ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର, ସଂଖ୍ୟା ଗରିଷ୍ଠତା ପ୍ରମାଣରେ ଫେଲ୍ ମାରିଲେ ଭି.ନାରାୟଣସ୍ୱାମୀ

The Sakala Picture
Published On

ପୁଡୁଚେରୀ : ପୁଡୁଚେରୀରେ ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସ ସରକାର ଭାଙ୍ଗିଛି । ସଂଖ୍ୟା ଗରିଷ୍ଠତା ପ୍ରମାଣରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀ ଫେଲ୍ ମାରିଛନ୍ତି। ଏହି କାରଣରୁ ବାଚସ୍ପତି ଭିପି ଶିବକୋଲୋନ୍ଧୁ ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ପରାସ୍ତ ବୋଲି ଘୋଷଣା କରିଥିଲେ। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪ ଦରକାର ଥିଲା। ହେଲେ ନାରାୟଣସାମୀଙ୍କ ସମର୍ଥନରେ ମାତ୍ର ୧୧ ଜଣ ବିଧାୟକ ଥିବାରୁ ସେ ଗୃହରୁ ବାହାରି ଯାଇଥିବା ଜଣାପଡ଼ିଛି। ଆସ୍ଥାରେ ହାରିବା ପରେ ନାରାୟଣସାମୀ […]

ପୁଡୁଚେରୀ : ପୁଡୁଚେରୀରେ ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସ ସରକାର ଭାଙ୍ଗିଛି । ସଂଖ୍ୟା ଗରିଷ୍ଠତା ପ୍ରମାଣରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀ ଫେଲ୍ ମାରିଛନ୍ତି। ଏହି କାରଣରୁ ବାଚସ୍ପତି ଭିପି ଶିବକୋଲୋନ୍ଧୁ ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ପରାସ୍ତ ବୋଲି ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଉଜ୍ଜୈନର ଶାହୀ ମସଜିଦ୍ ଭଙ୍ଗାଯିବା ନେଇ ଉତ୍ତେଜନା ପରେ ପୋଲିସ ଉପରକୁ ପଥର ମାଡ଼, ୧୦ ଅଟକ

ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪ ଦରକାର ଥିଲା। ହେଲେ ନାରାୟଣସାମୀଙ୍କ ସମର୍ଥନରେ ମାତ୍ର ୧୧ ଜଣ ବିଧାୟକ ଥିବାରୁ ସେ ଗୃହରୁ ବାହାରି ଯାଇଥିବା ଜଣାପଡ଼ିଛି। ଆସ୍ଥାରେ ହାରିବା ପରେ ନାରାୟଣସାମୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାରୁ ସିଧା ରାଜଭବନ ଯାଇଥିଲା। ସେଠାରେ ସେ ତାଙ୍କ ଇସ୍ତଫାପତ୍ର ଉପରାଜ୍ୟପାଳ ଟି ସୌନ୍ଦରାରାଜନଙ୍କୁ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ଆମେରିକା ଦିନେ ଚାହୁଁଥିଲା ଭାରତ ନିଜର ବିକଳ୍ପ ସୀମିତ ରଖୁ, କିନ୍ତୁ ଏବେ ସେହି ଧାରଣା ବଦଳିଛି': ଏସ. ଜୟଶଙ୍କର

ସୂଚନା ଅନୁଯୟୀ, ବିରୋଧୀଙ୍କ ଅଭିଯୋଗ କ୍ରମେ ଉପ-ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହି ସଂଖ୍ୟା ଗରିଷ୍ଠତାର ପ୍ରମାଣର ଦିନକ ପୂର୍ବରୁ ଶାସକ ମେଣ୍ଟରୁ ୨ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଉଭୟ କଂଗ୍ରେସ ଓ ଡିଏମ୍‌କେର ଜଣେ ଲେଖାଏଁ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ରବିବାର କଂଗ୍ରେସ ବିଧାୟକ କେ ଲକ୍ଷ୍ମୀନାରାୟଣ ପ୍ରଥମେ ବାଚସ୍ପତି ଭିପି ଶିବକୋଲୁନ୍ଧୁଙ୍କୁ ତାଙ୍କ ବାସଭବନରେ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ।

ଆହୁରି ପଢ଼ନ୍ତୁ: ସୀମାରେ ସେନାର ଦମ୍: ଜାତୀୟ ରାଜପଥରେ ଗର୍ଜିଲା ହେଲିକପ୍ଟର, ପରୀକ୍ଷା ହେଲା ଏମରଜେନ୍ସି ରନୱେ

କଂଗ୍ରେସ ବିଧାନସଭାର ୩୦ଟି ଆସନରୁ ୧୫ଟିରେ ବାଜିମାତ କରିଥିଲା। ହେଲେ ଏଇ କିଛି ଦିନ ମଧ୍ୟରେ ଦଳର ଏକାଧିକ ବିଧାୟକ ଇସ୍ତଫା ଦେବାରୁ କଂଗ୍ରେସର ଚିନ୍ତା ବଢ଼ିଥିଲା। ଆଜି ଶେଷରେ ସରକାର ମଧ୍ୟ ଭୁଶୁଡ଼ି ପଡ଼ିଛି।
ଆସ୍ଥା ଭୋଟ ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜର ଉଦବୋଧନ ଦେଇଥିଲେ। ସେ କହିଥିଲେ, ବିଧାୟକମାନେ ନିଜ ଦଳ ପ୍ରତି ବିଶ୍ୱସ୍ତ ରହିବା ଦରକାର। ଯେଉଁମାନେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ସେମାନେ କେବେ ହେଲେ ଲୋକମାନଙ୍କୁ ସାମ୍ନା କରିପାରିବେ ନାହିଁ। କାରଣ ଇସ୍ତଫା ଦେଇଥିବା ନେତାମାନେ ସୁବିଧାବାଦି ବୋଲି ଲୋକମାନେ ଜାଣି ସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର