ଚିନ୍ତାରେ ପାକିସ୍ତାନ ସରକାର, ଅସ୍ତିତ୍ବ ପାଇଁ ଭାରତ ବିପଦ
ୱାଶିଂଟନ୍ : ଭାରତକୁ ପାକିସ୍ତାନ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସବୁଠୁ ବଡ଼ ବିପଦ ବୋଲି ଚିନ୍ତା କରୁଛି। ଏଥିପାଇଁ ପାକିସ୍ତାନ କ୍ରମାଗତ ଭାବେ ନିଜର ସେନାର ଆଧୁନିକୀକରଣ କରିବା ସହିତ ନୂଆ ଅସ୍ତ୍ରଶସ୍ତ୍ର କ୍ରୟ ଏବଂ ପରମାଣୁ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିଆସୁଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଗୁଇନ୍ଦା ଏଜେନ୍ସି ଦ୍ବାରା ପ୍ରକାଶ କରାଯାଇଥିବା ‘ୱାର୍ଲଡ ଥ୍ରେଟ୍ ଆସେସମେଣ୍ଟ ରିପୋର୍ଟ’ରେ କୁହାଯାଇଛି। ପାକିସ୍ତାନର ଅସ୍ତିତ୍ବ ପାଇଁ ଭାରତ ବିପଦ ହୋଇ ରହିଆସିଛି। ତେଣୁ […]
ୱାଶିଂଟନ୍ : ଭାରତକୁ ପାକିସ୍ତାନ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସବୁଠୁ ବଡ଼ ବିପଦ ବୋଲି ଚିନ୍ତା କରୁଛି। ଏଥିପାଇଁ ପାକିସ୍ତାନ କ୍ରମାଗତ ଭାବେ ନିଜର ସେନାର ଆଧୁନିକୀକରଣ କରିବା ସହିତ ନୂଆ ଅସ୍ତ୍ରଶସ୍ତ୍ର କ୍ରୟ ଏବଂ ପରମାଣୁ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିଆସୁଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଗୁଇନ୍ଦା ଏଜେନ୍ସି ଦ୍ବାରା ପ୍ରକାଶ କରାଯାଇଥିବା ‘ୱାର୍ଲଡ ଥ୍ରେଟ୍ ଆସେସମେଣ୍ଟ ରିପୋର୍ଟ’ରେ କୁହାଯାଇଛି। ପାକିସ୍ତାନର ଅସ୍ତିତ୍ବ ପାଇଁ ଭାରତ ବିପଦ ହୋଇ ରହିଆସିଛି। ତେଣୁ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ, ପରମାଣୁ କମାଣ୍ଡ ସେଣ୍ଟରର ରକ୍ଷଣାବେକ୍ଷଣ ଏବଂ ସାମୁହିକ ବିଧ୍ବଂସକାରୀ ଅସ୍ତ୍ର ମହଜୁଦ ରଖୀବାକୁ ସର୍ବଦା ଗୁରୁତ୍ବ ଦେଇ ଆସିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।ଅନ୍ୟପକ୍ଷରେ ପାକିସ୍ତାନ ପାଇଁ ଚୀନ ଭରସାଯୋଗ୍ୟ ହୋଇଛି। ପାକିସ୍ତାନ ଚୀନ୍ ଠାରୁ ମିଲିଟାରୀ ସହାୟତା ହାସଲ କରିବା ସହିତ ଏଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଏବଂ ଚୀନ୍ ସେନା ସହିତ ମିଳିତ ସମରାଭ୍ୟାସ କରିବାକୁ ଗୁରୁତ୍ବ ଦେଇଛି ବୋଲି କୁହାଯାଇଛି। ଏପରିକି ‘ଡବ୍ଲ୍ୟୁଏମଡି (ୱପନସ୍ ଅଫ୍ ମାସ୍ ଡିଷ୍ଟ୍ରକ୍ସନ) କ୍ରୟ କରିବାକୁ ମଧ୍ୟ ପାକିସ୍ତାନ ଚୀନ୍କୁ ଭରସା କରିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।






