ବଜେଟ ରାଜନୀତି: ଦିଲ୍ଲୀର ପ୍ରସ୍ତାବିତ ବଜେଟ ଅଟକାଇଲେ ଏଲଜି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ:  ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ବଜେଟ ଉପରେ କେନ୍ଦ୍ରର ରୋକ । ବଜେଟରେ ରୋକ ଲାଗିବା ପରେ ଏହାକୁ କେନ୍ଦ୍ରର ଗୁଣ୍ଡାଗର୍ଦ୍ଦି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ବିଜ୍ଞାପନ ଖର୍ଚ୍ଚ, ପୁଞ୍ଜି ବ୍ୟୟ ଓ ଆୟୁଷ୍ମାନ ଭାରତ ଆଦି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗି କେନ୍ଦ୍ର ସରକାର ଦିଲ୍ଲୀର ବଜେଟ ଅଟକାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ସରକାର ।ଉପରାଜ୍ୟପାଳ ପ୍ରସ୍ତାବିତ ବଜେଟ ଫାଇଲ ମଞ୍ଜୁର […]

ନୂଆଦିଲ୍ଲୀ:  ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ବଜେଟ ଉପରେ କେନ୍ଦ୍ରର ରୋକ । ବଜେଟରେ ରୋକ ଲାଗିବା ପରେ ଏହାକୁ କେନ୍ଦ୍ରର ଗୁଣ୍ଡାଗର୍ଦ୍ଦି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ବିଜ୍ଞାପନ ଖର୍ଚ୍ଚ, ପୁଞ୍ଜି ବ୍ୟୟ ଓ ଆୟୁଷ୍ମାନ ଭାରତ ଆଦି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗି କେନ୍ଦ୍ର ସରକାର ଦିଲ୍ଲୀର ବଜେଟ ଅଟକାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ସରକାର ।ଉପରାଜ୍ୟପାଳ ପ୍ରସ୍ତାବିତ ବଜେଟ ଫାଇଲ ମଞ୍ଜୁର ନକରିବା ଯୋଗୁ ଆଜି ବିଧାନସଭାରେ ବଜେଟ ପରିବେଷଣ ହୋଇପାରିବ ନାହିଁ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ । ଇତିହାସରେ ପ୍ରଥମ ଥର ଲାଗି କୌଣସି ରାଜ୍ୟର ବଜେଟ ଅଟକାଯାଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ବଜେଟରେ ରୋକ ଲାଗିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି କେଜ୍ରିଓ୍ବାଲ । ଚଳିତବର୍ଷ ଦିଲ୍ଲୀ ପାଇଁ ୭୮ ହଜାର ୮ ଶହ କୋଟିର ବ୍ୟୟବରାଦ ହୋଇଥିବା ବେଳେ ୨୨ ହଜାର କୋଟି ଟଙ୍କା ନିର୍ମାଣ କାର୍ଯ୍ଯପାଇଁ ରଖାଯାଇଛି । ୫୫୦ କୋଟି ଟଙ୍କା ବିଜ୍ଞାପନ ଖର୍ଚ୍ଚ ବାବଦ ବ୍ୟୟବରାଦ ପାଇଁ ରଖାଯାଇଛି । ଗତବର୍ଷ ବିଜ୍ଞାପନ ଖର୍ଚ୍ଚ ଓ ଚଳିତବର୍ଷ ବିଜ୍ଞାପନ ଖର୍ଚ୍ଚ ସମାନ ରହିଛି ବୋଲି କହିଛନ୍ତି ଦିଲ୍ଲୀ ଅର୍ଥମନ୍ତ୍ରୀ କୌଳାସ ଗେହଲଟ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

21 Mar 2023 By The Sakala

ବଜେଟ ରାଜନୀତି: ଦିଲ୍ଲୀର ପ୍ରସ୍ତାବିତ ବଜେଟ ଅଟକାଇଲେ ଏଲଜି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ବଜେଟ ଉପରେ କେନ୍ଦ୍ରର ରୋକ । ବଜେଟରେ ରୋକ ଲାଗିବା ପରେ ଏହାକୁ କେନ୍ଦ୍ରର ଗୁଣ୍ଡାଗର୍ଦ୍ଦି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ବିଜ୍ଞାପନ ଖର୍ଚ୍ଚ, ପୁଞ୍ଜି ବ୍ୟୟ ଓ ଆୟୁଷ୍ମାନ ଭାରତ ଆଦି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗି କେନ୍ଦ୍ର ସରକାର ଦିଲ୍ଲୀର ବଜେଟ ଅଟକାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ସରକାର ।ଉପରାଜ୍ୟପାଳ ପ୍ରସ୍ତାବିତ ବଜେଟ ଫାଇଲ ମଞ୍ଜୁର ନକରିବା ଯୋଗୁ ଆଜି ବିଧାନସଭାରେ ବଜେଟ ପରିବେଷଣ ହୋଇପାରିବ ନାହିଁ ।

ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ । ଇତିହାସରେ ପ୍ରଥମ ଥର ଲାଗି କୌଣସି ରାଜ୍ୟର ବଜେଟ ଅଟକାଯାଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ବଜେଟରେ ରୋକ ଲାଗିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି କେଜ୍ରିଓ୍ବାଲ । ଚଳିତବର୍ଷ ଦିଲ୍ଲୀ ପାଇଁ ୭୮ ହଜାର ୮ ଶହ କୋଟିର ବ୍ୟୟବରାଦ ହୋଇଥିବା ବେଳେ ୨୨ ହଜାର କୋଟି ଟଙ୍କା ନିର୍ମାଣ କାର୍ଯ୍ଯପାଇଁ ରଖାଯାଇଛି । ୫୫୦ କୋଟି ଟଙ୍କା ବିଜ୍ଞାପନ ଖର୍ଚ୍ଚ ବାବଦ ବ୍ୟୟବରାଦ ପାଇଁ ରଖାଯାଇଛି । ଗତବର୍ଷ ବିଜ୍ଞାପନ ଖର୍ଚ୍ଚ ଓ ଚଳିତବର୍ଷ ବିଜ୍ଞାପନ ଖର୍ଚ୍ଚ ସମାନ ରହିଛି ବୋଲି କହିଛନ୍ତି ଦିଲ୍ଲୀ ଅର୍ଥମନ୍ତ୍ରୀ କୌଳାସ ଗେହଲଟ ।

https://www.thesakala.in/national-international/kejriwal-writes-to-pm-modi-after-centre-halts-delhi-budget/article-19998
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର