି ଦିନ ରବୀନ୍ଦ୍ର ଜୟନ୍ତୀ ପାଳନ କରାଯାଏ। ଏହି ଶୁଭ ଅବସରରେ ରାଜ୍ୟର ପ୍ରଥମ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଧାନସଭା ଭଙ୍ଗ

ଭବାନୀପୁରରେ ମମତା ବାନାର୍ଜୀଙ୍କୁ ମାତ୍ ଦେଇଥିବା ଶୁଭେନ୍ଦୁଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ (Deputy CM) ମଧ୍ୟ ନିଯୁକ୍ତ ହେବା ନେଇ ଚର୍ଚ୍ଚା ହେଉଛି, ଯାହା ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିପାରେ। ଅନ୍ୟପକ୍ଷରେ, ବେଙ୍ଗଲର ରାଜ୍ୟପାଳ ଆର.ଏନ ରବି ଗତ ମେ' ୭ ତାରିଖରେ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି। କୋଲକାତା ଗେଜେଟରେ ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର (BJP) ବିପୁଳ ବିଜୟ ପରେ ବିଧାନସଭା ଭଙ୍ଗ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର