କେନ୍ଦ୍ରକୁ ‘ସୁପ୍ରିମ’ ଝଟ୍‌କା : ଅବୈଧ ଖଣି ଓ ପ୍ରକଳ୍ପ ବୈଧିକରଣ ଉପରେ ଅଦାଲତଙ୍କ ପ୍ରତିବନ୍ଧକ

The Sakala Picture
Published On

ନୂଆଦିଲ୍ଲୀ : ଖଣି ଓ ଅନ୍ୟ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ପୂର୍ବୋବ୍ୟାପୀ (ଏକ୍ସ ଫ୍ୟାକ୍ଟୋ) ପରିବେଶଗତ ମଞ୍ଜୁରୀ ପ୍ରଦାନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି ସୁପ୍ରିମକୋର୍ଟ। ଏକ୍ସ ଫ୍ୟାକ୍ଟୋ ପରିବେଶ ମଞ୍ଜୁରୀ ବା ୨୦୦୬ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଉଲ୍ଲଂଘନ କରିଥିବା କୌଣସି ସଂସ୍ଥାର ପରିବେଶ ମଞ୍ଜୁରୀର ବୈଧିକରଣ ପାଇଁ କେନ୍ଦ୍ର ସରକାରଙ୍କ କୌଣସି ନିଷ୍ପତ୍ତି ଅବୈଧ ରୂପେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଅଭୟ ଏସ. ଓକା […]

ନୂଆଦିଲ୍ଲୀ : ଖଣି ଓ ଅନ୍ୟ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ପୂର୍ବୋବ୍ୟାପୀ (ଏକ୍ସ ଫ୍ୟାକ୍ଟୋ) ପରିବେଶଗତ ମଞ୍ଜୁରୀ ପ୍ରଦାନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି ସୁପ୍ରିମକୋର୍ଟ। ଏକ୍ସ ଫ୍ୟାକ୍ଟୋ ପରିବେଶ ମଞ୍ଜୁରୀ ବା ୨୦୦୬ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଉଲ୍ଲଂଘନ କରିଥିବା କୌଣସି ସଂସ୍ଥାର ପରିବେଶ ମଞ୍ଜୁରୀର ବୈଧିକରଣ ପାଇଁ କେନ୍ଦ୍ର ସରକାରଙ୍କ କୌଣସି ନିଷ୍ପତ୍ତି ଅବୈଧ ରୂପେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହ ରୂପ: ୪୮୨ରେ ପହଞ୍ଚିଲା AQI, ଆଗକୁ ଆହୁରି ବିପଦ

ଜଷ୍ଟିସ୍‌ ଅଭୟ ଏସ. ଓକା ଏବଂ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ପରିବେଶ ସୁରକ୍ଷାକୁ ବିକାଶର ଏକ ଅନିବାର୍ଯ୍ୟ ଅଂଶ ବୋଲି ଉଲ୍ଲେଖ କରି ଏ ସଂକ୍ରାନ୍ତରେ କୌଣସି ସାଲିସ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହିତ ୨୦୧୭ରେ କେନ୍ଦ୍ର ସରକାରଙ୍କ ଅଧିସୂଚନା ଆଧାରରେ ଜାରି ୨୦୨୧ ମେମୋରେଣ୍ଡମ୍‌କୁ ମଧ୍ୟ ଅବୈଧ ଘୋଷଣା କରିଛନ୍ତି। ଅନୁରୂପ ଭାବରେ ଯେଉଁ ଖଣି ବା ପ୍ରକଳ୍ପଗୁଡ଼ିକରେ ୨୦୦୬ ମସିହାରେ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଅନୁପାଳନ ହୋଇନାହିଁ ବା ସେମାନେ ଏସଂକ୍ରାନ୍ତ ମଞ୍ଜୁରୀ ନେଇ ନାହାନ୍ତି; ସେମାନଙ୍କ କାର୍ଯ୍ୟକଳାପ ‘ଘୋର ବେଆଇନ’ ବୋଲି କୋର୍ଟ କହିଛନ୍ତି। ଏହି ଖଣି, ରିଅଲ ଇଷ୍ଟେଟ େଡଭଲପରମାନେ ନିରକ୍ଷର ବା ଅତି ସାଧାରଣ ନୁହନ୍ତି; ତେଣୁ ସେମାନଙ୍କୁ ଏ କ୍ଷେତ୍ରରେ ଛାଡ଼ି ଦିଆଯିବାର କୌଣସି ଅର୍ଥ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ସହିତ ୨୦୧୭ ଅଧିସୂଚନା ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପରିବେଶଗତ ମଞ୍ଜୁରୀ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହିଳା ଶିଳ୍ପୋଦ୍ୟୋଗୀଙ୍କ ବଡ଼ ହୃଦୟ: ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍, ଭାବବିହ୍ବଳ ହେଲେ ହାଉସକିପିଂ ଷ୍ଟାଫ୍

‘ବନ ଶକ୍ତି’ ନାମକ ଏକ ଏନ୍‌ଜିଓ ପକ୍ଷରୁ ଦାଖଲ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୦୬ ମସିହାରେ ଯେଉଁ ଖଣି ବା ଅନ୍ୟ କମ୍ପାନୀଗୁଡ଼ିକ ଆଇନ ଉଲ୍ଲଂଘନ କରିଥିଲେ ଓ ପରିବେଶ ପ୍ରଭାବ ଆକଳନକୁ ଉଲ୍ଲଙ୍ଘନ କରିଥିଲେ, ତାହାର ବୈଧିକରଣ ନିମନ୍ତେ ୨୦୧୭ରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ମସିହାରେ ଏଥିପାଇଁ ଏକ ମେମୋରାଣ୍ଡମ୍‌ ଅଣା ଯାଇଥିଲା। ମାତ୍ର ୨୦୦୬ରେ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ଉଲ୍ଲଂଘନ କରିଥିବା ସଂସ୍ଥାକୁ ଆଶ୍ୱସ୍ତି ଦେବା ପାଇଁ ୧୫ ବର୍ଷ ପରେ ସ୍ମାରକପତ୍ର ଜାରି କରାଯିବା ଆଦୌ ଗ୍ରହଣୀୟ ନୁହେଁ । ଯେହେତୁ ଏହି ସଂସ୍ଥାଗୁଡ଼ିକ ପରିବେଶ ପ୍ରଭାବ ଆକଳନ ସଂକ୍ରାନ୍ତ ବିଜ୍ଞପ୍ତି ସମ୍ପର୍କରେ ଜ୍ଞାତ ଥିବା ସ॥େତ୍ତ୍ବ ଏହାକୁ ଅବଜ୍ଞା କରିଛନ୍ତି, ତେଣୁ ସେମାନେ ଆଶ୍ୱସ୍ତି ପାଇବା ନିମନ୍ତେ ହକଦାର ନୁହନ୍ତି । ଏହି ଆଇନ ଉଲ୍ଲଂଘନ କରି ସେମାନେ କେବଳ ଘୋର ବେଆଇନ କାର୍ଯ୍ୟ କରିନାହାନ୍ତି, ବରଂ ସମାଜ ବିରୋଧୀ କାର୍ଯ୍ୟ କରିଛନ୍ତି । ତେଣୁ ପୂର୍ବ ପରିବେଶ ମଞ୍ଜୁରୀ ସର୍ତ୍ତକୁ କଠୋରଭାବରେ ଳାଗୁ କରାଯିବା ଉଚିତ୍‌ । ପରିବେଶ ସଂକ୍ରାନ୍ତ ଓ ପରିବେଶ ଆଇନ ଉଲ୍ଲଂଘନ ସଂକ୍ରାନ୍ତ ମାମଲାଗୁଡ଼ିକରେ ଅଦାଲତ ଆଦୌ ନରମ ମନୋଭାବ ପୋଷଣ କରିପାରିବେ ନାହିଁ। ଏହା ସାମ୍ବିଧାନିକ ଅଦାଲତଗୁଡ଼ିକର ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ୬ ଜଣଙ୍କ ମୃତ୍ୟୁ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିବେଶ ମଞ୍ଜୁରୀ ଆଇନ ଉଲ୍ଲଂଘନ କରି ଦୀର୍ଘବର୍ଷ ଧରି କାର୍ଯ୍ୟ ଚଳାଇଥିବା ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ କ୍ଷମା ନ କରିବା ପାଇଁ ‘ବନ ଶକ୍ତି’ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ଓ ସରକାରୀ ଆଇନକୁ ଜାଣିଶୁଣି ଉଲ୍ଲଂଘନ କରିଥିବା ଏହି କମ୍ପାନୀ ଓ ସଂସ୍ଥାଗୁଡ଼ିକୁ କ୍ଷମା କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାକୁ ସମ୍ପୃକ୍ତ ସଂସ୍ଥା ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ମାର୍ଚ୍ଚ ମାସରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହି କ୍ଷମା ଯୋଜନା ୬ ମାସ ପାଇଁ ବଳବତ୍ତର ରହିବ ବୋଲି କୁହାଯାଇଥିଲା। ମାତ୍ର ଏହି ଅବଧି ପରେ ମଧ୍ୟ ଅନେକ ଖଣି ଓ ପ୍ରକଳ୍ପକୁ ମଧ୍ୟ ଅନୁଗୃହୀତ କରାଯାଇଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଯଥାର୍ଥ ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ହେଁ ଅଦାଲତ ତାହାକୁ ଗ୍ରହଣ କରିନାହାନ୍ତି । ୨୦୧୭ରେ କେନ୍ଦ୍ର ସରକାରଙ୍କ ଅଧିସୂଚନା କେବଳ ୧୪ ମାର୍ଚ୍ଚ ୨୦୧୭ ସୁଦ୍ଧା ଉଲ୍ଲଂଘନ ମାମଲାଗୁଡ଼ିକ ଉପରେ ପର୍ଯ୍ୟବେଶିତ ଥିଲା। ଏହା ପରେ ଯେଉଁ ସଂସ୍ଥାଗୁଡ଼ିକ ଆଇନ ଉଲ୍ଲଂଘନ କରିଛନ୍ତି, ସେମାନଙ୍କୁ କ୍ଷମା କରାଯାଇ ପାରିବ ନାହିଁ କିମ୍ବା ଏକ୍ସ ଫ୍ୟାକ୍ଟୋ ବା ପୂର୍ବୋବ୍ୟାପୀ ପରିବେଶ ମଞ୍ଜୁରୀ ଦିଆଯିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର