କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

The Sakala Picture
Published On

ବୋଗୋଟା: କୋଲମ୍ବିଆର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ଼ ହୋଇଛି। ଏହାର ଲାଇଭ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଉରିବେ ବୋଗୋଟା ସହରରେ ଏକ ସ୍ଥାନରେ ଛିଡ଼ା ହୋଇ ଜନସାଧାରଣଙ୍କୁ ଉଦବୋଧନ ଦେଉଥିବାବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲା। ଉରିବେଙ୍କ ମୁଣ୍ଡରେ ୨ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ୩୪ ବର୍ଷ ପୂର୍ବେ ସେହିଠାରେ ତାଙ୍କ […]

ବୋଗୋଟା: କୋଲମ୍ବିଆର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ଼ ହୋଇଛି। ଏହାର ଲାଇଭ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଉରିବେ ବୋଗୋଟା ସହରରେ ଏକ ସ୍ଥାନରେ ଛିଡ଼ା ହୋଇ ଜନସାଧାରଣଙ୍କୁ ଉଦବୋଧନ ଦେଉଥିବାବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲା। ଉରିବେଙ୍କ ମୁଣ୍ଡରେ ୨ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।

ଆହୁରି ପଢ଼ନ୍ତୁ: କୁଲଗାମ ଏନକାଉଣ୍ଟର: ସୁରକ୍ଷାବଳଙ୍କ ଗୁଳିରେ ନିହତ ହେଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଲତିଫ ଭଟ୍ଟ

୩୪ ବର୍ଷ ପୂର୍ବେ ସେହିଠାରେ ତାଙ୍କ ମା’ଙ୍କୁ ହତ୍ୟା ହୋଇଥିଲା- ମିଗୁଏଲ ଉରିବେଙ୍କୁ ଯେଉଁ ସହରରେ ଗୁଳିମାଡ ହୋଇଛି। ଆଜିକୁ ଠିକ୍‌ ୩୪ ବର୍ଷ ପୂର୍ବେ ସେହି ସହରରେ ତାଙ୍କ ମା’ଙ୍କୁ ସେହିଠାରେ ହତ୍ୟା କରାଯାଇଥିଲା। ମିଗୁଏଲ କୋଲମ୍ବିଆର ପ୍ରସିଦ୍ଧ ପତ୍ରକାର ଡାୟନା ଟର୍ବିଙ୍କ ପୁଅ। ୧୯୯୧ରେ ଡ୍ରଗ୍ସ ମାଫିଆ ସେହି ସ୍ଥାନରେ ମିଗୁଏଲଙ୍କ ମାଆଙ୍କୁ ହତ୍ୟା କରିଥିଲେ। ଡାୟନା ସେହି ସମୟରେ ଜଣେ ବଡ଼ ସାମ୍ବାଦିକା ଥିଲେ। ସେ ଡ୍ରଗ୍ସ ତସ୍କରୀ ଏବଂ ସଂଗଠିତ ଅପରାଧ ବିରୋଧରେ ଲେଖୁଥିଲେ।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

୩୯ ବର୍ଷୀୟ ମିଗୁଏଲ ଉରିବେ ୧୯୮୬ରେ କୋଲମ୍ବିଆରେ ଜନ୍ମଗ୍ରହଣ କରିଥିଲେ। ବୋଗୋଟା କାଉନସିଲର ଭାବେ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ସହରୀ ବିକାଶ ଓ ସୁରକ୍ଷା ସମ୍ବନ୍ଧିତ ମୁଦ୍ଦା ଉପରେ କାମ କରିଛନ୍ତି। ୨୦୧୬-୨୦୧୮ ଯାଏ ବୋଗୋଟାର ସରକାରୀ ସଚିବ ଥିଲେ। ୨୦୨୬ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳର ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ମିଗୁଏଲଙ୍କ ଜେଜେବାପା ଜୁଲିଓ ସିଜର କୋଲମ୍ବିଆର ପୂର୍ବତନ ରାଷ୍ଟ୍ରପତି ଥିଲେ। ସେ ୧୯୭୮ରୁ ୧୯୮୨ ଯାଏ ଦେଶର ୨୫ତମ ରାଷ୍ଟ୍ରପତି ହୋଇଥିଲେ।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର