‘ଆଇଏସଆଇ’ର ପୂର୍ବତନ ମୁଖ୍ୟ ଫୈଜ ହମୀଦଙ୍କୁ ଗିରଫ କଲା ପାକିସ୍ତାନ ସେନା

The Sakala Picture
Published On

ନୂଆଦିଲ୍ଲୀ: ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା । ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା ।ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମୀଦଙ୍କୁ ନିଜ ହେପାଜତକୁ ନେଇଛି ପାକିସ୍ତାନ ସେନା । ଫୈଜ ହମିଦଙ୍କୁ ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି ସେନା । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛି ପାକିସ୍ତାନ ସେନା । ‘ଲେଫ୍ଟନାଣ୍ଟଙ୍କ ବିରୋଧରେ […]

ନୂଆଦିଲ୍ଲୀ: ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା । ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା ।ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମୀଦଙ୍କୁ ନିଜ ହେପାଜତକୁ ନେଇଛି ପାକିସ୍ତାନ ସେନା । ଫୈଜ ହମିଦଙ୍କୁ ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି ସେନା । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛି ପାକିସ୍ତାନ ସେନା । ‘ଲେଫ୍ଟନାଣ୍ଟଙ୍କ ବିରୋଧରେ ରୁଜୁ ମାମଲାର ସତ୍ୟତା ଯାଞ୍ଚ କରାଯିବ । ବର୍ତ୍ତମାନ, ପାକିସ୍ତାନ ସେନା ଅଧିନିୟମର ପ୍ରାବଧାନ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ (ରିଟାୟର୍ଡ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।’

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଟପ ସିଟି ପକ୍ଷରୁ ମଧ୍ୟ ଫୈଜଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଥିଲା। ଟପ ସିଟି ହେଉଛି ପାକିସ୍ତାନର ଗୋଟିଏ ଘରୋଇ ହାଉସିଂ ସ୍କିମ। ସଂସ୍ଥା ଅଭିଯୋଗ କରିଥିଲା ଯେ ଫୈଜ ପୂର୍ବାଗ୍ରହ ରଖି ଏହାର ଅଫିସ ଓ ମାଲିକ ମୋଇଜ ଖାନଙ୍କ ବାସଭବନରେ ରେଡ କରିଥିଲେ। ନିଜ କ୍ଷମତାର ଅପବ୍ୟବହାର ମଧ୍ୟ କରିଥିଲେ। ଅଭିଯୋଗ ପରେ ପାକିସ୍ତାନ ସେନା ପକ୍ଷରୁ ଏପ୍ରିଲ ମାସରେ ଗୋଟିଏ ତଦନ୍ତ କମିଟି ଗଠନ କରାଯାଇଥିଲା। ଫୈଜ କ୍ଷମତାର ଅପବ୍ୟବହାର କରିଛନ୍ତି କି ତା’ର ଯାଞ୍ଚ କମିଟି କରିଥିଲା। ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ କମିଟି ଗଠନ ହୋଇଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର