କେମିକାଲ କାରଖାନାରେ ବିସ୍ଫୋରଣ, ଭୂକମ୍ପ ଭାବି ଘରୁ ବାହାରି ଆସିଲେ ସ୍ଥାନୀୟଲୋକେ

The Sakala Picture
Published On

ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାରେ ସୋମବାର ବିଳମ୍ବିତ ରାତ୍ରରେ ଏକ କେମିକାଲ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ଏହି ବିସ୍ଫୋରଣରେ ୨୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ବିସ୍ଫୋରଣ ମାତ୍ରା ଏତୋ ଥିଲା ଯେ ଏହାର ଶବ୍ଦ ୧୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏଥି ସହିତ […]

ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାରେ ସୋମବାର ବିଳମ୍ବିତ ରାତ୍ରରେ ଏକ କେମିକାଲ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ଏହି ବିସ୍ଫୋରଣରେ ୨୪ ଜଣ କର୍ମଚାରୀ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ବିସ୍ଫୋରଣ ମାତ୍ରା ଏତୋ ଥିଲା ଯେ ଏହାର ଶବ୍ଦ ୧୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏଥି ସହିତ ବିସ୍ଫୋରଣ ହେତୁ ଆଖପାଖ ଗାଁରେ ରହୁଥିବା ଲୋକମାନେ ଭୂକମ୍ପ ଭଳି ଅନୁଭବ କରିଥିଲେ। ଏହି କାରଣରୁ କିଛି ଲୋକ ନିଜ ଘରୁ ବାହାରି ଆସିଥିଲେ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ୟୁପିଏଲ କମ୍ପାନୀରେ ବିସ୍ଫୋରଣ ହେବା ପରେ ୨୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଭରୁଚ ଓ ବଦୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର