ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଲେହ-ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ

Madhusudan Das Picture
Published On

ନୂଆଦିଲ୍ଲୀ: ଲେହ-ଲଦାଖରେ ଶକ୍ତିଶାଳୀ ଭୂକମ୍ପ ଝଟକା । ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଲେହ-ଲଦାଖ । ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ ହୋଇଛି । ଲଦାଖରେ ମାଟିତଳେ ୧୭୧ କି.ମି ଗଭୀରତାରେ କମ୍ପନର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ସକାଳ ୧୧ଟା ୫୧ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବଜାରରେ ୭୦ କୋଟିର ୨୦ ଟଙ୍କିଆ ଜାଲ୍‌ କଏନ୍, ପୁଲିସ କବଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୫ ସଦସ୍ୟ

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୧:୫୧ ମିନିଟରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୭୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୪.୩୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିବାବେଳେ, ଏହା ଭୂଗର୍ଭର ୧୭୧ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ଗଭୀରତା ଅଧିକ ଥିବାରୁ ଏହାର ପ୍ରଭାବ ଭୂପୃଷ୍ଠରେ କମ ଅନୁଭୂତ ହୋଇଥାଇପାରେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: କୁନାରରେ ୩ ମୃତ, ପାକ୍ତିକାରେ ଖାଲି ଘର ଉପରେ ପଡ଼ିଲା ବୋମା

ସୋମବାର ସକାଳେ ଉତ୍ତର ଭାରତର ଦୁଇଟି ପ୍ରମୁଖ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଲଦାଖ ପୂର୍ବରୁ ସୋମବାର ସକାଳ ପ୍ରାୟ ୮:୪୪ ସମୟରେ ରାଜଧାନୀ ଦିଲ୍ଲୀରେ ଏକ ମୃଦୁ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୮ ଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ଭୂପୃଷ୍ଠରୁ ମାତ୍ର ୫ କିଲୋମିଟର ଗଭୀରରେ ଥିଲା ବୋଲି NCS ସ୍ପଷ୍ଟ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତିର ଖବର ମିଳିନାହିଁ।

ଆହୁରି ପଢ଼ନ୍ତୁ: ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନେଇ ତାତିଲା ଆଫଗାନିସ୍ତାନ: ଉଚିତ ଜବାବ ଦେବାକୁ ତାଲିବାନର କଡ଼ା ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର