ହୁଥିଙ୍କ କବଜାରେ ମୋଚା ବନ୍ଦର: ବିଶ୍ୱ ତୈଳ ବଜାର ଓ ନୌବାଣିଜ୍ୟ ପାଇଁ ବଢ଼ିଲା ବିପଦ

Suryakanta Picture
Published On

ଇରାନ ସମର୍ଥିତ ହୁଥି ବିଦ୍ରୋହୀ ମାନେ ୟେମେନ ଉପକୂଳରେ ସେମାନଙ୍କର ଆଗ୍ରସନ ଜାରି ରଖିଛନ୍ତି। ନିକଟରେ ସେମାନେ ୟେମେନର ମୋଚା ବନ୍ଦର କୁ ନିଜ ଅକ୍ତିଆରକୁ ନେଇଛନ୍ତି। ଏହାସହ ଲୋହିତ ସାଗର ଉପକୂଳ ଦେଇ ଆଗକୁ ବଢ଼ି ହାନିସ୍ ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହି ଆଗ୍ରସନ ସାଉଦି ଆରବ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ସେନା ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ବାବ୍ ଏଲ୍-ମାଣ୍ଡେବ ଉପରେ ନିୟନ୍ତ୍ରଣ ପାଇଁ ଉଦ୍ୟମ

ହୁଥି ବିଦ୍ରୋହୀ ମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ବାବ୍ ଏଲ୍-ମାଣ୍ଡେବ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା। ଏହି ପ୍ରଣାଳୀ ଏସିଆ, ଆଫ୍ରିକା ଓ ୟୁରୋପ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଏହି ରଣନୀତିକ ଜଳପଥ ଉପରେ ବିଦ୍ରୋହୀମାନେ କବ୍‌ଜା କରିନିଅନ୍ତି, ତେବେ ଅନ୍ତର୍ଜାତୀୟ ନୌବାଣିଜ୍ୟ ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବ। ସାଉଦି-ଆମେରିକୀୟ ସେନାକୁ ପଛକୁ ହଟାଇବା ସହ ଏହି ଅଞ୍ଚଳରେ ନିଜର ଦବ୍‌ଦବା ବଜାୟ ରଖିଛନ୍ତି ବିଦ୍ରୋହୀ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ବିଶ୍ୱ ତୈଳ ବଜାର ପାଇଁ ବିପଦ

ବାବ୍ ଏଲ୍-ମାଣ୍ଡେବ ପ୍ରଣାଳୀ ଦେଇ ବିପୁଳ ପରିମାଣର ତୈଳ ରପ୍ତାନି କରାଯାଇଥାଏ। ବିଶେଷକରି ସାଉଦି ଆରବ ର ତୈଳ ବାଣିଜ୍ୟ ଏହି ମାର୍ଗ ଉପରେ ବହୁଳ ଭାବରେ ନିର୍ଭରଶୀଳ। ହୁଥିମାନଙ୍କର ଏହି ଆକ୍ରମଣାତ୍ମକ ପଦକ୍ଷେପ ଯୋଗୁଁ ସାଉଦି ତୈଳ ରପ୍ତାନି ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହୋଇଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ଦର ଉପରେ ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ସଙ୍କଟ ଖୁବ୍‌ଶୀଘ୍ର ବିଶ୍ୱ ଅର୍ଥନୀତି ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର