ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ମାମଲାରେ ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’

The Sakala Picture
Published On

ନୂଆଦିଲ୍ଲୀ: ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ବିଭ୍ରାନ୍ତିକରଣ ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଥିଲେ ବି ଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ମାନ୍ୟବର କୋର୍ଟ । ଆପଣଙ୍କ ଦୁଃଖ ପ୍ରକାଶ କରିବା ତରିକାକୁ ଆମେ ମଞ୍ଜୁରୀ କରିପାରିବୁ […]

ନୂଆଦିଲ୍ଲୀ: ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ବିଭ୍ରାନ୍ତିକରଣ ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଥିଲେ ବି ଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ମାନ୍ୟବର କୋର୍ଟ । ଆପଣଙ୍କ ଦୁଃଖ ପ୍ରକାଶ କରିବା ତରିକାକୁ ଆମେ ମଞ୍ଜୁରୀ କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା: ପ୍ରଫେସରଙ୍କୁ ନିଲମ୍ବନ ଦାବିରେ ଛାତ୍ରଙ୍କ ବିକ୍ଷୋଭ, ଦୁଇ ଭାଗରେ ବିଭକ୍ତ ଫ୍ୟାକଲ୍ଟି

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, ‘ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି। ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ।’

ଆହୁରି ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଜାତିସଂଘରେ ପାକିସ୍ତାନର ମିଥ୍ୟା ପ୍ରଚାର, କଡ଼ା ଜବାବ ଦେଲା ଭାରତ

ରାମଦେବଙ୍କ ଓକିଲ ଯୋଡ଼ ହସ୍ତରେ କୋର୍ଟଙ୍କୁ କହିଥିଲେ ଯେ, ଆମେ କ୍ଷମା ମାଗିବାକୁ ଚାହୁଁଛୁ ଏବଂ କୋର୍ଟ ଯାହା ଆଦେଶ ଦେବେ ତାହା ପାଳନ କରିବାକୁ ଆମେ ପ୍ରସ୍ତୁତ। କିନ୍ତୁ କୋର୍ଟ ପତଞ୍ଜଳି କଥା ଶୁଣିନଥିଲେ । ଅଦାଲତଙ୍କ ଆଦେଶର ପରଦିନ ପତଞ୍ଜଳି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ଓ ନିଜ ଔଷଧକୁ ପ୍ରଭାବୀ ବୋଲି ଦାବି କରି ବିଜ୍ଞାପନ ଛାପିବା ଜାରି ରଖିଥିଲା କମ୍ପାନୀ । ପତଞ୍ଜଳି ସବୁ ସୀମା ଲଂଘିଛି ବୋଲି କହିଛନ୍ତି କୋର୍ଟ। ଏହାଛଡ଼ା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାନଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ମଧ୍ୟ ବର୍ଷିଥିଲେ । ପତଞ୍ଜଳି ବିଜ୍ଞାପନ ପ୍ରତି କେନ୍ଦ୍ର ଆଖି ବନ୍ଦ କରି ବସିଥିଲା ବୋଲି ‌କହିଥିଲେ କୋର୍ଟ।

ଆହୁରି ପଢ଼ନ୍ତୁ: ଚାକିରି ଖାଇଗଲା ଏଆଇ: ୯ ମାସରେ ବିଶ୍ଵର ବଡ଼ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ୧.୭୬ ଲକ୍ଷ ଛଟେଇ ଘୋଷଣା

ପତଞ୍ଜଳି ବିରୋଧରେ ‘ଭାରତୀୟ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ)ର ଏକ ଆବେଦନ ଉପରେ ଶୁଣାଣି କହୁଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ଟକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ରାମଦେବ ଓ ପତଞ୍ଜଳି ଅପପ୍ରଚାର ଚଳାଉଛି ବୋଲି ଅଭିଯୋଗ କରିଥିଲା ଆଇଏମ୍ଏ । କୋର୍ଟଙ୍କ କଟକଣା ସତ୍ତ୍ୱେ ପତଞ୍ଜଳି ବିଜ୍ଞାପନ ପ୍ରକାଶନ ଜାରି ରଖିବା ପରେ ମାର୍ଚ୍ଚ ୧୯ରେ ରାମଦେବ ଓ ବାଳକୃଷ୍ଣଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାଛଡ଼ା ଉଭୟଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର