ଦେଶରେ ବଢ଼ିଚାଲିଛି ଧନୀ-ଗରିବ ତାରତମ୍ୟ, ୧ ପ୍ରତିଶତ ଲୋକଙ୍କ ପାଖରେ ୧୨ ଲକ୍ଷ କୋଟି ଡଲାରର ସମ୍ପତ୍ତି

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ ଆର୍ଥିକ ଅସମାନତା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗରିବୀ ହଟାଅ ସ୍ଲୋଗାନ ଧୂଆଁବାଣ ସାବ୍ୟସ୍ତ ହୋଇଛି। ଲୋକଙ୍କ ଆୟ ବଢ଼ିବା ବଦଳରେ ବ୍ୟୟ ବଢୁଥିବା ବେଳେ ଦେଶରେ ଧନୀ ଅଧିକ ଧନବାନ ହେବାରେ ଲାଗିଛନ୍ତି। ଏକ ପ୍ରତିଶତ ଧନୀ ପରିବାରଙ୍କ ପାଖରେ ପ୍ରାୟ ୧୧.୬ ଲକ୍ଷ କୋଟି ଡଲାରର ମୋଟ ସମ୍ପତ୍ତି ରହିଛି। ଏଥିରେ ପ୍ରାୟ ୨.୭ ଲକ୍ଷ କୋଟିର ଲିକୁଇଡ ଆର୍ଥିକ ସମ୍ପତ୍ତି ରହିଛି। ଏହି ଧନୀଙ୍କ […]

ନୂଆଦିଲ୍ଲୀ : ଭାରତରେ ଆର୍ଥିକ ଅସମାନତା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗରିବୀ ହଟାଅ ସ୍ଲୋଗାନ ଧୂଆଁବାଣ ସାବ୍ୟସ୍ତ ହୋଇଛି। ଲୋକଙ୍କ ଆୟ ବଢ଼ିବା ବଦଳରେ ବ୍ୟୟ ବଢୁଥିବା ବେଳେ ଦେଶରେ ଧନୀ ଅଧିକ ଧନବାନ ହେବାରେ ଲାଗିଛନ୍ତି। ଏକ ପ୍ରତିଶତ ଧନୀ ପରିବାରଙ୍କ ପାଖରେ ପ୍ରାୟ ୧୧.୬ ଲକ୍ଷ କୋଟି ଡଲାରର ମୋଟ ସମ୍ପତ୍ତି ରହିଛି। ଏଥିରେ ପ୍ରାୟ ୨.୭ ଲକ୍ଷ କୋଟିର ଲିକୁଇଡ ଆର୍ଥିକ ସମ୍ପତ୍ତି ରହିଛି। ଏହି ଧନୀଙ୍କ ବର୍ଦ୍ଧିତ ଆର୍ଥିକ ସମ୍ପତ୍ତି ଧନର ପରିଚାଳନା କରୁଥିବା କମ୍ପାନୀଙ୍କ ଲାଗି ବଡ଼ ସୁଯୋଗ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ରାଜନୀତିରେ ହଲଚଲ: ବୁଶରା ବିବିଙ୍କ ଚିକିତ୍ସା ପାଇଁ ଜଜ୍‌ଙ୍କୁ ଚିଠି ଲେଖିଲେ ଇମ୍ରାନ ଖାନ

ବର୍ଣ୍ଣଷ୍ଟିନ୍‌ ରିପୋର୍ଟରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଭାରତର ସବୁଠୁ ଅଧିକ ଧନୀ ପରିବାର ଆହୁରି ଅଧିକ ଧନୀ ହେବାକୁ ଯାଉଛନ୍ତି। ଏହାଦ୍ବାରା ସମ୍ପତ୍ତି ପରିଚାଳକଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଏହି ଧନୀଙ୍କ ଲିକୁଇଡ୍‌ ସମ୍ପତ୍ତିରେ ବ୍ୟାଙ୍କ ଜମା ଏବଂ ଅଣ-ପ୍ରମୋଟରଙ୍କ ଇକ୍ବିଟ ସେୟାର ସାମିଲ ରହିଛି। ଭାରତୀୟ ପରିବାର ଧିରେ ଧିରେ ନିଜ ବର୍ଦ୍ଧିତ ସଞ୍ଚୟ ଏବଂ ଧନର ସିଂହ ଭାଗକୁ ଆର୍ଥିକ ସମ୍ପତ୍ତିରେ ସ୍ଥାନାନ୍ତର କରୁଛନ୍ତି। ଭାରତର ପୁଞ୍ଜି ବଜାରରେ ଏଭଳି ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି। ଅତି ଧନୀ ଲୋକ ଆଇପିଓ ଏବଂ ବ୍ଲକ୍‌ ଡିଲ୍‌ ମାଧ୍ୟମରେ ପ୍ରମୋଟର ହୋଲ୍ଡିଙ୍ଗସ୍‌କୁ ଲିକୁଇଡ ସମ୍ପତ୍ତିରେ ବଦଳାଉଛନ୍ତି। ଏମାନେ ପୁଞ୍ଜି ବଜାର ବୃଦ୍ଧିର ଲାଭ ଉଠାଉଛନ୍ତି। ସେହିପରି ଷ୍ଟାର୍ଟଅପ୍‌ ଇକୋସିଷ୍ଟମରୁ ଧନୀ ବ୍ୟକ୍ତିଙ୍କ ଏକ ନୂଆ ବର୍ଗ ବାହାରିଛି। ଏଥିରେ ପ୍ରତିଷ୍ଠାତା ଏବଂ ପ୍ରାରମ୍ଭିକ କର୍ମଚାରୀ ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରେ ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ (ଏଚଏନଆଇ)ଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ଅତ୍ୟଧିକ ଧନୀ ଲୋକଙ୍କ ଏହି ଗୋଷ୍ଠୀ ନିଜ ବର୍ଦ୍ଧିତ ଆର୍ଥିକ ପୋଟୋଫୋଲିଓର ପରିଚାଳନା ଲାଗି ବୃତ୍ତିଗତ ପରାମର୍ଶଦାତାଙ୍କ ସେବା ନେଉଛନ୍ତି। ତେବେ ପରାମର୍ଶଦାତା ବଜାରରେ ଏବେ ବି ଅଣସଂଗଠିତ କମ୍ପାନୀ ଏବଂ ପାରମ୍ପରିକ ବ୍ୟାଙ୍କର କର୍ତ୍ତୃତ୍ବ ରହିଛି। ୨.୭ ଲକ୍ଷ କୋଟି ଡଲାରର ଲିକୁଇଡି ଆର୍ଥିକ ସମ୍ପତ୍ତିରେ ସ୍ବତନ୍ତ୍ର ସମ୍ପତ୍ତି ପରିଚାଳକଙ୍କ ସଂଖ୍ୟା ମାତ୍ର ୧୧ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର