ଘରୋଇକରଣ ହେଉଥିବା ବ୍ୟାଙ୍କର ପ୍ରତ୍ୟେକ କର୍ମଚାରୀଙ୍କ ସ୍ବାର୍ଥର ସୁରକ୍ଷା କରାଯିବ : ନିର୍ମଳା ସୀତାରମଣ

The Sakala Picture
Published On

ନୂଆଦିଲ୍ଲୀ : ବ୍ୟାଙ୍କ ଘରୋଇକରଣକୁ ନେଇ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାେନ ଦୁଇ ଦିନ ଧରି ଚଳାଇଥିବା ଧର୍ମଘଟର ଚାପ କେନ୍ଦ୍ର ସରକାରଙ୍କ ଉପରେ ପଡିଛି। ଯାହାଫଳରେ ଏହି ପ୍ରସଙ୍ଗରେ ପୂର୍ବରୁ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଥିବା କେନ୍ଦ୍ର ସରକାର ଏହି ଆନ୍ଦୋଳନ ପରେ ଏବେ ଟିକେ ନରମିଛନ୍ତି, ଯାହା ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମନ୍ତବ୍ୟରୁ ସ୍ପଷ୍ଟ ପରିଲକ୍ଷିତ ହୋଇଛି। କାରଣ ଗତକାଲି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସବୁ ବ୍ୟାଙ୍କର ଘରୋଇକରଣ ହେବନାହିଁ ଏବଂ ଘରୋଇକରଣ  […]

ନୂଆଦିଲ୍ଲୀ : ବ୍ୟାଙ୍କ ଘରୋଇକରଣକୁ ନେଇ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାେନ ଦୁଇ ଦିନ ଧରି ଚଳାଇଥିବା ଧର୍ମଘଟର ଚାପ କେନ୍ଦ୍ର ସରକାରଙ୍କ ଉପରେ ପଡିଛି। ଯାହାଫଳରେ ଏହି ପ୍ରସଙ୍ଗରେ ପୂର୍ବରୁ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଥିବା କେନ୍ଦ୍ର ସରକାର ଏହି ଆନ୍ଦୋଳନ ପରେ ଏବେ ଟିକେ ନରମିଛନ୍ତି, ଯାହା ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମନ୍ତବ୍ୟରୁ ସ୍ପଷ୍ଟ ପରିଲକ୍ଷିତ ହୋଇଛି। କାରଣ ଗତକାଲି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସବୁ ବ୍ୟାଙ୍କର ଘରୋଇକରଣ ହେବନାହିଁ ଏବଂ ଘରୋଇକରଣ  ହେଉଥିବା ବ୍ୟାଙ୍କର ପ୍ରତ୍ୟେକ କର୍ମଚାରୀଙ୍କ ସ୍ବାର୍ଥର ସୁରକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅପରପକ୍ଷେ ମଙ୍ଗଳବାର ବ୍ୟାଙ୍କ ଧର୍ମଘଟ ଶେଷ ହୋଇଛି। ସମ୍ପ୍ରତି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ଆଜି କର୍ମଚାରୀମାନଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ, ସରକାର ସବୁ ବ୍ୟାଙ୍କର ଘରୋଇକରଣ କରିବେ ନାହିଁ। ଏଥି ସହିତ ସରକାର ଘରୋଇକରଣ କରାଯାଉଥିବା ବ୍ୟାଙ୍କର ପ୍ରତିଟି କର୍ମଚାରୀଙ୍କ ସ୍ବାର୍ଥର ସୁରକ୍ଷା ପ୍ରତି ଧ୍ୟାନ ଦେବେ। ତାଙ୍କ ମତରେ ଘୋରୋଇକରଣ ହେଉଛି ଉତ୍ତମ ଚିନ୍ତାଧାରାର ଏକ ନିଷ୍ପତ୍ତି। ଆମେ ଚାହୁଁଛୁ ବ୍ୟାଙ୍କଗୁଡିକୁ ଅଧିକ ଇକ୍ବିଟି ମିଳୁ। ବ୍ୟାଙ୍କଗୁଡିକ ଦେଶର ଆଶା ପୂରଣ କରନ୍ତୁ ତାହା ସରକାର ଚାହୁଁଥିବା ସେ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ରଖିଥିବା ନୀତିରେ ଏହା ସ୍ପଷ୍ଟ କରାଯାଇଛି ଯେ, ସରକାର ସବୁ ସମୟରେ ବ୍ୟାଙ୍କ ସହ ରହିବେ। ଏଠାରେ ସୂଚନାଯୋଗ୍ୟ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ଜରିଆରେ କେନ୍ଦ୍ରସରକାର ୧.୭୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏହି ଘରୋଇକରଣକୁ ବିରୋଧ କରି ଦେଶରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦୁଇ ଦିନ ହେବ ଧର୍ମଘଟକୁ ଓଲ୍ଲାଇଥିଲେ। .

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର