ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର( ଏଲଜି) ଡ. କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ସୂଚିତ କରାଯାଇଛି। ଅପରପକ୍ଷେ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲସାଇ ସୁନ୍ଦରରାଜନଙ୍କୁ କେନ୍ଦ୍ର ଶାସିତ ରାଜ୍ୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରନ ବେଦୀଙ୍କୁ ପଦରୁ ହଟାଇ ଦିଆଯାଇଛି। ୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ […]

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର( ଏଲଜି) ଡ. କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ସୂଚିତ କରାଯାଇଛି। ଅପରପକ୍ଷେ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲସାଇ ସୁନ୍ଦରରାଜନଙ୍କୁ କେନ୍ଦ୍ର ଶାସିତ ରାଜ୍ୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରନ ବେଦୀଙ୍କୁ ପଦରୁ ହଟାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କରିଣ ବେଦୀ । ସୂଚନାଥାଉକି, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ୱାମୀ ବାରମ୍ବାର ଦାବି କରିଆସୁଥିଲେ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

କିରଣଙ୍କ ସହିତ ବିବାଦକୁ ନେଇ ତାଙ୍କୁ ଉପରାଜ୍ୟପାଳ ପଦରୁ ହଟାଇବା ଲାଗି ଫେବୃଆରୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ପୂର୍ବତନ ଆଇପିଏସ୍‌ ଅଫିସର କିରଣ ‘ତୋଗଲକ ଦରବାର’ ଚଳାଇଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ୨୦୧୬ ମେ’ ୨୯ରେ କିରଣ ବେଦୀଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଫିସର୍‌ ହେଉଛନ୍ତି କିରନ ବେଦୀ । ସେ ଦୀର୍ଘ ୩୫ ବର୍ଷ ଧରି ନିଜର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ୧୯୭୨ରେ ସେ ପ୍ରଥମ ମହିଳା ଆଇପିଏସ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୭ରେ ସେ ଭଲ୍ୟୁଣ୍ଟାରୀ ନିଜ ଚାକିରିରୁ ଅବସର ନେଇଥିଲେ । ଏହାପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ କିରଣ ବେଦୀ ଜଣେ ଭଲ ଟେନିସ ଖେଳାଳି ଭାବେ ମଧ୍ୟ ବେଶ ଜଣାଶୁଣା ।

17 Feb 2021 By The Sakala

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର( ଏଲଜି) ଡ. କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ସୂଚିତ କରାଯାଇଛି। ଅପରପକ୍ଷେ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲସାଇ ସୁନ୍ଦରରାଜନଙ୍କୁ କେନ୍ଦ୍ର ଶାସିତ ରାଜ୍ୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରନ ବେଦୀଙ୍କୁ ପଦରୁ ହଟାଇ ଦିଆଯାଇଛି।

୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କରିଣ ବେଦୀ । ସୂଚନାଥାଉକି, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ୱାମୀ ବାରମ୍ବାର ଦାବି କରିଆସୁଥିଲେ।

କିରଣଙ୍କ ସହିତ ବିବାଦକୁ ନେଇ ତାଙ୍କୁ ଉପରାଜ୍ୟପାଳ ପଦରୁ ହଟାଇବା ଲାଗି ଫେବୃଆରୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ପୂର୍ବତନ ଆଇପିଏସ୍‌ ଅଫିସର କିରଣ ‘ତୋଗଲକ ଦରବାର’ ଚଳାଇଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ୨୦୧୬ ମେ’ ୨୯ରେ କିରଣ ବେଦୀଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଫିସର୍‌ ହେଉଛନ୍ତି କିରନ ବେଦୀ । ସେ ଦୀର୍ଘ ୩୫ ବର୍ଷ ଧରି ନିଜର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ୧୯୭୨ରେ ସେ ପ୍ରଥମ ମହିଳା ଆଇପିଏସ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୭ରେ ସେ ଭଲ୍ୟୁଣ୍ଟାରୀ ନିଜ ଚାକିରିରୁ ଅବସର ନେଇଥିଲେ । ଏହାପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ କିରଣ ବେଦୀ ଜଣେ ଭଲ ଟେନିସ ଖେଳାଳି ଭାବେ ମଧ୍ୟ ବେଶ ଜଣାଶୁଣା ।

https://www.thesakala.in/national-international/kiran-bedi-removed-as-puducherry-lieutenant-governor/article-47
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର