୧୮ ମାସ ପରେ ଘରକୁ ଫେରିଲେ ‘ମୃତ’ ମହିଳା

The Sakala Picture
Published On

ନୂଆଦିଲ୍ଲୀ: ୨୦୨୩ରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ଏବେ ନୂଆ ମୋଡ ନେଇଛି। ସେତେବେଳେ ସଂପୃକ୍ତ ମହିଳାଙ୍କ ବାପା ଏକ ମୃତଦେହକୁ ଚିହ୍ନଟ କରି ଏହା ତାଙ୍କ ଝିଅର ବୋଲି କହିବା ପରେ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସମସ୍ତେ ବିଶ୍ବାସ କରି ନେଇଥିଲେ। ଏହାପରେ ପୁଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବେଳେ ସେମାନେ ଏବେ ବି ଜେଲରେ ରହିଛନ୍ତି। କିନ୍ତୁ ଏହି ଘଟଣାର ପ୍ରାୟ ଦୁଇ […]

ନୂଆଦିଲ୍ଲୀ: ୨୦୨୩ରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ଏବେ ନୂଆ ମୋଡ ନେଇଛି। ସେତେବେଳେ ସଂପୃକ୍ତ ମହିଳାଙ୍କ ବାପା ଏକ ମୃତଦେହକୁ ଚିହ୍ନଟ କରି ଏହା ତାଙ୍କ ଝିଅର ବୋଲି କହିବା ପରେ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସମସ୍ତେ ବିଶ୍ବାସ କରି ନେଇଥିଲେ। ଏହାପରେ ପୁଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବେଳେ ସେମାନେ ଏବେ ବି ଜେଲରେ ରହିଛନ୍ତି। କିନ୍ତୁ ଏହି ଘଟଣାର ପ୍ରାୟ ଦୁଇ ବର୍ଷ ପରେ ସମସ୍ତଙ୍କୁ ଚକିତ କରି ମୃତ ଘୋଷିତ ମହିଳା ଜଣଙ୍କ ଏବେ ନିଜ ଘରକୁ ଫେରିଥିବାରୁ ଚାରି ଆଡେ ଚାଞ୍ଚଲ୍ୟ ଖେଳିଯାଇଛି। ମହିଳାଙ୍କୁ ଦେଖି ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ପଡୋଶୀ ଏବଂ ସମ୍ପର୍କୀୟମାନେ ଚକିତ ହୋଇପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶର ମାଣ୍ଡାସର ଜିଲ୍ଲାରେ ୨୦୨୩ ସେପ୍ଟେମ୍ବରରେ ଲଳିତା ବାଇ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ମୁଣ୍ଡ ପୂରା ନଷ୍ଟ ହୋଇ ଯାଇଥିଲା। ଉକ୍ତ ମୃତଦେହକୁ ଲଳିତାଙ୍କ ବାପା ନିଜ ଝିଅର ବୋଲି ଚିହ୍ନଟ କରିଥିଲେ। ଏହାପରେ ଝାବୁଆରେ ଗୋଟିଏ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ସମୟରେ ଲଳିତା ବାଇଙ୍କୁ ସମସ୍ତେ ମୃତ ବୋଲି ଗ୍ରହଣ କରିସାରିଥିଲେ। ଏପରି କି ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଲଳିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ଏବେ ବି ଜେଲରେ ଅଛନ୍ତି। କିନ୍ତୁ କିଛି ଦିନ ତଳେ ଲଳିତା ତାଙ୍କ ଗାଁକୁ ଫେରିବା ପରେ ଏହି ଘଟଣା ନୂଆ ମୋଡ ନେଇଛି। ଲଳିତା ଗାଁକୁ ଫେରିବା କ୍ଷଣି ତାଙ୍କ ତାଙ୍କ ବାପା ତୁରନ୍ତ ଗାନ୍ଧି ସାଗର ଥାନାକୁ ନେଇ ଯାଇଥିଲେ। ଏହାପରେ ପୁଲିସ ପୁଣି ଯାଞ୍ଚ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

23 Mar 2025 By The Sakala

୧୮ ମାସ ପରେ ଘରକୁ ଫେରିଲେ ‘ମୃତ’ ମହିଳା

ନୂଆଦିଲ୍ଲୀ: ୨୦୨୩ରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ଏବେ ନୂଆ ମୋଡ ନେଇଛି। ସେତେବେଳେ ସଂପୃକ୍ତ ମହିଳାଙ୍କ ବାପା ଏକ ମୃତଦେହକୁ ଚିହ୍ନଟ କରି ଏହା ତାଙ୍କ ଝିଅର ବୋଲି କହିବା ପରେ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସମସ୍ତେ ବିଶ୍ବାସ କରି ନେଇଥିଲେ। ଏହାପରେ ପୁଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବେଳେ ସେମାନେ ଏବେ ବି ଜେଲରେ ରହିଛନ୍ତି। କିନ୍ତୁ ଏହି ଘଟଣାର ପ୍ରାୟ ଦୁଇ ବର୍ଷ ପରେ ସମସ୍ତଙ୍କୁ ଚକିତ କରି ମୃତ ଘୋଷିତ ମହିଳା ଜଣଙ୍କ ଏବେ ନିଜ ଘରକୁ ଫେରିଥିବାରୁ ଚାରି ଆଡେ ଚାଞ୍ଚଲ୍ୟ ଖେଳିଯାଇଛି। ମହିଳାଙ୍କୁ ଦେଖି ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ପଡୋଶୀ ଏବଂ ସମ୍ପର୍କୀୟମାନେ ଚକିତ ହୋଇପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶର ମାଣ୍ଡାସର ଜିଲ୍ଲାରେ ୨୦୨୩ ସେପ୍ଟେମ୍ବରରେ ଲଳିତା ବାଇ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ମୁଣ୍ଡ ପୂରା ନଷ୍ଟ ହୋଇ ଯାଇଥିଲା। ଉକ୍ତ ମୃତଦେହକୁ ଲଳିତାଙ୍କ ବାପା ନିଜ ଝିଅର ବୋଲି ଚିହ୍ନଟ କରିଥିଲେ। ଏହାପରେ ଝାବୁଆରେ ଗୋଟିଏ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ସମୟରେ ଲଳିତା ବାଇଙ୍କୁ ସମସ୍ତେ ମୃତ ବୋଲି ଗ୍ରହଣ କରିସାରିଥିଲେ। ଏପରି କି ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଲଳିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ଏବେ ବି ଜେଲରେ ଅଛନ୍ତି। କିନ୍ତୁ କିଛି ଦିନ ତଳେ ଲଳିତା ତାଙ୍କ ଗାଁକୁ ଫେରିବା ପରେ ଏହି ଘଟଣା ନୂଆ ମୋଡ ନେଇଛି। ଲଳିତା ଗାଁକୁ ଫେରିବା କ୍ଷଣି ତାଙ୍କ ତାଙ୍କ ବାପା ତୁରନ୍ତ ଗାନ୍ଧି ସାଗର ଥାନାକୁ ନେଇ ଯାଇଥିଲେ। ଏହାପରେ ପୁଲିସ ପୁଣି ଯାଞ୍ଚ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର