୨୦୨୨ରେ ଚନ୍ଦ୍ରାୟଣ-୩ ଅଭିଯାନ, ଡିସେମ୍ବରରେ ଗଗନାୟନ ମିଶନ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ରାଭିଯାନ କାର୍ଯ୍ୟକ୍ରମ ଚନ୍ଦ୍ରାୟଣ-୩ର ଉତକ୍ଷେପଣ ବିଳମ୍ବ ହେବ। ୨୦୨୦ ଶେଷ ଭାଗରେ ଏହି ଅଭିଯାନ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ କେତେକ କାରଣକୁ ନେଇ ୨୦୨୨ରେ ଏହା କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ବିଶେଷକରି ୨୦୨୦ରେ କରୋନା ଲକ୍‍ଡାଉନକୁ ନେଇ ଏହି କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ୨୦୨୨ରେ ସମ୍ପନ୍ନ କରାଯିବ ବୋଲି ସେ […]

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ରାଭିଯାନ କାର୍ଯ୍ୟକ୍ରମ ଚନ୍ଦ୍ରାୟଣ-୩ର ଉତକ୍ଷେପଣ ବିଳମ୍ବ ହେବ। ୨୦୨୦ ଶେଷ ଭାଗରେ ଏହି ଅଭିଯାନ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ କେତେକ କାରଣକୁ ନେଇ ୨୦୨୨ରେ ଏହା କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ବିଶେଷକରି ୨୦୨୦ରେ କରୋନା ଲକ୍‍ଡାଉନକୁ ନେଇ ଏହି କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ୨୦୨୨ରେ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଚନ୍ଦ୍ରାୟଣ-୨ ଅଭିଯାନ ତୁଳନାରେ ଚନ୍ଦ୍ରାୟଣ-୩ ଅଭିଯାନ ପାଇଁ କେତେକ କ୍ଷେତ୍ରରେ ପରବିର୍ତ୍ତନ କରାଯାଉଥିବାରୁ ଏଥିପାଇଁ ଅଧିକ ସମୟ ଲାଗିବ। ଚନ୍ଦ୍ରାୟନ-୨ ଅଭିଯାନରେ ବ୍ୟବହାର କରାଯାଇଥିବା ଅରବିଟର ହିଁ ଏହି ଅଭିଯାନ ପାଇଁ ବ୍ୟବହାର କରାଯିବ। ତେବେ ଚନ୍ଦ୍ରପୃଷ୍ଠରେ ଅରବିଟରର ସୂକ୍ଷ୍ମ ଅବତରଣ ପାଇଁ ଏହି ଅଭିଯାନରେ ବ୍ୟବସ୍ଥା କରାଯାଉଥିବା ଶିବନ କହିଛନ୍ତି। ଚନ୍ଦ୍ରାୟଣ-୩ ଅଭିଯାନ ଭାରତୀୟ ମହାକାଶ ଗବେଷଣାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଲକ୍ଷ୍ୟ ହୋଇଥିବା ବେଳେ ଅନ୍ୟାନ୍ୟ ଗ୍ରହ ପୃଷ୍ଠରେ ଯାନ୍ତ୍ରିକ ଅବତରଣ ଏବଂ ଗବେଷଣା ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ଏହାକୁ ସବୁଦୃଷ୍ଟିରୁ ସୁବ୍ୟବସ୍ଥିତ କରିବାକୁ ଆମର ଉଦ୍ୟମ ଜାରି ରହିଛି ବୋଲି ଶିବନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଡିସେମ୍ବରରେ ଗଗନାୟନ ମିଶନ: ଭାରତର ମହାକାଶ ଗବେଷଣା କ୍ଷେତ୍ରର ଅନ୍ୟତମ ପ୍ରମୁଖ ଭାବେ ଅଭିଯାନ ଭାବେ ଆସନ୍ତା ଡିସେମ୍ବର ମାସରେ ଗଗନାୟନ ମିଶନ କାର୍ଯ୍ୟକାରୀ ହେବ। ଏହି ଅଭିଯାନରେ ଭାରତର ପ୍ରଥମ ମାନବବିହୀନ ମହାକାଶ ଯାନ ପ୍ରେରଣ ଲାଗି ଲକ୍ଷ୍ୟ ରଖାଯାଇଥିଲା ବେଳେ ଗତବର୍ଷ ଡିସେମ୍ବରରେ ଏହାକୁ ସମ୍ପନ୍ନ କରିବାକୁ ଯୋଜନା କରାଯାଇଥିଲା। ହେଲେ ଏହାକୁ ମଧ୍ୟ ଆସନ୍ତା ଡିସେମ୍ବରରେ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ପରେ ୨୦୨୨ରେ ଏହି ଅଭିଯାନ ଅଧୀନରେ ୩ ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪ଜଣ ପାଇଲଟଙ୍କୁ ଚୟନ କରାଯାଇସାରିଥିବା ବେଳେ ସେମାନଙ୍କୁ ଏବେ ରୁଷିଆରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ଶିବନ କହିଛନ୍ତି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

22 Feb 2021 By The Sakala

୨୦୨୨ରେ ଚନ୍ଦ୍ରାୟଣ-୩ ଅଭିଯାନ, ଡିସେମ୍ବରରେ ଗଗନାୟନ ମିଶନ

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ରାଭିଯାନ କାର୍ଯ୍ୟକ୍ରମ ଚନ୍ଦ୍ରାୟଣ-୩ର ଉତକ୍ଷେପଣ ବିଳମ୍ବ ହେବ। ୨୦୨୦ ଶେଷ ଭାଗରେ ଏହି ଅଭିଯାନ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ କେତେକ କାରଣକୁ ନେଇ ୨୦୨୨ରେ ଏହା କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ବିଶେଷକରି ୨୦୨୦ରେ କରୋନା ଲକ୍‍ଡାଉନକୁ ନେଇ ଏହି କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ୨୦୨୨ରେ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଚନ୍ଦ୍ରାୟଣ-୨ ଅଭିଯାନ ତୁଳନାରେ ଚନ୍ଦ୍ରାୟଣ-୩ ଅଭିଯାନ ପାଇଁ କେତେକ କ୍ଷେତ୍ରରେ ପରବିର୍ତ୍ତନ କରାଯାଉଥିବାରୁ ଏଥିପାଇଁ ଅଧିକ ସମୟ ଲାଗିବ। ଚନ୍ଦ୍ରାୟନ-୨ ଅଭିଯାନରେ ବ୍ୟବହାର କରାଯାଇଥିବା ଅରବିଟର ହିଁ ଏହି ଅଭିଯାନ ପାଇଁ ବ୍ୟବହାର କରାଯିବ। ତେବେ ଚନ୍ଦ୍ରପୃଷ୍ଠରେ ଅରବିଟରର ସୂକ୍ଷ୍ମ ଅବତରଣ ପାଇଁ ଏହି ଅଭିଯାନରେ ବ୍ୟବସ୍ଥା କରାଯାଉଥିବା ଶିବନ କହିଛନ୍ତି। ଚନ୍ଦ୍ରାୟଣ-୩ ଅଭିଯାନ ଭାରତୀୟ ମହାକାଶ ଗବେଷଣାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଲକ୍ଷ୍ୟ ହୋଇଥିବା ବେଳେ ଅନ୍ୟାନ୍ୟ ଗ୍ରହ ପୃଷ୍ଠରେ ଯାନ୍ତ୍ରିକ ଅବତରଣ ଏବଂ ଗବେଷଣା ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ଏହାକୁ ସବୁଦୃଷ୍ଟିରୁ ସୁବ୍ୟବସ୍ଥିତ କରିବାକୁ ଆମର ଉଦ୍ୟମ ଜାରି ରହିଛି ବୋଲି ଶିବନ କହିଛନ୍ତି।

ଡିସେମ୍ବରରେ ଗଗନାୟନ ମିଶନ: ଭାରତର ମହାକାଶ ଗବେଷଣା କ୍ଷେତ୍ରର ଅନ୍ୟତମ ପ୍ରମୁଖ ଭାବେ ଅଭିଯାନ ଭାବେ ଆସନ୍ତା ଡିସେମ୍ବର ମାସରେ ଗଗନାୟନ ମିଶନ କାର୍ଯ୍ୟକାରୀ ହେବ। ଏହି ଅଭିଯାନରେ ଭାରତର ପ୍ରଥମ ମାନବବିହୀନ ମହାକାଶ ଯାନ ପ୍ରେରଣ ଲାଗି ଲକ୍ଷ୍ୟ ରଖାଯାଇଥିଲା ବେଳେ ଗତବର୍ଷ ଡିସେମ୍ବରରେ ଏହାକୁ ସମ୍ପନ୍ନ କରିବାକୁ ଯୋଜନା କରାଯାଇଥିଲା। ହେଲେ ଏହାକୁ ମଧ୍ୟ ଆସନ୍ତା ଡିସେମ୍ବରରେ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ପରେ ୨୦୨୨ରେ ଏହି ଅଭିଯାନ ଅଧୀନରେ ୩ ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪ଜଣ ପାଇଲଟଙ୍କୁ ଚୟନ କରାଯାଇସାରିଥିବା ବେଳେ ସେମାନଙ୍କୁ ଏବେ ରୁଷିଆରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ଶିବନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର