ଉତ୍ତରପୂର୍ବ ରାଜ୍ୟଗୁଡିକୁ ଭାରତଠୁ ଅଲଗା କରିବାକୁ ବାଲାଂଦେଶ ସହ ମିଶି ଚୀନର ଯୋଜନା, ‘ଚିକେନ ନେକ୍‌’ ଉପରେ ନଜର

The Sakala Picture
Published On

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାର ସଫଳତା ଓ ଉତ୍କର୍ଷତା ଏବେ ଆନ୍ତର୍ଜାତିକ ମହଲରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ସେପଟେ ଚୀନ୍‌ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମ , ଜେଏଫ୍‌-୧୭ ଫାଇଟର ଜେଟ୍‌ ଏବଂ ଅନ୍ୟାନ୍ୟ ରାଡାର ସିଷ୍ଟମକୁ ଉପଯୋଗ କରି ପାକିସ୍ତାନ ଭାରତକୁ ମୁକାବିଲା କରିବାକୁ ସକ୍ଷମ ହୋଇ ନଥିବା ବେଳେ ଚୀନ୍‌ ଏବଂ ପାକିସ୍ତାନ ସେନା ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ପାକିସ୍ତାନର ଏହି ବିଫଳତା ଏବେ ଚୀନ୍‌ ପାଇଁ […]

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାର ସଫଳତା ଓ ଉତ୍କର୍ଷତା ଏବେ ଆନ୍ତର୍ଜାତିକ ମହଲରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ସେପଟେ ଚୀନ୍‌ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମ , ଜେଏଫ୍‌-୧୭ ଫାଇଟର ଜେଟ୍‌ ଏବଂ ଅନ୍ୟାନ୍ୟ ରାଡାର ସିଷ୍ଟମକୁ ଉପଯୋଗ କରି ପାକିସ୍ତାନ ଭାରତକୁ ମୁକାବିଲା କରିବାକୁ ସକ୍ଷମ ହୋଇ ନଥିବା ବେଳେ ଚୀନ୍‌ ଏବଂ ପାକିସ୍ତାନ ସେନା ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ପାକିସ୍ତାନର ଏହି ବିଫଳତା ଏବେ ଚୀନ୍‌ ପାଇଁ ମହଙ୍ଗା ପଡ଼ିଛି।

ଆହୁରି ପଢ଼ନ୍ତୁ: କୁଲଗାମ ଏନକାଉଣ୍ଟର: ସୁରକ୍ଷାବଳଙ୍କ ଗୁଳିରେ ନିହତ ହେଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଲତିଫ ଭଟ୍ଟ

ବିଶେଷକରି ଚୀନ୍‌ର ପ୍ରତିରକ୍ଷା ଉତ୍ପାଦକୁନ୍ଇେ ଆନ୍ତର୍ଜାତିକ ବଜାରରେ ନକାରାତ୍ମକ ପ୍ରଭାବ ପଡ଼ିଥିବାରୁ ଚୀନ୍‌ ସରକାରଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ଏଥିପାଇଁ ଚୀନ୍‌ ଆଉ ଚୁପ୍ ବସି ପାରୁନାହିଁ । ଭାରତ ବିରୋଧୀ ମାନସିକତାକୁ ଆହୁରି ସଶକ୍ତ କରି ଚୀନ୍‌ ଏବେ ଭାରତର ‘ସିଲିଗୁଡି କରିଡର୍‌ ’ବା ‘ଚିକେନ ନେକ୍‌’ ଉପରେ ଦୃଷ୍ଟି ନିବଦ୍ଧ କରି କାର୍ଯ୍ୟ ଆରମ୍ଭ କରିଦେଇଛି। ବାଂଲାଦେଶର ୟୁନୁସ୍‌ ସରକାରଙ୍କ ସହ ହାତ ମିଳାଇ ଚୀନ୍‌ ଭାରତ ବିରୋଧୀ କାର୍ଯ୍ୟକଳାପ ଜୋରଦାର କରିବାକୁ ପ୍ରସ୍ତୁତି ନେଇଛି। ଏହିକ୍ରମରେ ବହୁ ଚାଇନା ଅଧିକାରୀ ନିକଟରେ ବାଂଲାଦେଶ ଗସ୍ତ କରି ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ସିଲିଗୁଡି କରିଡର ଏକ ସଙ୍କୁଚିତ ଭୂଖଣ୍ଡ ଭାବେ ଭାରତକୁ ଉତ୍ତରପୂର୍ବ ରାଜ୍ୟ ସମୂହକୁ ସଂଯୋଗ କରୁଛି। କିନ୍ତୁ ଏହି ବାଟ ବନ୍ଦ କରି ଚୀନ୍‌ ଉତ୍ତରପୂର୍ବ ରାଜ୍ୟଗୁଡିକୁ ଭାରତର ମୂଳ ଭୂଖଣ୍ଡରୁ ଅଲଗା କରିଦେବାକୁ ମସୁଧା ଚଳାଇଛି। ପୂର୍ବରୁ ଅରୁଣାଚଳ ପ୍ରଦେଶକୁ ନିଜର ଦାବି କରୁଥିବା ଚୀନ୍‌ ସମ୍ପୂର୍ଣ୍ଣ ଉତ୍ତରପୂର୍ବାଞ୍ଚଳ ଉପରେ ନିଜର କାୟା ବିସ୍ତାର କରିବାକୁ ବାଂଲାଦେଶର ବହୁ ପୂରୁଣା ଲାଲ ମୁନିର୍‌ ହାଟ୍‌ ଏୟାରବେସ୍‌ର ପୁନଃ ନିର୍ମାଣ ପାଇଁ ଲାଗିପଡ଼ିଛି। ୧୯୩୮ରେ ଇଂରେଜ ଶାସନ କାଳରେ ପ୍ରତିଷ୍ଠା କରାଯାଇଥିବା ଏହି ଏୟାରବେସ୍‌କୁ ପରବର୍ତ୍ତୀ ସମୟରେ ୧୯୫୮ରେ ପାକିସ୍ତାନ ବନ୍ଦ କରିଦେଇଥିଲା। ପ୍ରାୟ ୧୬୬ ଏକର ପରିମିତ ଜମି ଉପରେ ନିର୍ମିତ ଏହି ଏୟାରବେସକୁ ତତ୍‌କାଳୀନ ଶେଖ ହସିନା ସରକାର ଶେଖ ମୁଜିବୁର ରହମନଙ୍କ ସ୍ମୃତିରେ ଏକ ନାଭିଗେସନ ୟୁନିଭର୍ସିଟି ଭାବେ ରୂପାନ୍ତର କରିବାକୁ ଯୋଜନା କରିଥିଲେ। କିନ୍ତୁ ଏବେ ଏହାକୁ ଚୀନ୍‌ ଅକ୍ତିଆର କରି ଭାରତ ବିରୋଧରେ ଉପଯୋଗ କରିବାକୁ ପ୍ରସ୍ତୁତ ହେଉଛି।

ଆହୁରି ପଢ଼ନ୍ତୁ: ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା

ଭାରତୀୟ ସୀମା ଠାରୁ ମାତ୍ର ୧୫ କିମି ଏବଂ ସିଲିଗୁଡି କରିଡର ଠାରୁ ମାତ୍ର ୧୩୫ କିମି ଦୂରରେ ରହିଥିବା ଏହି ଏୟାରବେସ୍‌ର କାର୍ଯ୍ୟ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। କିଛି ମାସ ତଳେ ୟୁନୁସ୍‌ ଚୀନ୍‌ ଗସ୍ତ କରିଥିଲା ବେଳେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମୂହକୁ ନେଇ ବଡ଼ ଟିପ୍ପଣୀ ଦେଇଥିଲେ। ଏହାପରେ ଏବେ ସେ ନେପାଳ ଗସ୍ତରେ ଯାଇଥିଲା ବେଳେ ସେଠାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ତେଣୁ ବାଂଲାଦେଶ ସହଯୋଗରେ ଚୀନ୍‌ ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ଆରମ୍ଭ କରୁଥିବା ସ୍ପଷ୍ଟ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର