୧୮ ବର୍ଷ ନୁହେଁ ବରଂ ସ୍ନାତକ ଯାଏଁ ପୁଅର ଲାଳନପାଳନ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ  : ସ୍ନାତକ (ଗ୍ରାଜୁଏସନ୍‌)କୁ ନୂତନ ମୌଳିକ ଶିକ୍ଷା ଭାବରେ ନେଇ ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅକୁ ୧୮ ବର୍ଷ ନୁହେଁ, ବରଂ ସ୍ନାତକ (ଗ୍ରାଜୁଏସନ୍‌) ପର୍ଯ୍ୟନ୍ତ ତା’ର ଖର୍ଚ୍ଚ ଦେବା ପାଇଁ କହିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ଏମ.ଆର. ଶାହାଙ୍କୁ ନେଇ ଗଠିତ ଏକ ବେଞ୍ଚ ଗୁରୁବାର ଦିନ ପରିବାର କୋର୍ଟର ଆଦେଶକୁ ବଦଳାଇ ଦେଇଛନ୍ତି ଯେଉଁଥିରେ କର୍ଣ୍ଣାଟକ ସରକାରଙ୍କ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ […]

ନୂଆଦିଲ୍ଲୀ  : ସ୍ନାତକ (ଗ୍ରାଜୁଏସନ୍‌)କୁ ନୂତନ ମୌଳିକ ଶିକ୍ଷା ଭାବରେ ନେଇ ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅକୁ ୧୮ ବର୍ଷ ନୁହେଁ, ବରଂ ସ୍ନାତକ (ଗ୍ରାଜୁଏସନ୍‌) ପର୍ଯ୍ୟନ୍ତ ତା’ର ଖର୍ଚ୍ଚ ଦେବା ପାଇଁ କହିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ଏମ.ଆର. ଶାହାଙ୍କୁ ନେଇ ଗଠିତ ଏକ ବେଞ୍ଚ ଗୁରୁବାର ଦିନ ପରିବାର କୋର୍ଟର ଆଦେଶକୁ ବଦଳାଇ ଦେଇଛନ୍ତି ଯେଉଁଥିରେ କର୍ଣ୍ଣାଟକ ସରକାରଙ୍କ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପୁଅର ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପଡିଥିଲା।

ଆହୁରି ପଢ଼ନ୍ତୁ: ନିର୍ବାଚନ କମିଶନରେ ଅନ୍ତର୍କନ୍ଦଳ: ସିଇସି ଜ୍ଞାନେଶ କୁମାରଙ୍କୁ 'ଭାରତର ଶତ୍ରୁ' ଆଖ୍ୟା ଦେଲେ ଅଭିଜିତ୍

ସର୍ବୋଚ୍ଚ ନ୍ୟାୟାଳୟ ସ୍ନାତକ (ଗ୍ରାଜୁଏସନ୍‌)କୁ ଆଜିର ଦିନରେ ମୌଳିକ ଶିକ୍ଷା ବୋଲି କହିଛନ୍ତି ଏବଂ ପରିବାର କୋର୍ଟର ରାୟକୁ ବଦଳାଇ ଦେଇଛନ୍ତି। ଆଜିର ପରିସ୍ଥିତିରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବା ଯଥେଷ୍ଟ ନୁହେଁ, ବେଞ୍ଚ କହିଛନ୍ତି, କାରଣ ବର୍ତ୍ତମାନ ମୌଳିକ ଡିଗ୍ରୀ କେବଳ କଲେଜ ଶେଷ ହେବା ପରେ ମିଳିଥାଏ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣା ଘଟଣା : ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ସମୀକ୍ଷା ପ୍ୟାନେଲରେ ପ୍ରତିନିଧିତ୍ୱ ଦାବି କଲା ପାଇଲଟ୍ ସଂଘ

ସୂଚନାଯୋଗ୍ୟଯେ, ୨୦୦୫ ମସିହାରେ କର୍ଣ୍ଣାଟକର ଜଣେ ସରକାରୀ କର୍ମଚାରୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ପରେ ପରିବାର କୋର୍ଟ ସେପ୍ଟେମ୍ବର ୨୦୧୭ ରେ ମାସିକ ୨୦ ହଜାରଟଙ୍କା ଖର୍ଚ୍ଚ ବାବଦକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ବ୍ୟକ୍ତି ଏହି ରାୟ ବିରୁଦ୍ଧରେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ସେଠାରୁ ମିଳିଲାନି କୌଣସି ଆଶ୍ୱସ୍ତି ଏବଂ ସେହି ବ୍ୟକ୍ତି ସୁପ୍ରିମକୋର୍ଟରେ ପହଁଚିଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନାବାଳକଙ୍କ ଆକାଉଣ୍ଟକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ୍, କହିଲେ- '୧୨-୧୩ ବର୍ଷର ପିଲା କିପରି ଆକାଉଣ୍ଟ ଖୋଲିପାରିବେ?'

କୋର୍ଟରେ ସରକାରୀ କର୍ମଚାରୀ କହିଥିଲେଯେ, ଦରମା କେବଳ ୨୧ ହଜାର ଟଙ୍କା ତେବେ ସେ ୨୦ ହଜାର ଟଙ୍କା କିପରି ଦେବେ । ସରକାରୀ କର୍ମଚାରୀଙ୍କ ତରଫରୁ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଯୁକ୍ତି କରିଥିଲେଯେ ତାଙ୍କ ହାତକୁ ଆସୁଥିବା ଦରମା ପ୍ରାୟ ୨୧ ହଜାର। ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିଛନ୍ତି ଏବଂ ଦ୍ୱିତୀୟ ବିବାହରୁ ଦୁଇଟି ସନ୍ତାନ ଅଛନ୍ତି, ତେଣୁ ପ୍ରଥମ ବିବାହରୁ ଜନ୍ମ ହୋଇଥିବା ପୁଅକୁ ମାସକୁ ୨୦ ହଜାର ଟଙ୍କା ଦେବା ଅସମ୍ଭବ ଅଟେ।

ପ୍ରଥମ ସନ୍ତାନର ଦୋଷ କ’ଣ?

ସରକାରୀ କର୍ମଚାରୀଙ୍କ ତରଫରୁ ହାଜର ହୋଇଥିବା ଓକିଲ ସୁପ୍ରିମକୋର୍ଟରେ କହିଥିଲେ ଯେ, ଛାଡପତ୍ର ଏଥିପାଇଁ ହୋଇଥିଲା କାରଣ ପ୍ରଥମ ପତ୍ନୀଙ୍କର ଅନ୍ୟ ଜଣଙ୍କ ସହ ଅନୈତିକ ସମ୍ପର୍କ ଥିଲା। ବେଞ୍ଚ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେ, ଆପଣ ଏଥିପାଇଁ ପିଲାଙ୍କୁ ଦାୟୀ କରିପାରିବେ ନାହିଁ।
ସର୍ବଶେଷରେ, ଏଥିରେ ପିଲାଟିର ଦୋଷ କ’ଣ? ବେଞ୍ଚ ଏହା ମଧ୍ୟ କହିଥିଲେଯେ, ଯେତେବେଳେ ତୁମର ଦ୍ୱିତୀୟ ବିବାହ ହୋଇଥିଲା, ସେତେବେଳେ ତୁମେ ଭଲ ଭାବରେ ଜାଣିଥିଲ ଯେ, ପ୍ରଥମ ବିବାହରୁ ଜନ୍ମ ହୋଇଥିବା ଶିଶୁର ଯତ୍ନ ନେବାକୁ ମଧ୍ୟ ପଡିବ ବୋଲି।

ଶେଷରେ ମାସକୁ ୧୦ ହଜାର ଟଙ୍କା ଦେବାକୁ କୁହାଯାଇଛି
କୋର୍ଟରେ ପ୍ରଥମ ସନ୍ତାନ ଏବଂ ମାଆଙ୍କ ପାଇଁ ହାଜର ହୋଇଥିବା ଆଡଭୋକେଟ୍ ଗୌରବ ଅଗ୍ରୱାଲ କହିଥିଲେ ଯେ, ଯଦି ପିତାଙ୍କୁ ପ୍ରତି ମାସରେ ରକ୍ଷଣାବେକ୍ଷଣ ପାଇଁ କମ୍ ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଏ ତେବେ ଭଲ ହେବ, କିନ୍ତୁ ସେ ସ୍ନାତକ (ଗ୍ରାଜୁଏସନ୍‌) ଡିଗ୍ରୀ ହାସଲ ନକରିବା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ରାଶି ଜାରି ରହିବ।

ବେଞ୍ଚ ଏହି ପ୍ରସ୍ତାବକୁ ଯଥାର୍ଥ ବୋଲି କହିଥିବା ବେଳେ ମାର୍ଚ୍ଚ ୨୦୨୧ ରୁ ପୁଅର ରକ୍ଷଣାବେକ୍ଷଣ ପାଇଁ ମାସିକ ୧୦, ୦୦୦ ଟଙ୍କା ଦେବାକୁ କହିଛନ୍ତି। ଏହାସହ ଏହା ମଧ୍ୟ କୁହାଯାଇଛି ଯେ, ପ୍ରତ୍ୟେକ ଆର୍ଥିକ ବର୍ଷରେ ଏହି ରାଶି ଏକ ଟଙ୍କା ବୃଦ୍ଧି କରିବାକୁ ପଡିବ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର