ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ
ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ପରଲୋକ। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସୋମବାର ୮୧ ବର୍ଷିୟ ଶିବୁ ସୋରେନଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ସୂଚନା ଦେଇଛନ୍ତି। आदरणीय दिशोम गुरुजी हम सभी को छोड़कर चले गए हैं। आज मैं शून्य हो गया हूँ… — Hemant Soren (@HemantSorenJMM) August 4, […]
ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ପରଲୋକ। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସୋମବାର ୮୧ ବର୍ଷିୟ ଶିବୁ ସୋରେନଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ସେନେଟ ଦଖଲ କଲେ ଡେମୋକ୍ରାଟ୍ସ, ଟ୍ରମ୍ପଙ୍କ ପାଇଁ ଶକ୍ତ ଧକ୍କା
आदरणीय दिशोम गुरुजी हम सभी को छोड़कर चले गए हैं।
ଆହୁରି ପଢ଼ନ୍ତୁ: ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି: ସରଯୂ ନଦୀ କୂଳରେ ଜଳିବ ୩୦ ଲକ୍ଷରୁ ଅଧିକ ଦୀପ, ୨୧୦୦ରୁ ଅଧିକ ଡ୍ରୋନ୍ ଶୋआज मैं शून्य हो गया हूँ…
— Hemant Soren (@HemantSorenJMM) August 4, 2025
ସେହିପରି ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ଯେ ଶିବୁ ସୋରେନଙ୍କର ଆଜି ସକାଳ ୮.୫୬ରେ ମୃତ୍ୟୁ ହୋଇଛି। କିଡନୀ ସମ୍ବନ୍ଧୀୟ ସମସ୍ୟା କାରଣରୁ ଗତ ଜୁନ ଶେଷ ସପ୍ତାହରେ ଶିବୁ ସୋରେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି।






