ରାଜ କୁନ୍ଦ୍ରାଙ୍କ କଳାଧନ୍ଦାର କୁଣ୍ଡଳୀ ଖୋଲିବାକୁ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ସ୍ୱାମୀ-ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଜେରା କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୨୭ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଥିବା ରାଜଙ୍କୁ ଧରି ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି। ମୁମ୍ବାଇର ଜୁହୁରେ ଥିବା ଶିଳ୍ପାଙ୍କ ଘରେ ଅଧିକାରୀମାନେ ଛାନଭିନ୍ କରୁଛନ୍ତି। ପର୍ଣ୍ଣ ଫିଲ୍ମ ସହ ଜଡ଼ିତ ସାମଗ୍ରୀ ଘରେ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି। ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ପୋଲିସ […]

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୨୭ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଥିବା ରାଜଙ୍କୁ ଧରି ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି। ମୁମ୍ବାଇର ଜୁହୁରେ ଥିବା ଶିଳ୍ପାଙ୍କ ଘରେ ଅଧିକାରୀମାନେ ଛାନଭିନ୍ କରୁଛନ୍ତି। ପର୍ଣ୍ଣ ଫିଲ୍ମ ସହ ଜଡ଼ିତ ସାମଗ୍ରୀ ଘରେ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ବୃଦ୍ଧି ହେବାପରେ ପୋଲିସ ଶିଳ୍ପାଙ୍କ ଘରେ ପହଞ୍ଚିଥିଲା । ପୋଲିସ ରାଜ କୁନ୍ଦ୍ରାଙ୍କ ନେଇ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଏହା ସହିତ ରାଜ କୁନ୍ଦ୍ରରଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ରାଜ କୁନ୍ଦ୍ରାଙ୍କର ଅନେକ କମ୍ପାନୀରେ ଶିଳ୍ପା ଅଂଶୀଦାର ଥିବାରୁ ତାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଇଥିଲା । ଯାହାକି ଏବେ ସତ ପ୍ରମାଣିତ ହୋଇଛି । ତେବେ ତାଙ୍କୁ ସମନ ଜାରି କରାଯାଇନଥିବା ଜଣାପଡିଛି । ତଦନ୍ତ ପ୍ରକ୍ରିୟାରେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ ଜାରି କରାଯାଇପାରେ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସେପଟେ ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ରାଜ କୁନ୍ଦ୍ରା । ରାଜଙ୍କ କହିବା କଥା ଯେ ତାଙ୍କର ଗିରଫଦାରୀ ଅବୈଧ । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରୟାନ ଥୋପେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର