ବିଶ୍ବ ବଜାରରେ କମୁଛି ଅଶୋଧିତ ତୈଳ ଦର, ହେଲେ ଦେଶରେ ନାମକୁ ମାତ୍ର ଖସୁଛି ପେଟ୍ରୋଲ, ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ହ୍ରାସ ଘଟିବାରେ ଲାଗିଛି। ଏକ ହିସାବ ଅନୁଯାୟୀ,ଗତ ସପ୍ତାହରେ ବଜାରରେ ଅଶୋଧିତ ତୈଳ ଦର ଅନୁନ୍ୟ ୭.୬୬ ପ୍ରତିଶତ ହ୍ରାସ ଘଟିଥିଲା। ଚଳିତମାସ ପ୍ରାରମ୍ଭରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଥିଲା ​​ଯାହା ବର୍ତ୍ତମାନ ୬୮ ଡଲାରକୁ ଖସିଆସିଛି। ଯଦିବା ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଏତେ ମାତ୍ରାରେ ହ୍ରାସ ଘଟିଛି, କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ […]

ନୂଆଦିଲ୍ଲୀ : ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ହ୍ରାସ ଘଟିବାରେ ଲାଗିଛି। ଏକ ହିସାବ ଅନୁଯାୟୀ,ଗତ ସପ୍ତାହରେ ବଜାରରେ ଅଶୋଧିତ ତୈଳ ଦର ଅନୁନ୍ୟ ୭.୬୬ ପ୍ରତିଶତ ହ୍ରାସ ଘଟିଥିଲା। ଚଳିତମାସ ପ୍ରାରମ୍ଭରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଥିଲା ​​ଯାହା ବର୍ତ୍ତମାନ ୬୮ ଡଲାରକୁ ଖସିଆସିଛି। ଯଦିବା ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଏତେ ମାତ୍ରାରେ ହ୍ରାସ ଘଟିଛି, କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନାମକୁ ମାତ୍ର ହ୍ରାସ କରାଯିବା ବର୍ତ୍ତମାନ ସମୟରେ ଖାଉଟିଙ୍କୁ ବେଶ ଅସନ୍ତୁଷ କରୁଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ରାକ୍ଷବନ୍ଧନ ଦିନ ତୈଳ କମ୍ପାନୀଗୁଡିକ ଦୀର୍ଘ ୧୨୮ ଦିନ ପରେ ପ୍ରଥମ ଥର ପାଇଁ ଘରୋଇ ବଜାରରେ ପେଟ୍ରୋଲ ଦର ହ୍ରାସ ଘଟାଇଛନ୍ତି। ଏବେ ବି ଦେଶର ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୨୧ ଟି ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଚଳିତବର୍ଷ ପେଟ୍ରୋଲ ଦର ୧୮ଟଙ୍କାରୁ ଅଧିକ ବୃଦ୍ଧି ଘଟିଥିବା ଜଣାଯାଇଛି। ତୈଳ କମ୍ପାନୀଗୁଡିକ ଘରୋଇ ବଜାରରେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଛନ୍ତି। ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧୫ ପଇସା ହ୍ରାସ ହୋଇଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୪୯ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୨ ପଇସାରେ ବିକ୍ରି ହେଉଛି। ଏହାପୂର୍ବରୁ ଅଗଷ୍ଟ ୨୨ରେ ତୈଳ କମ୍ପାନୀଗୁଡିକ ଦର ହ୍ରାସ କରିଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ୬୮ ଡଲାରରେ ପହଞ୍ଚିସାରିଥିବା ଦୃଷ୍ଟିରୁ ଦେଶର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରି ଏହାର ଲାଭ କେତେ ଦୂର ଗ୍ରାହକଙ୍କୁ ଦେବେ ତାହା ସମୟ କହିବ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ। ଜାନୁଆରୀ ୧ ରେ ପେଟ୍ରୋଲ ଲିଟର ପିଛା ୮୩ ଟଙ୍କା ୭୧ ପଇସା ରହିଥିଲା, ଯାହା ବର୍ତ୍ତମାନ ୧୦୧ ଟଙ୍କା ୬୪ ପଇସା ରହିଛି। ୯ ମାସରୁ କମ୍ ସମୟ ମଧ୍ୟରେ ପେଟ୍ରୋଲ ୧୮ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଏଥିସହିତ ଡିଜେଲ ଲିଟର ପିଛା ୧୫ ଟଙ୍କା ୬୦ ପଇସାରୁ ୮୯ ଟଙ୍କା ୪୭ ପଇସା ମହଙ୍ଗା ହୋଇଛି। ଦେଶର ୨୧ ଟି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟିପିଯାଇଛି। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ମଣିପୁର, ତେଲେଙ୍ଗାନା, ପଞ୍ଜାବ, ସିକ୍କିମ, ଓଡ଼ିଶା, କେରଳ, ଦିଲ୍ଲୀ, ତାମିଲନାଡୁ ଏବଂ ରାଜସ୍ଥାନର ସମସ୍ତ ଜିଲାରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି। ଏଥିସହିତ ଜାମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ପଣ୍ଡିଚେରୀ, ତ୍ରିପୁରା, ନାଗାଲାଣ୍ଡ ଏବଂ ଲଦାଖର ଅନେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ଲିଟର ଟପିଛି। ଅନ୍ୟପକ୍ଷରେ ଡିଜେଲ କଥା କହିଲେ ଓଡ଼ିଶା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏହା ୧୦୦ ଟଙ୍କାରୁ ଅଧିକ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର