ଦାଉଦ୍‌ ଇବ୍ରାହିମ୍‌ର ଡି- କମ୍ପାନୀ ଉପରେ ଏନଆଇଏର ବଡ ଆକ୍ସନ, ୨୦ ସହଯୋଗୀଙ୍କ ଠିକଣାରେ ରେଡ୍

The Sakala Picture
Published On

ମୁମ୍ବାଇ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ ଉପରେ ଏନଆଇଏର ବଡ ଆକ୍ସନ। ଆଜି ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ପଳାତକ ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କୁ ଉପରେ ଚଢ଼ାଉ କରିଛି। ଏହି ୨୦ ଠିକଣା ଦାଉଦର ସାର୍ପସୁଟର ଓ ଘନିଷ୍ଠ ସହଯୋଗୀଙ୍କର ବୋଲି ଜଣାପଡିଛି । ମୁମ୍ବାଇର ବାନ୍ଦ୍ରା, ନାଗପଡ଼ା, ବୋରିୱାଲି, ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍‌ ଆଦି ଅଞ୍ଚଳରେ ଦାଉଦ୍‌ ଇବ୍ରାହିମ୍‌ଙ୍କର ସାର୍ପସୁଟର୍‌, ଡ୍ରଗ୍‌ ଟ୍ରାଫିକର୍, ହାୱାଲା ଅପରେଟର୍ସ, ରିୟଲ […]

ମୁମ୍ବାଇ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ ଉପରେ ଏନଆଇଏର ବଡ ଆକ୍ସନ। ଆଜି ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ପଳାତକ ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀମାନଙ୍କୁ ଉପରେ ଚଢ଼ାଉ କରିଛି। ଏହି ୨୦ ଠିକଣା ଦାଉଦର ସାର୍ପସୁଟର ଓ ଘନିଷ୍ଠ ସହଯୋଗୀଙ୍କର ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମୁମ୍ବାଇର ବାନ୍ଦ୍ରା, ନାଗପଡ଼ା, ବୋରିୱାଲି, ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍‌ ଆଦି ଅଞ୍ଚଳରେ ଦାଉଦ୍‌ ଇବ୍ରାହିମ୍‌ଙ୍କର ସାର୍ପସୁଟର୍‌, ଡ୍ରଗ୍‌ ଟ୍ରାଫିକର୍, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ୍‌ ମ୍ୟାନେଜର୍‌ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କ ଉପରେ ଚଢ଼ାଉ ଚାଲିଛି। ଗୃହମନ୍ତ୍ରଣାଳୟର ଆଦେଶରେ ଏପରି ଚଢଉ ହୋଇଛି ।ଆତଙ୍କବାଦୀ କାର୍ଯ୍ୟକଳାପ, ସଂଗଠିତ ଅପରାଧ ଏବଂ ଭାରତରେ ଅସ୍ଥିରତା ସୃଷ୍ଟି ନିମିତ୍ତ କାର୍ଯ୍ୟରେ ଶୀର୍ଷସ୍ତରୀୟ ନେତୃତ୍ବ ଏବଂ ଅଧିକାଂଶ ବିଦେଶରେ ବସବାସ କରୁଥିବା ଡି-କମ୍ପାନିର କାର୍ଯ୍ୟକର୍ତ୍ତାଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଚଳିତ ବର୍ଷ ‌ଫେବ୍ରୁଆରି ମାସରେ ‘ଏନ୍‌ଆଇଏ’ ମାମଲା ରୁଜୁ କରିଥିଲା।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଦାଉଦଙ୍କ ସହ ଅନେକ ହାୱାଲା ଅପରେଟର ଏବଂ ଡ୍ରଗ୍ ବେପାରୀ ସଂଯୁକ୍ତ ।ଏ ସମ୍ପର୍କରେ ଚଳିତ ବର୍ଷ ଫେବୃଆରୀରେ ଏକ ମାମଲା ରୁଜୁ ହୋଇଥିଲା।ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଏନଆଇଏ ପକ୍ଷରୁ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସୂଚନାନୁସାରେ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଚଳିତ ବର୍ଷ ଫେବୃଆରୀରେ ଦାଉଦ୍‌ ଇବ୍ରାହିମ୍ ଏବଂ ଡି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଏନଆଇଏ ଆଜି ଚଢଉ କରୁଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଚଳିତ ବର୍ଷ ଫେବୃଆରୀରେ ଆତଙ୍କବାଦୀ କାର୍ଯ୍ୟକଳାପ, ସଂଗଠିତ ଅପରାଧ ତଥା ଭାରତରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡି-କମ୍ପାନୀର ଶୀର୍ଷ ନେତୃତ୍ୱ ତଥା ଅପରେଟରଙ୍କ ସମ୍ପୃକ୍ତି ସମ୍ପର୍କରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା।‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ’ (ୟୁଏପିଏ) ଉପଯୋଗ କରାଯାଇ ଏହି ମାମଲାରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା। ନିରାପଦ ଆଶ୍ରୟସ୍ଥଳ ପାକିସ୍ତାନର କରାଚିରେ ଥାଇ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଚଳାଇଥିବା ‘ଅଣ୍ଡର୍‌ୱାର୍ଲଡ୍‌ ନେଟ୍‌ୱାର୍କ’ର ସଦସ୍ୟମାନେ କରିଥିବା ଆତଙ୍କବାଦୀ, ଅପରାଧିକ କାର୍ୟ୍ୟକଳାପ ସବୁକୁ ‘ଏନ୍‌ଆଇଏ’ ପର୍ଯ୍ୟାଲୋଚନା କରିବା ସହ ତଦନ୍ତ କରୁଛି।

ଏହାପୂର୍ବରୁ, ଅଣ୍ଡରୱାର୍ଲ୍ଡ କାର୍ଯ୍ୟକଳାପ, ବେଆଇନ ସମ୍ପତ୍ତି କ୍ରୟ ଏବଂ ହାୱାଲା ମାଧ୍ୟମରେ କାରବାର ସହ ଜଡିତ ମନି ଲଣ୍ଡରିଂ ମାମଲାର ଯାଞ୍ଚର ଏକ ଅଂଶ ଭାବରେ ଏନ୍ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଳିତ ବର୍ଷ ଫେବୃଆରୀରେ ମୁମ୍ବାଇର ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ ଇଡି ମଧ୍ୟ ଦାଉଦ ଇବ୍ରାହିମଙ୍କ ଭଉଣୀ ହସେନା ପାର୍କରଙ୍କ ଘର ଉପରେ ଚଢାଉ କରିଥିଲା, ଯେଉଁଠାରୁ କିଛି ଅପରାଧୀ ଦଲିଲ ଜବଦ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର