ସିରିଆର ଦୁଇଟି ଏୟାରପୋର୍ଟ ଉପରେ ରକେଟ୍ ମାଡ କଲା ଇସ୍ରାଏଲ୍‌, ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା

The Sakala Picture
Published On

ଡାମାସକସ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ୍‌ ଏବଂ ହମାସ୍‌ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଲାଣି । ଏବେ ସିରିଆର ଦୁଇଟି ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍‌ । ସିରିଆ ରାଜଧାନୀ ଡାମାସକସର ମୁଖ୍ୟ ବିମାନବନ୍ଦର ଓ ଉତ୍ତରାଞ୍ଚଳ ସହର ଆଲେପ୍ପୋ ବିମାନବନ୍ଦରରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଛି। ଏନେଇ ସିରିଆ ଗଣମାଧ୍ୟମରେ ଶାମ ଏଫ୍‌ଏମ୍‌ରେ ଖବର ପ୍ରକାଶ ପାଇଛି। ଇସ୍ରାଏଲ୍‌ ଆକ୍ରମଣରେ ଆଲେପ୍ପୋ […]

ଡାମାସକସ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ୍‌ ଏବଂ ହମାସ୍‌ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଲାଣି । ଏବେ ସିରିଆର ଦୁଇଟି ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍‌ । ସିରିଆ ରାଜଧାନୀ ଡାମାସକସର ମୁଖ୍ୟ ବିମାନବନ୍ଦର ଓ ଉତ୍ତରାଞ୍ଚଳ ସହର ଆଲେପ୍ପୋ ବିମାନବନ୍ଦରରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଛି। ଏନେଇ ସିରିଆ ଗଣମାଧ୍ୟମରେ ଶାମ ଏଫ୍‌ଏମ୍‌ରେ ଖବର ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଇସ୍ରାଏଲ୍‌ ଆକ୍ରମଣରେ ଆଲେପ୍ପୋ ବିମାନବନ୍ଦରରେ ବହୁ କ୍ଷୟକ୍ଷତି ଘଟିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ଯଦିଓ ଦାମସ୍‌କସ୍‌ ବିମାନବନ୍ଦରରେ ଆକ୍ରମଣର ପ୍ରଭାବ ବିଷୟରେ କୌଣସି ସୂଚନା ମିଳିନାହିଁ। ସିରିଆର ସରକାରୀ ଟିଭି ସୂତ୍ରରୁ ଜଣାପଡ଼ିଛି ଯେ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୫୦ରେ ଇସ୍ରାଏଲ୍‌ ସିରିଆର ଦୁଇ ପ୍ରମୁଖ ବିମାନବନ୍ଦର ଉପରେ ରକେଟ୍‌ ମାଡ଼ କରିଛି। ଏଥିରେ ଏୟାରପୋର୍ଟର ରନୱେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଗତ ଛଅ ଦିନ ହେବ ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ସିରିଆ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଥିଲା। ଏଥିସହ ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଥିଲା। ହମାସ ସପକ୍ଷରେ ସିରିଆ ବାହାରିବାରୁ ଆଜି ଇସ୍ରାଏଲ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ସିରିଆ ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର