କୃଷ୍ଣପ୍ରସାଦ ବ୍ଲକରେ ‘ସମହିତା’ ପ୍ରକଳ୍ପର ରିସୋର୍ସ ସେଣ୍ଟର ଉଦ୍‌ଘାଟିତ, ଉପକୃତ ହେବେ ସ୍ଥାନୀୟ ଜନସାଧାରଣ ଓ ଦିବ୍ୟାଙ୍ଗ

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ନୂଆପଡ଼ା ପଞ୍ଚାୟତରେ ‘ସମହିତା’ ପ୍ରକଳ୍ପ ପକ୍ଷରୁ ଏକ ନୂତନ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତାଙ୍କ ସମେତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ଆହୁରି ପଢ଼ନ୍ତୁ: ବିପଦ ବେଳେ ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ସାଜିଛନ୍ତି କୃଷ୍ଣପ୍ରସାଦର ଗୋସେବକ

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ତହସିଲଦାର, ସିଡିପିଓ, ବ୍ଲକ ଅଧ୍ୟକ୍ଷା, HIR PM ରଞ୍ଜିତ ମହାପାତ୍ର, EKTAର ସମ୍ପାଦକ ଜଗନ୍ନାଥ ମିଶ୍ର, ପଞ୍ଚାୟତ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୫ଟି ପଞ୍ଚାୟତର ସଦସ୍ୟଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉତ୍ସାହର ସହ ଯୋଗ ଦେଇଥିଲେ।78954636

ଆହୁରି ପଢ଼ନ୍ତୁ: ବାତ୍ୟା ଗଲା ପରେ ଚାଷୀଙ୍କ ଦୁଃଖ କହିଲେ ନସରେ, ବର୍ଷାରେ ଉଜୁଡ଼ିବାକୁ ବସିଛି ପାଚିଲା ଧାନ ଫସଲ

ଏହି ରିସୋର୍ସ ସେଣ୍ଟର ଏକ ମୁଖ୍ୟ ସୂଚନା ଓ ସହାୟତା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରୁ ଲୋକମାନେ ବିଭିନ୍ନ ସରକାରୀ ଯୋଜନା, ସରକାରୀ ସୁବିଧା ସୁଯୋଗ ଏବଂ ଡିଜିଟାଲ ସେବା ସମ୍ପର୍କରେ ସଠିକ୍ ତଥ୍ୟ ପାଇବା ସହ ଆବଶ୍ୟକୀୟ ସହାୟତା ମଧ୍ୟ ପାଇପାରିବେ।7892

ବିଶେଷକରି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଅଧିକାର ଓ ବିଭିନ୍ନ ସୁଯୋଗ ସମ୍ପର୍କରେ ସଚେତନ କରିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସମାଜରେ ସମାନ ଅଧିକାର, ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶକୁ ଅଧିକ ଗୁରୁତ୍ୱ ମିଳିପାରିବ।

ଏଭଳି ଏକ ଜନକଲ୍ୟାଣକାରୀ ପଦକ୍ଷେପ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଧାରାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp