ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ : ସହଯୋଗ ପାଇଁ ନେତା-ଅଫିସରଙ୍କ ପାଖକୁ ପଠା ଯାଉଥିଲା ଯୁବତୀ
ଜବଲପୁର : ମଧ୍ୟପ୍ରଦେଶ ଜବଲପୁରର ଗଢ଼ାରୁ ବିଚଳିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। କ୍ଷମତାର ଛତ୍ରଛାୟାରେ ରହି ଖରାପ ଖେଳ ଚଲାଇଥିବା ଜଣେ ବିଜେପି ନେତାଙ୍କ ଗୁମର ଖୋଲି ଯାଇଛି। ବିଜେପି ନେତା ଅତୁଲ ଚୌରାସିଆଙ୍କ ହୋଟେଲରୁ ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ସହଯୋଗୀ ଶୀତଲ ଦୁବେଙ୍କ ସହ ମିଶି ସେ ଏହି ବେଆଇନ କାରାବାର ଚଳାଇ ଥିଲେ। ନେତା ଏବଂ ମନ୍ତ୍ରୀ ବି ଏଥିରେ ସହଯୋଗ କରୁଥିଲେ। କାରଣ ଅତୁଲ ଏହି ନେତା […]
ଜବଲପୁର : ମଧ୍ୟପ୍ରଦେଶ ଜବଲପୁରର ଗଢ଼ାରୁ ବିଚଳିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। କ୍ଷମତାର ଛତ୍ରଛାୟାରେ ରହି ଖରାପ ଖେଳ ଚଲାଇଥିବା ଜଣେ ବିଜେପି ନେତାଙ୍କ ଗୁମର ଖୋଲି ଯାଇଛି। ବିଜେପି ନେତା ଅତୁଲ ଚୌରାସିଆଙ୍କ ହୋଟେଲରୁ ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ସହଯୋଗୀ ଶୀତଲ ଦୁବେଙ୍କ ସହ ମିଶି ସେ ଏହି ବେଆଇନ କାରାବାର ଚଳାଇ ଥିଲେ। ନେତା ଏବଂ ମନ୍ତ୍ରୀ ବି ଏଥିରେ ସହଯୋଗ କରୁଥିଲେ। କାରଣ ଅତୁଲ ଏହି ନେତା ଏବଂ ଅଧିକାରୀଙ୍କ ପାଖକୁ ଯୁବତୀ ପଠାଉ ଥିଲେ।
କୋଲକାତା, ଆସାମ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରୁ ଏହି ହୋଟେଲକୁ ଯୁବତୀଙ୍କୁ ଅଣା ଯାଉଥିଲା। ଏହି ଯୁବତୀଙ୍କୁ ଆଣିବା ପାଇଁ ମହିଳା ଏଜେଣ୍ଟଙ୍କୁ ନିଯୁକ୍ତ କରାଯାଇଥିଲା। ଆସାମର ଜଣେ ମହିଳାଙ୍କ ଅଭିଯୋଗ ଏହାର ଖୁଲାସା ହୋଇଥିଲା। ଏହି ମହିଳା କହିଥିଲେ ଯେ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଜବଲପୁର ଅଣା ଯାଇଥିଲା। ପରେ ତାଙ୍କୁ ଦେହ ବ୍ୟବସାୟକୁ ଠେଲି ଦିଆଯାଇଥିଲା। ଗତ ୧୮ ତାରିଖରେ ଏଥିପାଇଁ ମନା କରିବାରୁ ମହିଳାଙ୍କୁ ପ୍ରକୋଷ୍ଠରେ ବନ୍ଦ କରି ଶୀତଲ ଦୁବେ ଏବଂ ତାଙ୍କ ସହଯୋଗୀ ପ୍ରବଳ ମାଡ଼ ମାରିଥିଲେ। ପରେ ହୋଟେଲରୁ ବାହାର କରିଦେଇଥିଲେ। ଏଠାରୁ ମହିଳା ସିଧା ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୋଲିସ ଷ୍ଟେସନକୁ ଯାଇ ପୋଲିସକୁ ସମସ୍ତ ଘଟଣା କହିଥିଲେ। ସେ ଗତ ଛଅ ମାସ ଧରି ଅଭିଯୋଗ ନେଇ ଥାନାକୁ ଆସୁଥିଲେ, କିନ୍ତୁ ଅତୁଲଙ୍କ ରାଜନୈତିକ ପ୍ରଭାବ ଯୋଗୁଁ କେହି ଏହା ଶୁଣୁ ନ ଥିଲେ। ଏବେ ପୁଲିସ ଅତୁଲକୁ ଗିରଫ କରିଛି ଏବଂ ଶୀତଲ ଫେରାର ଅଛି।
୩୨ ବର୍ଷୀୟା ପୀଡିତା କହିଛନ୍ତି ଯେ ତିନି ବର୍ଷ ପୂର୍ବେ ଦଲାଲ ମନୀଷା ତାଙ୍କୁ ଭଲ ଚାକିରିର ପ୍ରତିଶ୍ରୁତି ଦେଇ ଆସାମରୁ ଜବଲପୁରକୁ ଡକାଇଥିଲେ। ଏଠାରେ ତାଙ୍କୁ ଅତୁଲଙ୍କ ହୋଟେଲରେ ଅତିଥି ଭାବରେ ରହିବାକୁ କୁହାଯାଇଥିଲା। ପରେ ଅସହାୟତାର ସୁଯୋଗ ନେଇ ବେଶ୍ୟାବୃତ୍ତିକୁ ଠେଲି ଦିଆଯାଇଥିଲା। ଏଠାରୁ ଝିଅଙ୍କୁ ରାଜନେତା, ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ଲୋକଙ୍କ ପାଖକୁ ପଠାଯାଉଥିଲା। ପ୍ରତିଦିନ ରାତିରେ ଲୋକେ ଆସୁଥିଲେ ଏବଂ ସକାଳୁ ଚାଲି ଯାଉଥିଲେ। ଏହି ବ୍ୟବସାୟ ଗତ ତିନି ବର୍ଷ ଧରି ଚାଲିଥିଲା। ହୋଟେଲ କର୍ମଚାରୀ ମଧ୍ୟ ଏହି ରାକେଟରେ ସମ୍ପୂର୍ଣ୍ଣ ଜଡିତ ଥିଲେ। ଶୀତଲ ଏହି ରାକେଟର ମୁଖ୍ୟ ଦଲାଲ ଥିଲା। ସେ ନିଜକୁ କିନ୍ନର କହୁଥିଲା। ସେ ସବୁ ବ୍ୟବସ୍ଥା ବୁଝୁଥିଲା। ଗ୍ରାହକଙ୍କଠାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା। କିନ୍ତୁ ଯୁବତୀଙ୍କୁ ୫୦୦ରୁ ହଜାରେ ଟଙ୍କା ଦିଆଯାଉଥିଲା। ଝିଅଙ୍କୁ ଗୋତି ଶ୍ରମିକ ଭଳି ରଖାଯାଉଥିଲା।






