ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ନିକଟରେ ଟ୍ରେନ୍ ଦୁର୍ଘଟଣା: ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଯୁବକଙ୍କ ମୃତ୍ୟୁ

Madhusudan Das Picture
Published On

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ନିକଟରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ବ୍ରହ୍ମପୁରରୁ ଗୁଣୁପୁର ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଜଣ ଯୁବକଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ରେଷ୍ଟୁରାଣ୍ଟ

ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରାକ୍ ନିକଟରେ ଥିବା ବେଳେ ଏହି ଯୁବକମାନଙ୍କ ଉପରେ ରାଜ୍ୟରାଣୀ ଏକ୍ସପ୍ରେସ୍ ମାଡ଼ି ଯାଇଥିଲା। ମୃତକମାନଙ୍କୁ ବିସରାଧାରାଓ, ଦିଲୀପ, ଶରତ ଏବଂ ଶିବା ଭାବରେ ଚିହ୍ନଟ କରାଯାଇଛି। ସେମାନେ ସମସ୍ତେ ଟେକ୍କାଲି ମଣ୍ଡଳ ଅନ୍ତର୍ଗତ ଡାମରା ଗ୍ରାମର ବାସିନ୍ଦା ଅଟନ୍ତି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ଜଣେ ଯୁବକ ସୋଲୋମନ ରାଜୁଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଟେକ୍କାଲି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଆକାଶରେ 'ମୋନାଲିସା'ର ଚିତ୍ର ଆଙ୍କିଲେ ପାଇଲଟ୍, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଛାତିଥରା ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ସେ ନେଇ ବିଭାଗୀୟ ଅଧିକାରୀମାନେ ଏକ ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନ କମିଶନରେ ଅନ୍ତର୍କନ୍ଦଳ: ସିଇସି ଜ୍ଞାନେଶ କୁମାରଙ୍କୁ 'ଭାରତର ଶତ୍ରୁ' ଆଖ୍ୟା ଦେଲେ ଅଭିଜିତ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର