ମମତାଙ୍କ ପୁତୁରା ଓ ବୋହୂଙ୍କୁ ଜେରା କରିବ ଇଡି

The Sakala Picture
Published On

କୋଲକାତା : ଦୁର୍ନୀତି ଏବଂ କୋଇଲା ଚୋରାଚାଲାଣ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ବୋହୂ ରୁଜିରାଙ୍କୁ ଜେରା କରିବାକୁ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଇଛନ୍ତି। ୨୪ ଘଣ୍ଟା ପୂର୍ବରୁ ନୋଟିସ୍‌ ଦେଇ ଦିଲ୍ଲୀ ପରିବର୍ତ୍ତେ କୋଲକାତାରେ ଇଡି ତାଙ୍କୁ ପଚରାଉଚୁରା କରିପାରିବ। ଏ ସମ୍ପର୍କରେ ପୁଲିସ କମିଶନର ଏବଂ କୋଲକାତାର ମୁଖ୍ୟ ସଚିବଙ୍କୁ ମଧ୍ୟ ନୋଟିସ ଜାରି କରିବାକୁ ପଡିବ। କୋର୍ଟ କହିଛନ୍ତି ଯେ କୋଲକାତାରେ […]

କୋଲକାତା : ଦୁର୍ନୀତି ଏବଂ କୋଇଲା ଚୋରାଚାଲାଣ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ବୋହୂ ରୁଜିରାଙ୍କୁ ଜେରା କରିବାକୁ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଇଛନ୍ତି। ୨୪ ଘଣ୍ଟା ପୂର୍ବରୁ ନୋଟିସ୍‌ ଦେଇ ଦିଲ୍ଲୀ ପରିବର୍ତ୍ତେ କୋଲକାତାରେ ଇଡି ତାଙ୍କୁ ପଚରାଉଚୁରା କରିପାରିବ। ଏ ସମ୍ପର୍କରେ ପୁଲିସ କମିଶନର ଏବଂ କୋଲକାତାର ମୁଖ୍ୟ ସଚିବଙ୍କୁ ମଧ୍ୟ ନୋଟିସ ଜାରି କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କୋର୍ଟ କହିଛନ୍ତି ଯେ କୋଲକାତାରେ ଇଡି ପଚରାଉଚରା ରାଜ୍ୟ ସରକାର ସହଯୋଗ କରିବେ ଏବଂ ସୁରକ୍ଷା ଯୋଗାଇ ଦେବେ। ରାଜ୍ୟର କୌଣସି ପ୍ରକାରର କଟକଣା ଏବଂ ହସ୍ତକ୍ଷେପକୁ କୋର୍ଟ ବରଦାସ୍ତ କରିବେ ନାହିଁ। ଇଡି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ କୋର୍ଟଙ୍କ ଅନୁମତି ନ ନେଇ ପୁଲିସ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଏହାକୁ ପାଳନ କରାନଗଲେ ସୁରକ୍ଷା ପ୍ରତ୍ୟାହାର କରି ନିଆଯିବ। ଜୁଲାଇ ୧୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର