ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ଏହି ଦୌଡ଼ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓହରିଯିବା ପରେ ଋଷି ସୁନକଙ୍କ ପଥ ଏକପ୍ରକାର ପରିଷ୍କାର ହୋଇଯାଇଛି । କଞ୍ଜରଭେଟିଭ୍ ପାର୍ଟି ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ତେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଆଜି ଚିତ୍ର ସ୍ପଷ୍ଟ ହୋଇଯିବ । ଇନ୍‌ଫୋସିସ୍ ସହପ୍ରତିଷ୍ଠାତା […]

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ଏହି ଦୌଡ଼ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓହରିଯିବା ପରେ ଋଷି ସୁନକଙ୍କ ପଥ ଏକପ୍ରକାର ପରିଷ୍କାର ହୋଇଯାଇଛି । କଞ୍ଜରଭେଟିଭ୍ ପାର୍ଟି ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ତେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଆଜି ଚିତ୍ର ସ୍ପଷ୍ଟ ହୋଇଯିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତିଙ୍କ ୪୨ ବର୍ଷୀୟ ଜ୍ବାଇଁ ଋଷି ସୁନକଙ୍କ ପାଖରେ ପ୍ରାୟ ୧୫୦ ଏମ୍‌ପିଙ୍କ ସମର୍ଥନ ରହିଥିବା କୁହାଯାଉଛି । ଅନ୍ୟପକ୍ଷରେ ହାଉସ୍ ଅଫ୍ କମନ୍ସର ୪୯ ବର୍ଷୀୟା ଲିଡର ପେନି ମୋର୍ଡଣ୍ଟ ଏହି ଦୌଡ଼ରେ ସାମିଲ ହେବା ନେଇ ପ୍ରଥମେ ଘୋଷଣା କରିଥିଲେ ହେଁ ତାଙ୍କ ସପକ୍ଷରେ ମାତ୍ର ୨୪ ଜଣଙ୍କ ସମର୍ଥନ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅଗଷ୍ଟରେ କଞ୍ଜର୍ଭେଟିଭ୍ ପାର୍ଟି ନେତା ନିର୍ବାଚନରେ ଲିଜ୍ ଟ୍ରସଙ୍କ ଠାରୁ ଅଳ୍ପକେ ହାରିଯାଇଥିବା ସୁନକ ପ୍ରଧାନମନ୍ତ୍ରୀ ରେସରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ବ୍ରିଟେନ ଏକ ମହାନ୍ ଦେଶ କିନ୍ତୁ ଆମେ ଏକ ବୃହତ୍ ଆର୍ଥିକ ସଙ୍କଟକୁ ସାମ୍ନା କରୁଛୁ ମୁଁ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଚାହେଁ। ଦଳକୁ ଏକାଠି କରି ଦେଶବାସୀଙ୍କ ସେବା କରିବାକୁ ଆଗ୍ରହୀ ବୋଲି ଋଷି ଟୁଇଟ୍‌ କରିଛନ୍ତି। ଏହି ଅବସରରେ ସେ କୋଭିଡ୍–୧୯ ମହାମାରୀ ଭଳି କଠିନ ସମୟରେ ଚାନ୍ସେଲର ଥବାବେଳେ ଦେଶର ଅର୍ଥନୀତିକୁ କିପରି ପରିଚାଳନା କରିଥିଲେ ସେନେଇ ନିଜ ଟ୍ରକ୍ ରେକର୍ଡ ସହ ଭିଜନ୍‌ ଷ୍ଟେଟ୍‌ମେଣ୍ଟ ଉପସ୍ଥାପନ କରିଛନ୍ତି । କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

କ୍ଷମତା ଭାଗବଣ୍ଟା ନେଇ ଋଷି ଓ ବୋରିସ୍‌ଙ୍କ ମଧ୍ୟରେ ଡିଲ୍ ପାଇଁ ଶନିବାର ଆଲୋଚନା ହୋଇଥିଲା। ଏନେଇ ଋଷିଙ୍କ ସମର୍ଥକ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ କହିଛନ୍ତି, କଞ୍ଜରଭେଟିଭ ପାର୍ଟିର ଏକତା ବଜାୟ ରଖିବା ସକାଶେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ଏହାର କିଛି ଘଣ୍ଟା ପରେ ଜନସନ ପ୍ରଧାନମନ୍ତ୍ରୀ ରେସରୁ ଓହରିବାକୁ ଘୋଷଣା କରିଥିଲେ । ଜନସନ କହିଛନ୍ତି ଯେ ପୁଣି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମର୍ଥନ ଅଛି । କିନ୍ତୁ ସେ ଏବେ ଏହି ରେସରେ ସାମିଲ ହେବା ଠିକ୍ ହେବ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର