୪୭ ଟି ଭାଷାରେ କଥା ହେଉଛି ‘ସାଲୁ’

The Sakala Picture
Published On

ନୂଆଦିଲ୍ଲୀ : ଭାରତ ସବୁବେଳେ ନବୋନ୍ମେଷର ଭୂମି ହୋଇରହିଛି। ଭାରତୀୟ ଗବେଷକମାନେ ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ କରିବାରେ ପାରଦର୍ଶିତା ହାସଲ କରିଛନ୍ତି। ଏବେ ମୁମ୍ବଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକ ଦିନେଶ ପଟେଲ ଏକ ହ୍ୟୁମାନଏଡ୍ ରୋବୋ (ମନୁଷ୍ୟ ସଦୃଶ୍ୟ) ବିକଶିତ କରିଛନ୍ତି। ଏହି ରୋବୋ ୯ଟି ସ୍ଥାନୀୟ ଭାଷା ଏବଂ ୩୮ଟି ବିଦେଶୀ ଭାଷାରେ କଥା ହୋଇପାରୁଛି। ଦୀନେଶ ଏହି ରୋବୋର ନାମ ‘ସାଲୁ’ […]

ନୂଆଦିଲ୍ଲୀ : ଭାରତ ସବୁବେଳେ ନବୋନ୍ମେଷର ଭୂମି ହୋଇରହିଛି। ଭାରତୀୟ ଗବେଷକମାନେ ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ କରିବାରେ ପାରଦର୍ଶିତା ହାସଲ କରିଛନ୍ତି। ଏବେ ମୁମ୍ବଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକ ଦିନେଶ ପଟେଲ ଏକ ହ୍ୟୁମାନଏଡ୍ ରୋବୋ (ମନୁଷ୍ୟ ସଦୃଶ୍ୟ) ବିକଶିତ କରିଛନ୍ତି। ଏହି ରୋବୋ ୯ଟି ସ୍ଥାନୀୟ ଭାଷା ଏବଂ ୩୮ଟି ବିଦେଶୀ ଭାଷାରେ କଥା ହୋଇପାରୁଛି। ଦୀନେଶ ଏହି ରୋବୋର ନାମ ‘ସାଲୁ’ ରଖିଛନ୍ତି। ସାଲୁ ହିନ୍ଦୀ, ମରାଠୀ, ଭୋଜପୁରୀ, ଗୁଜରାଟୀ, ତାମିଲ,ତେଲୁଗୁ, ମାଲାୟାଲମ ଭଳି ଆଞ୍ଚଳିକ ଭାଷା କହିପାରୁଛନ୍ତି। ଏହା ବ୍ୟତୀତ ସେ ୩୮ଟି ବିଦେଶୀ ଭାଷାରେ ମଧ୍ୟ କଥା ହୋଇପାରୁଛନ୍ତି। ସାଲୁକୁ ମହିଳାଙ୍କ ଭଳି ପ୍ରସ୍ତୁତ କରାଯାଇଛି ଏବଂ ସେ ମହିଳାଙ୍କ ପରି ମଧ୍ୟ କଥା ହେଉଛନ୍ତି। ରଜନୀକାନ୍ତଙ୍କ ରୋବୋଟ ଚଳଚ୍ଚିତ୍ରରୁ ଅନୁପ୍ରାଣୀତ ହୋଇ ଦୀନଶ ଏହି ହ୍ୟୁମାନଏଡ ରୋବୋ ପ୍ରସ୍ତୁତ କରିଛନ୍ତି। ଏହା ହଂକଂର ହାନସନ ରୋବୋଟିକ୍ସ ଦ୍ବାରା ବିକଶିତ ‘ସୋଫିଆ’ ରୋବୋ ପରି। ସାଲୁ କେବଳ ମାନବୀୟ କାର୍ଯ୍ୟକଳାପ ପ୍ରଦର୍ଶନ କରୁଛି ତା ନୁହେଁ, ବରଂ ସେ ହାଣ୍ଡ ସେକ, କ୍ରୋଧ ପ୍ରକାଶ କରିବା ସହିତ ହସି ମଧ୍ୟ ପାରୁଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ କୋରିଆ ସୀମାରେ ଭୟଙ୍କର ବିସ୍ଫୋରଣ: ୩ ସେନା ଅଧିକାରୀ ଗୁରୁତର

ଦୀନେଶ ବର୍ଯ୍ୟବସ୍ତୁ ବ୍ୟବହାର କରି ସାଲୁଙ୍କୁ ବିକଶିତ କରିଛନ୍ତି। ଏଥିରେ ବିଶେଷ କରି ପ୍ଲାଷ୍ଟିକ, କାର୍ଡବୋର୍ଡ, କାଠ, ଆଲୁମିନିୟମ ଆଦି ବ୍ୟବହାର ହୋଇଛି। ଏହାକୁ ପ୍ରସ୍ତୁତ କରିବା ଲାଗି ଦୀନଶଙ୍କୁ ତିନି ବର୍ଷ ସମୟ ଲାଗିଥିଲା। ପ୍ଲାଷ୍ଟର ଅଫ ପ୍ୟାରିସ ବ୍ୟବହାର କରି ସାଲୁଙ୍କୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହା ସାଲୁର ଏକ ପ୍ରୋଟୋଟାଇପ। ଏହି ରୋବୋ ଜଣଙ୍କୁ ଚିହ୍ନିପାରିବା ସହିତ, ମନେରଖିପାରିବ ଏବଂ ଗଣିତ ଓ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ମଧ୍ୟ ଦେଇପାରିବ। ସାଲୁ ସମସ୍ତଙ୍କୁ ସ୍ବାଗତ କରିପାରିବ, ଭାବଭଙ୍ଗୀ ପରିପ୍ରକାଶ କରିପାରିବ, ଖବରକାଗଜ ପଢିପାରିବ, ବ୍ୟଞ୍ଜନ ମନେରଖିପାରିବ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ପ୍ରଦର୍ଶନ କରିପାରିବ। ଏହାକୁ ସ୍କୁଲରେ ଶିକ୍ଷାଦାନରେ ଏବଂ ଅଫିସରେ ପରିଚାରିକା ଭାବେ ମଧ୍ୟ ବ୍ୟବହାର କରିହେବ। ତେବେ ମାସ୍କ ବ୍ୟବହାର କରି ତାଙ୍କୁ ଅଧିକ ଆକର୍ଷକ କରିହେବ। ସାଲୁ ଅଫିସ କାମ ଏବଂ ଦୈନିକ ଘରକାମରେ ପ୍ରକୃଷ୍ଟ ସହଯୋଗୀ ହୋଇପାରିବେ ବୋଲି ଦୀନେଶ ଭାବୁଛନ୍ତି। ଏହି କ୍ଷେତ୍ରରେ ଅଧିକ ଗବେଷଣା ଏବଂ ସନ୍ଧାନ ଦ୍ବାରା ମନୁଷ୍ୟ ଜୀବନଶୈଳୀରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: T-72 ଓ T-90 ଟ୍ୟାଙ୍କ ପାଇଁ ୫୮୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର

ଆଇଆଇଟି ବମ୍ବେର କମ୍ଫ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସୁପ୍ରତିକ ଚକ୍ରବର୍ତ୍ତୀ ଏହି କାର୍ଯ୍ୟରେ ଅଭିଭୂତ ହୋଇ ଦୀନଶ ପଟେଲଙ୍କ ଚିଠି ଲେଖି ପ୍ରଶଂସା କରିଛନ୍ତି। ସେ ଏହାକୁ ଏକ ମହାନ ଉଦଭାବନା ବୋଲି କହିଛନ୍ତି। ଏଭଳି ରୋବୋକୁ ଶିକ୍ଷା, ମନୋରଞ୍ଜନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର କରିହେବ। ଆଗାମୀ ପିଡିର ବୈଜ୍ଞାନିକଙ୍କ ପାଇଁ ସାଲୁ ପ୍ରେରଣା ହେବ ବୋଲି ଚକ୍ରବର୍ତ୍ତୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର