ଜଜଙ୍କ ନାମରେ ଏଫଆଇଆର୍ ଅନୁମତି ଦେବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ଘଟଣାରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ଏତଲା ଦାଏର କରିବା ନେଇ ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନକୁ ଖାରଜ କରି ଦିଆଯାଇଛି। ଏହି ଆବେଦନ ଉପରେ ଜଷ୍ଟିସ୍ ଏ ଏସ ଓକାଙ୍କ ନେତୃତ୍ବ ଖଣ୍ଡପୀଠ ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଦେବା ସହିତ ଏତଲା ଦାଏର କରାଯାଇପାରିବନି ବୋଲି କହିଛନ୍ତି। ବିଚାରପତିଙ୍କ ଘରୁ ଟଙ୍କା ମିଳିବା ଘଟଣାକୁ ନେଇ ତାଙ୍କ ବିରୋଧରେ […]
ନୂଆଦିଲ୍ଲୀ : ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ଘଟଣାରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ଏତଲା ଦାଏର କରିବା ନେଇ ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନକୁ ଖାରଜ କରି ଦିଆଯାଇଛି। ଏହି ଆବେଦନ ଉପରେ ଜଷ୍ଟିସ୍ ଏ ଏସ ଓକାଙ୍କ ନେତୃତ୍ବ ଖଣ୍ଡପୀଠ ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଦେବା ସହିତ ଏତଲା ଦାଏର କରାଯାଇପାରିବନି ବୋଲି କହିଛନ୍ତି। ବିଚାରପତିଙ୍କ ଘରୁ ଟଙ୍କା ମିଳିବା ଘଟଣାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆଭ୍ୟନ୍ତରୀଣ କମିଟି ଦ୍ବାରା ଯାଞ୍ଚ କରାଯାଇଥିଲା ବେଳେ ଏହାର ରିପୋର୍ଟ ଏବଂ ଜଷ୍ଟିସ୍ ବର୍ମାଙ୍କ ମତାମତ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ତେଣୁ ପୁଣି ଏତଲା ଦାଏର କରାଯିବାର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।






