ସାଉଦିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ମୃତ୍ୟୁସଂଖ୍ୟା ହଜାରେକୁ ବୃଦ୍ଧି, ୧୪୦୦ ନିଖୋଜ

The Sakala Picture
Published On

ମକ୍କା: ସାଉଦି ଆରବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗୁଳୁଗୁଳିରେ ହଜ୍‌ ଯାତ୍ରା ପାଇଁ ମକ୍କା ଯାଇଥିବା ହଜାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି। ସାଉଦି ଆରବର ଜଣେ କୂଟନୀତିଜ୍ଞ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ୬୫୮ ଜଣ ସାମିଲ ଅଛନ୍ତି। ଆହୁରି ୧୪୦୦ ଜଣ ନିଖୋଜ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗତ ୧୨ରୁ ୧୯ ତାରିଖ ମଧ୍ୟରେ ୭୦ ଭାରତୀୟ ହଜ୍‌ଯାତ୍ରୀଙ୍କ […]

ମକ୍କା: ସାଉଦି ଆରବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗୁଳୁଗୁଳିରେ ହଜ୍‌ ଯାତ୍ରା ପାଇଁ ମକ୍କା ଯାଇଥିବା ହଜାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି। ସାଉଦି ଆରବର ଜଣେ କୂଟନୀତିଜ୍ଞ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ୬୫୮ ଜଣ ସାମିଲ ଅଛନ୍ତି। ଆହୁରି ୧୪୦୦ ଜଣ ନିଖୋଜ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗତ ୧୨ରୁ ୧୯ ତାରିଖ ମଧ୍ୟରେ ୭୦ ଭାରତୀୟ ହଜ୍‌ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଭାରତର ହଜ୍‌ କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ସର୍ବାଧିକ ଲକ୍ଷେ ୭୫ ହଜାର ଲୋକ ହଜ୍‌ ଯାତ୍ରାରେ ମକ୍କା ଯାଇଛନ୍ତି। ଅନ୍ୟପକ୍ଷରେ କେରଳର ହଜ୍‌ମନ୍ତ୍ରୀ ଅବଦୁରରେହମାନ ଭାରତୀୟଙ୍କ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଓ ଇସ୍ରାଏଲକୁ ଇରାନର ବଡ଼ ଚେତାବନୀ: ବ୍ୟାଙ୍କ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ

21 Jun 2024 By The Sakala

ସାଉଦିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ମୃତ୍ୟୁସଂଖ୍ୟା ହଜାରେକୁ ବୃଦ୍ଧି, ୧୪୦୦ ନିଖୋଜ

ମକ୍କା: ସାଉଦି ଆରବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗୁଳୁଗୁଳିରେ ହଜ୍‌ ଯାତ୍ରା ପାଇଁ ମକ୍କା ଯାଇଥିବା ହଜାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି। ସାଉଦି ଆରବର ଜଣେ କୂଟନୀତିଜ୍ଞ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ୬୫୮ ଜଣ ସାମିଲ ଅଛନ୍ତି। ଆହୁରି ୧୪୦୦ ଜଣ ନିଖୋଜ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗତ ୧୨ରୁ ୧୯ ତାରିଖ ମଧ୍ୟରେ ୭୦ ଭାରତୀୟ ହଜ୍‌ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଭାରତର ହଜ୍‌ କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ସର୍ବାଧିକ ଲକ୍ଷେ ୭୫ ହଜାର ଲୋକ ହଜ୍‌ ଯାତ୍ରାରେ ମକ୍କା ଯାଇଛନ୍ତି। ଅନ୍ୟପକ୍ଷରେ କେରଳର ହଜ୍‌ମନ୍ତ୍ରୀ ଅବଦୁରରେହମାନ ଭାରତୀୟଙ୍କ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର