କାମ ଦେଉନି ଲଗାମ୍‌; ଦିଶାହୀନ ଅର୍ଥନୀତି

The Sakala Picture
Published On

ନୂଆଦିଲ୍ଲୀ : ବିପଦରେ ଭାରତୀୟ ଅର୍ଥନୀତି। କରୋନା ମହାମାରୀଠାରୁ ଚାପଗ୍ରସ୍ତ ଥିବା ଦେଶର ଅର୍ଥନୀତି ଉପରେ ଏବେ ମୁଦ୍ରାସ୍ଫୀତି ବୋଝ। ତେଲ ତାତିରେ ବଜାର ମହଙ୍ଗା। ଯାହାଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ଏଭଳି ସ୍ତରରେ ରହିଛି, ଯାହା ଉପରେ ଲଗାମ୍‌ କଷିଲେ ବି ରୋକ୍‌ ଲାଗୁନି। ଏଭଳି ସମୟରେ ଭାରତୀୟ ମୁଦ୍ରା (ଟଙ୍କା)ର ଅବମୂଲ୍ୟାୟନ ଆମଦାନୀକୁ ମହଙ୍ଗା କରିଦେଇଛି; ଯାହା ସିଧାସଳଖ ଭାବେ […]

ନୂଆଦିଲ୍ଲୀ : ବିପଦରେ ଭାରତୀୟ ଅର୍ଥନୀତି। କରୋନା ମହାମାରୀଠାରୁ ଚାପଗ୍ରସ୍ତ ଥିବା ଦେଶର ଅର୍ଥନୀତି ଉପରେ ଏବେ ମୁଦ୍ରାସ୍ଫୀତି ବୋଝ। ତେଲ ତାତିରେ ବଜାର ମହଙ୍ଗା। ଯାହାଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ଏଭଳି ସ୍ତରରେ ରହିଛି, ଯାହା ଉପରେ ଲଗାମ୍‌ କଷିଲେ ବି ରୋକ୍‌ ଲାଗୁନି। ଏଭଳି ସମୟରେ ଭାରତୀୟ ମୁଦ୍ରା (ଟଙ୍କା)ର ଅବମୂଲ୍ୟାୟନ ଆମଦାନୀକୁ ମହଙ୍ଗା କରିଦେଇଛି; ଯାହା ସିଧାସଳଖ ଭାବେ ମୁଦ୍ରାସ୍ଫୀତିକୁ ଉପରମୁହାଁ କରିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ଟ୭୭.୭୧ ସ୍ତରକୁ ଖସିଆସିଛି। ଟଙ୍କାର ଏଭଳି ଦୁର୍ବଳ ପ୍ରଦର୍ଶନ ପରୋକ୍ଷରେ ଅର୍ଥନୀତିର ମାନ୍ଦା ସ୍ଥିତିକୁ ସୂଚିତ କରୁଛି। ୨୦୨୧-୨୨ ଆର୍ଥିକବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୮.୯% ରହିବା ନେଇ ସରକାର ପୂର୍ବରୁ ଆକଳନ କରିଥିଲେ। ତେବେ ଶେଷରେ ଏହା ୮.୭%ରେ ହିଁ ରହିଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ଏହାର ମୁଖ୍ୟ କାରଣ ହେଉଛି ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧି ହାର ୪.୧%କୁ ଖସିଆସିଛି। ଏପ୍ରିଲ ତୁଳନାରେ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ମଧ୍ୟ କମ୍‌ ରହିଛି। ଏଭଳିସ୍ଥଳେ ମାନ୍ଦା ଅର୍ଥନୀତିରେ ଶକ୍ତି ଭରିବା ପାଇଁ କେନ୍ଦ୍ର ସରକାର ମେ’ ମାସର ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ରେପୋ ହାରରେ ବୃଦ୍ଧି ଘଟାଇଥିଲେ। ଏଥିଯୋଗୁଁ କାର୍‌ ଋଣଠାରୁ ଆରମ୍ଭ କରି ବିଭିନ୍ନ ଋଣର ଇଏମ୍‌ଆଇ ମହଙ୍ଗା ହୋଇଛି। ତେବେ ଏହିସବୁ ପ୍ରୟାସ ଢେର୍‌ ଉଚ୍ଚ ସ୍ତରରେ ରହିଥିବା ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବିଶେଷ ଫଳପ୍ରଦ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ଜୁନ୍‌ ଏବଂ ଅଗଷ୍ଟରେ ଆଉ ଦୁଇଟି ପର୍ଯ୍ୟାୟରେ ପ୍ରମୁଖ ସୁଧହାରରେ ବୃଦ୍ଧି ଘଟାଇବାକୁ ଯୋଜନା କରୁଛନ୍ତି। ଏସବୁ ମଧ୍ୟରେ ଅସ୍ଥିର ରହୁଥିବା ଘରୋଇ ଷ୍ଟକ୍‌ ବଜାର ନିବେଶକଙ୍କ ଆସ୍ଥା ଜିଣିବାରେ ବିଫଳ ହୋଇଛି।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର କରିେନଉଥିବାରୁ ବହୁ ସମୟରେ ଘରୋଇ ଷ୍ଟକ୍‌ ବଜାର ଧରାଶାୟୀ ହେବାରେ ଲାଗିଛି। ଏହି କାରଣରୁ ଏଲ୍‌ଆଇସିର ବହୁ ପ୍ରତୀକ୍ଷିତ ଆଇପିଓ ଯୋଜନାରୁ ସରକାରଙ୍କୁ ଲାଗିଛି ଜବରଦସ୍ତ ଝଟ୍‌କା। ଏଭଳି ମାନ୍ଦା ଅର୍ଥନୀତି ବେଳେ କେନ୍ଦ୍ର ସରକାର ରାଜସ୍ବ ଆୟ ବଢ଼ାଇବା ପାଇଁ ଜୁନ୍‌ରୁ ଅନେକ ନୂଆ ନିୟମ ଲାଗୁ କରିଛନ୍ତି। ଯାହାର ଫଳସ୍ବରୂପ ଯାନବାହାନର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ ଏବଂ ଗୃହ ଋଣ ସୁଧହାର ମହଙ୍ଗା ହୋଇଛି। ଏହାସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମ୍‌ଏସ୍‌ବିୱାଇ)ର ପ୍ରିମିୟମ ରାଶି ବୃଦ୍ଧି କରାଯାଇଛି, ଯାହା ବୀମାକାରୀଙ୍କ ଉପରେ ବୋଝ ହୋଇଛି। ଏହାମଧ୍ୟରେ ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ କମିଛି। ୨୦୧୯-୨୦ରେ ମୁଣ୍ଡପିଛା ଆୟ ୯୪,୨୭୦ ଟଙ୍କା ରହିଥିବାବେଳେ ୨୦୨୧-୨୨ରେ ଏହା ୯୧,୪୮୧ ଟଙ୍କାକୁ ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଏହା ହିଁ ଦେଶର ନିମ୍ନଗାମୀ ହେଉଥିବା ଅର୍ଥନୀତିର ସ୍ଥିତିକୁ ପ୍ରମାଣିତ କରୁଛି। ଏହାମଧ୍ୟରେ ବୁଧବାର ଆସିଥିବା ଏକ ଖବର ଭାରତ ପାଇଁ ବଡ଼ ଝଟ୍‌କା ହୋଇଛି। ଭାରତୀୟ ଗହମରେ ରୁବେଲା ଜୀବାଣୁ ରହିଥିବା ନେଇ ତୁର୍କୀ ଅଭିଯୋଗ କରିଛି। ଏଥିପାଇଁ ଭାରତର ଗହମ ପଣ୍ୟ ବୋଝେଇ ଜାହାଜକୁ ଫେରାଇଦେଇଛି ତୁର୍କୀ। ଏଥିଯୋଗୁଁ ପାଣିରେ ପଡିବାକୁ ଯାଉଛି ୫୬ ହଜାର ନିୟୁତ ଟନ୍‌ର ଗହମ। ତୁର୍କୀର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱରେ ଗହମ ଯୋଗାଣ ଉପରେ ପ୍ରଭାବ ପକାଇଛି। ଏଭଳି ପଦକ୍ଷେପ ଭାରତୀୟ ରପ୍ତାନିକାରୀଙ୍କୁ ଅଡୁଆରେ ପକାଇପାରେ। କାରଣ ଆଗାମୀ କିଛି ଦିନ ମଧ୍ୟରେ ଇଜିପ୍ଟ ସମେତ ବିଭିନ୍ନ ଦେଶକୁ ଭାରତ ଗହମ ପଠାଇବ। ତୁର୍କୀ ଭାରତୀୟ ଗହମକୁ ପ୍ରତ୍ୟାଖ୍ୟାନ କରିବା ଦ୍ବାରା ଏହାର ମାନକୁ ନେଇ ଏବେ ଅନ୍ୟ ଦେଶରୁ ମଧ୍ୟ ପ୍ରଶ୍ନ ଉଠିପାରେ।

02 Jun 2022 By The Sakala

କାମ ଦେଉନି ଲଗାମ୍‌; ଦିଶାହୀନ ଅର୍ଥନୀତି

ନୂଆଦିଲ୍ଲୀ : ବିପଦରେ ଭାରତୀୟ ଅର୍ଥନୀତି। କରୋନା ମହାମାରୀଠାରୁ ଚାପଗ୍ରସ୍ତ ଥିବା ଦେଶର ଅର୍ଥନୀତି ଉପରେ ଏବେ ମୁଦ୍ରାସ୍ଫୀତି ବୋଝ। ତେଲ ତାତିରେ ବଜାର ମହଙ୍ଗା। ଯାହାଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ଏଭଳି ସ୍ତରରେ ରହିଛି, ଯାହା ଉପରେ ଲଗାମ୍‌ କଷିଲେ ବି ରୋକ୍‌ ଲାଗୁନି। ଏଭଳି ସମୟରେ ଭାରତୀୟ ମୁଦ୍ରା (ଟଙ୍କା)ର ଅବମୂଲ୍ୟାୟନ ଆମଦାନୀକୁ ମହଙ୍ଗା କରିଦେଇଛି; ଯାହା ସିଧାସଳଖ ଭାବେ ମୁଦ୍ରାସ୍ଫୀତିକୁ ଉପରମୁହାଁ କରିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ଟ୭୭.୭୧ ସ୍ତରକୁ ଖସିଆସିଛି। ଟଙ୍କାର ଏଭଳି ଦୁର୍ବଳ ପ୍ରଦର୍ଶନ ପରୋକ୍ଷରେ ଅର୍ଥନୀତିର ମାନ୍ଦା ସ୍ଥିତିକୁ ସୂଚିତ କରୁଛି। ୨୦୨୧-୨୨ ଆର୍ଥିକବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୮.୯% ରହିବା ନେଇ ସରକାର ପୂର୍ବରୁ ଆକଳନ କରିଥିଲେ। ତେବେ ଶେଷରେ ଏହା ୮.୭%ରେ ହିଁ ରହିଛି।

ଏହାର ମୁଖ୍ୟ କାରଣ ହେଉଛି ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧି ହାର ୪.୧%କୁ ଖସିଆସିଛି। ଏପ୍ରିଲ ତୁଳନାରେ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ମଧ୍ୟ କମ୍‌ ରହିଛି। ଏଭଳିସ୍ଥଳେ ମାନ୍ଦା ଅର୍ଥନୀତିରେ ଶକ୍ତି ଭରିବା ପାଇଁ କେନ୍ଦ୍ର ସରକାର ମେ’ ମାସର ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ ରେପୋ ହାରରେ ବୃଦ୍ଧି ଘଟାଇଥିଲେ। ଏଥିଯୋଗୁଁ କାର୍‌ ଋଣଠାରୁ ଆରମ୍ଭ କରି ବିଭିନ୍ନ ଋଣର ଇଏମ୍‌ଆଇ ମହଙ୍ଗା ହୋଇଛି। ତେବେ ଏହିସବୁ ପ୍ରୟାସ ଢେର୍‌ ଉଚ୍ଚ ସ୍ତରରେ ରହିଥିବା ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବିଶେଷ ଫଳପ୍ରଦ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ଜୁନ୍‌ ଏବଂ ଅଗଷ୍ଟରେ ଆଉ ଦୁଇଟି ପର୍ଯ୍ୟାୟରେ ପ୍ରମୁଖ ସୁଧହାରରେ ବୃଦ୍ଧି ଘଟାଇବାକୁ ଯୋଜନା କରୁଛନ୍ତି। ଏସବୁ ମଧ୍ୟରେ ଅସ୍ଥିର ରହୁଥିବା ଘରୋଇ ଷ୍ଟକ୍‌ ବଜାର ନିବେଶକଙ୍କ ଆସ୍ଥା ଜିଣିବାରେ ବିଫଳ ହୋଇଛି।

ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର କରିେନଉଥିବାରୁ ବହୁ ସମୟରେ ଘରୋଇ ଷ୍ଟକ୍‌ ବଜାର ଧରାଶାୟୀ ହେବାରେ ଲାଗିଛି। ଏହି କାରଣରୁ ଏଲ୍‌ଆଇସିର ବହୁ ପ୍ରତୀକ୍ଷିତ ଆଇପିଓ ଯୋଜନାରୁ ସରକାରଙ୍କୁ ଲାଗିଛି ଜବରଦସ୍ତ ଝଟ୍‌କା। ଏଭଳି ମାନ୍ଦା ଅର୍ଥନୀତି ବେଳେ କେନ୍ଦ୍ର ସରକାର ରାଜସ୍ବ ଆୟ ବଢ଼ାଇବା ପାଇଁ ଜୁନ୍‌ରୁ ଅନେକ ନୂଆ ନିୟମ ଲାଗୁ କରିଛନ୍ତି। ଯାହାର ଫଳସ୍ବରୂପ ଯାନବାହାନର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ ଏବଂ ଗୃହ ଋଣ ସୁଧହାର ମହଙ୍ଗା ହୋଇଛି। ଏହାସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମ୍‌ଏସ୍‌ବିୱାଇ)ର ପ୍ରିମିୟମ ରାଶି ବୃଦ୍ଧି କରାଯାଇଛି, ଯାହା ବୀମାକାରୀଙ୍କ ଉପରେ ବୋଝ ହୋଇଛି। ଏହାମଧ୍ୟରେ ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ କମିଛି। ୨୦୧୯-୨୦ରେ ମୁଣ୍ଡପିଛା ଆୟ ୯୪,୨୭୦ ଟଙ୍କା ରହିଥିବାବେଳେ ୨୦୨୧-୨୨ରେ ଏହା ୯୧,୪୮୧ ଟଙ୍କାକୁ ହ୍ରାସ ଘଟିଛି।

ଏହା ହିଁ ଦେଶର ନିମ୍ନଗାମୀ ହେଉଥିବା ଅର୍ଥନୀତିର ସ୍ଥିତିକୁ ପ୍ରମାଣିତ କରୁଛି। ଏହାମଧ୍ୟରେ ବୁଧବାର ଆସିଥିବା ଏକ ଖବର ଭାରତ ପାଇଁ ବଡ଼ ଝଟ୍‌କା ହୋଇଛି। ଭାରତୀୟ ଗହମରେ ରୁବେଲା ଜୀବାଣୁ ରହିଥିବା ନେଇ ତୁର୍କୀ ଅଭିଯୋଗ କରିଛି। ଏଥିପାଇଁ ଭାରତର ଗହମ ପଣ୍ୟ ବୋଝେଇ ଜାହାଜକୁ ଫେରାଇଦେଇଛି ତୁର୍କୀ। ଏଥିଯୋଗୁଁ ପାଣିରେ ପଡିବାକୁ ଯାଉଛି ୫୬ ହଜାର ନିୟୁତ ଟନ୍‌ର ଗହମ। ତୁର୍କୀର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱରେ ଗହମ ଯୋଗାଣ ଉପରେ ପ୍ରଭାବ ପକାଇଛି। ଏଭଳି ପଦକ୍ଷେପ ଭାରତୀୟ ରପ୍ତାନିକାରୀଙ୍କୁ ଅଡୁଆରେ ପକାଇପାରେ। କାରଣ ଆଗାମୀ କିଛି ଦିନ ମଧ୍ୟରେ ଇଜିପ୍ଟ ସମେତ ବିଭିନ୍ନ ଦେଶକୁ ଭାରତ ଗହମ ପଠାଇବ। ତୁର୍କୀ ଭାରତୀୟ ଗହମକୁ ପ୍ରତ୍ୟାଖ୍ୟାନ କରିବା ଦ୍ବାରା ଏହାର ମାନକୁ ନେଇ ଏବେ ଅନ୍ୟ ଦେଶରୁ ମଧ୍ୟ ପ୍ରଶ୍ନ ଉଠିପାରେ।

https://www.thesakala.in/national-international/not-working-non-directional-economy/article-12097
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର